ETV Bharat / city

ଅଲିଭ ରିଡେଲଙ୍କ ସୁରକ୍ଷାକୁ ନେଇ ବ୍ରହ୍ମପୁର ବନଖଣ୍ଡର ବୈଠକ - ବ୍ରହ୍ମପୁର ବନଖଣ୍ଡ

ଅଲିଭ ରିଡେଲଙ୍କ ଆଗମନ ପୂର୍ବରୁ କଇଁଛଙ୍କ ସୁରକ୍ଷାକୁ ନେଇ ବ୍ରହ୍ମପୁର ବନଖଣ୍ଡ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅଧିକ ପଢନ୍ତୁ...

ଅଲିଭ ରିଡେଲଙ୍କ  ସୁରକ୍ଷାକୁ ନେଇ ବ୍ରହ୍ମପୁର ବନଖଣ୍ଡ ତରଫରୁ  ବୈଠକ

author img

By

Published : Nov 7, 2021, 7:47 AM IST

ବ୍ରହ୍ମପୁର: ପ୍ରତ୍ୟେକ ବର୍ଷ ଗଞ୍ଜାମ ଉପକୂଳକୁ ଆସିଥାନ୍ତି ବିରଳ ପ୍ରଜାତିର ଅଲିଭ ରିଡେଲ କଇଁଛ । ତେବେ ଆଗମନ ପୂର୍ବରୁ କଇଁଛଙ୍କ ସୁରକ୍ଷାକୁ ନେଇ ବ୍ରହ୍ମପୁର ବନଖଣ୍ଡ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବନଖଣ୍ଡ ଅଧିକାରୀ ଅମ୍ଳାନ ନାୟକଙ୍କ ଅଧ୍ୟକ୍ଷତାରେ ଗତକାଲି ଏହା ଆରମ୍ଭ ହୋଇଥିବା ବେଳେ ସମୁଦ୍ରକୁ କଇଁଛ ଆଗମନ, ମିଳନ ଓ ଗଣ ଅଣ୍ଡାଦାନ ପ୍ରକ୍ରିୟାକୁ କିପରି ସୂଚାରୁ ରୂପେ ସମ୍ପାଦନ କରିହେବ ସେନେଇ ଆଲୋଚନା ହୋଇଥିଲା । ଏହି ଆଲୋଚନା ଚକ୍ରରେ ସାମୁଦ୍ରିକ କଇଁଛଙ୍କ ପାଇଁ କାର୍ଯ୍ୟ କରୁଥିବା ସ୍ଵେଛାସେବୀ ଅନୁଷ୍ଠାନ(ଏନ.ଜି.ଓ), ସି.ବି.ଓ, ମତ୍ସ୍ୟଜୀବୀ, ସରକାରୀ ଅନୁଷ୍ଠାନ, ପୋଲିସ, ଶିଳ୍ପସଂସ୍ଥାର ପ୍ରତିନିଧି ପ୍ରମୁଖ ଯୋଗ ଯୋଗଦେଇଥିଲେ ।

ଅଲିଭ ରିଡେଲଙ୍କ ସୁରକ୍ଷାକୁ ନେଇ ବ୍ରହ୍ମପୁର ବନଖଣ୍ଡ ତରଫରୁ ବୈଠକ

ଚଳିତ ବର୍ଷ ଋଷିକୁଲ୍ୟା ନଦୀ ମୁହାଣର ସ୍ଥାନ ପରିବର୍ତ୍ତନ କରାଯାଇ ପୁରୁଣାବନ୍ଧ ଠାରୁ ନୂଆ ପୋଡମପେଟା ହୋଇଥିବାରୁ ବନବିଭାଗ ପକ୍ଷରୁ ବଟେଶ୍ଵର ଓ ସିଦ୍ଧାନ୍ତନଗର ଅଞ୍ଚଳର ତଟ ସଫେଇ ଓ ବାଡ ଦେବା ପାଇଁ ସ୍ଥିର କରାଯାଇଛି । ପ୍ରତେକବର୍ଷ ଭଳି ଚଳିତ ବର୍ଷ ମଧ୍ୟ ୧୧ ଗୋଟି ଅସ୍ଥାୟୀ ଅଲିଭ ରିଡଲେ ସମୁଦ୍ର କଇଁଛ ଶିବିର ସହ ୮ ଗୋଟି ଅସ୍ଥାୟୀ ହେଚାରୀ ସ୍ଥାପନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ସେହିପରି ଗଣ ଅଣ୍ଡାଦାନ ସମୟରେ ଶିକ୍ଷିତ ଜନସାଧାରଣଙ୍କ ନିରୀକ୍ଷଣ ଓ ଶିକ୍ଷଣ ନିମନ୍ତେ ଗଣ ଅଣ୍ଡାଦାନର ମୁଖ୍ୟ ସ୍ଥଳ ଠାରୁ ଅଳ୍ପ ବ୍ୟବଧାନରେ ଏକ ସ୍ଵତନ୍ତ୍ର ସ୍ଥାନର ବ୍ୟବସ୍ଥା କରିବା ନିମନ୍ତେ ସ୍ଥିର କରାଯାଇଛି ।

ଏହି ଆଲୋଚନାରେ ସାମୁଦ୍ରିକ କଇଁଛର ସୁରକ୍ଷା ନିମନ୍ତେ ନିୟମିତ ଭାବେ ପାଟ୍ରୋଲିଂ ଦାୟିତ୍ଵ ସହ ସ୍ଥାନୀୟ ସମୁଦ୍ର ତଟବର୍ତ୍ତୀ ଗ୍ରାମ ଗୁଡିକରେ ସଚେତନତା କାର୍ଯ୍ୟକ୍ରମ କରାଯିବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.