ଭୁବନେଶ୍ବର: ରାଜ୍ୟରେ ପୁଣି କୋରୋନା ଆକ୍ରାନ୍ତ ଚିହ୍ନଟ । ଯାଜପୁରରୁ 5 କୋରୋନା ପଜିଟିଭ ଚିହ୍ନଟ ହୋଇଥିବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏବେ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 154ରେ ପହଞ୍ଚିଛି ।
![ଯାଜପୁରରୁ ପୁଣି 5 ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 154](https://etvbharatimages.akamaized.net/etvbharat/prod-images/2020-05-01-2_0205newsroom_1588382906_269.jpg)
ଆଜି ଚିହ୍ନଟ ହୋଇଥିବା 5 କୋରୋନା ପଜିଟିଭ ପଶ୍ଚିମବଙ୍ଗ ଫେରନ୍ତା ବୋଲି ଜଣାପଡିଛି । ତାଙ୍କ ମଧ୍ୟରୁ 2 ଜଣ ମହିଳା ଥିବବେଳେ 3 ଜଣ ପୁରୁଷ ଥିବା ଜଣାପଡିଛି । 2 ମହିଳାଙ୍କ ବୟସ 60 ଓ 24 ରହିଛି । ଏହାସହ 28, 56, 63 ବର୍ଷର ପୁରୁଷ ରହିଛନ୍ତି ।
![ଯାଜପୁରରୁ ପୁଣି 5 ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 154](https://etvbharatimages.akamaized.net/etvbharat/prod-images/2020-05-01-1_0205newsroom_1588382906_365.jpg)
ଗତକାଲି ରାଜ୍ୟରେ ମୋଟ 2460 ଜଣଙ୍କର କୋଭିଡ-19 ପରୀକ୍ଷଣ କରାଯାଇଥିଲା । ସେଥିମଧ୍ୟରୁ 5 ଜଣ ପଜିଟିଭ ବାହାରିବା ନେଇ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛି । 5 ନୂଆ ମାମଲା ସହ ଯାଜପୁରରେ ବର୍ତ୍ତମାନ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 45ରେ ପହଞ୍ଚିଛି । ତେବେ ଯାଜପୁର ବର୍ତ୍ତମାନ ରେଡ ଜୋନରେ ରହିଛି ।
![ଯାଜପୁରରୁ ପୁଣି 5 ପଜିଟିଭ ଚିହ୍ନଟ, ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 154](https://etvbharatimages.akamaized.net/etvbharat/prod-images/2020-05-01_0205newsroom_1588382906_82.jpg)
ସୌଜନ୍ୟ@H&FW