ETV Bharat / city

ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା - ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ବ୍ରହ୍ମପୁର ବନ୍ଥପଲ୍ଲୀର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀଙ୍କୁ ବିଚ୍ ରାସ୍ତାରେ ହତ୍ୟା । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ । ଅଧିକ ପଢନ୍ତୁ...

ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା
ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା
author img

By

Published : Nov 5, 2021, 9:50 AM IST

Updated : Nov 5, 2021, 10:30 AM IST

ବ୍ରହ୍ମପୁର: ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା । ମୃତକ ବ୍ରହ୍ମପୁର ସହର ଉପକଣ୍ଠ ବନ୍ଥପଲ୍ଲୀର ପୂର୍ବତନ ସରପଞ୍ଚ ପ୍ରଦୀପ ବିଷୋୟୀ । ଆଜି ସକାଳେ ତାଙ୍କୁ ବଡବଜାର ଥାନା ଅନ୍ତର୍ଗତ ସୁକୁଣ୍ଡା ଛକରେ ବୀଭତ୍ସ ଭାବେ ହତ୍ୟା କରାଯାଇଛି । ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇଁ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ବିଚ୍ ରାସ୍ତାରେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

ସୂଚନା ଅନୁଯାୟୀ, ଆଜି ସକାଳୁ ପ୍ରଦୀପ ସ୍କୁଟି ଯୋଗେ ଯାଉଥିବାବେଳେ ସୁକୁଣ୍ଡା ନିକଟସ୍ଥ ମୁଖ୍ୟ ରାସ୍ତାରେ କିଛି ଦୁର୍ବୃତ୍ତ ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଯେଉଁଥିରେ ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଫଳରେ ଘଟଣାସ୍ଥଳରେ ହିଁ ପ୍ରଦୀପଙ୍କ ମୃତ୍ୟୁ ଘଟିଥିଲା । ଦୁର୍ବୃତ୍ତମାନେ ଏକ ଖଣ୍ଡା ଏବଂ ଘର ତିଆରିରେ ବ୍ୟବହୃତ ଗଜବାଡିରେ ତାଙ୍କୁ ଆକ୍ରମଣ କରିଥିବା ଜଣାପଡିଛି ।

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏହି ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି । ପୂର୍ବତନ ସରପଞ୍ଚ ପ୍ରଦୀପ କିଛି ଦିନ ପୂର୍ବେ ଏକ ମାମଲାରେ ଜେଲରୁ ବାହାରି ବ୍ରହ୍ମପୁର ସହରରେ ରହୁଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Nov 5, 2021, 10:30 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.