ETV Bharat / city

ବ୍ରହ୍ମପୁରରେ ଗୁଳିମାଡ, ଯୁବକ ଗୁରୁତର

ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ନିକଟରେ ଥିବା ରାମଚନ୍ଦ୍ରପୁର ଗ୍ରାମରେ ଜଣେ ୩୫ ବର୍ଷୀୟ ଯୁବକ ଭିକାରୀ ତରାଇଙ୍କୁ ଗୁରୁବାର ରାତ୍ର ସମୟରେ ଗୁଳିମାଡ ହୋଇଛି।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : May 17, 2019, 4:38 AM IST

ବ୍ରହ୍ମପୁର: ଗତ କିଛି ଦିନର ବ୍ୟବଧାନ ପରେ ପୁଣି ଥରେ ଗଞ୍ଜାମ ଜିଲ୍ଲାରେ ଫୁଟିଛି ଗୁଳି । ଜିଲ୍ଲାର ଖଲ୍ଲିକୋଟ ଥାନା ଅନ୍ତର୍ଗତ କେଶପୁର ନିକଟରେ ଥିବା ରାମଚନ୍ଦ୍ରପୁର ଗ୍ରାମରେ ଜଣେ ୩୫ ବର୍ଷୀୟ ଯୁବକ ଭିକାରୀ ତରାଇଙ୍କୁ ଗୁରୁବାର ରାତ୍ର ସମୟରେ ଗୁଳିମାଡ ହୋଇଛି।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସୂଚନା ଅନୁସାରେ, ଦୁଇଜଣ ଯୁବକ ଏକ ମୋଟର ସାଇକେଲରେ ଆସି ଭିକାରୀ ତରାଇଙ୍କ ଘର ନିକଟରେ ଗୁଳି ଚଳାଇଥିଲେ । ଭିକାରୀଙ୍କ ପିଠିରେ ଗୁଳି ବାଜିଥିଲା। ତାଙ୍କୁ ପ୍ରଥମେ ଖଲ୍ଲିକୋଟ ଚିକିତ୍ସାଳୟ ଏବଂ ପରେ ବ୍ରହ୍ମପୁର ଏମ୍.କେ.ସି.ଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

ତେବେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏପରି ହୋଇଥିବା ଅନୁମାନ କରାଯାଇଛି । ଅନ୍ୟପକ୍ଷରେ ପୋଲିସ ଘଟଣାସ୍ଥଳରେ ଲାଗିଥିବା ସିସିଟିଭି ଭିଜୁଆଲ ଅଧାରରେ ତଦନ୍ତ ଜାରି ରଖିଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ସ୍ଲଗ :-ବ୍ରହ୍ମପୁର ବଡବଜାର ଅଞ୍ଚଳରେ ଯୁବକ ଙ୍କୁ ଖଣ୍ଡାରେ ଆକ୍ରମଣ,ଜଣେ ଗୁରୁତ୍ତର  .....

ରିପୋର୍ଟର:ସମୀର କୁମାର ଆଚାର୍ଯ୍ୟ,

ଫମାର୍ଟ  :ଏଭିଓ,

ସ୍ଥାନ       :   ବ୍ରହ୍ମପୁର,

ତାରିଖ    : ୧୭-୦୫-୧୯. :(ଭିଜୁଆଲ ଏଫ୍.ଟି.ପି  ରେ ଯାଇଛି.)

 (ଆଙ୍କର):-ଗତ କିଛି ଦିନର ନିରବତା ପରେ ପୁଣି ଥରେ ଗଞ୍ଜାମ ଜିଲ୍ଲା ସମେତ ବ୍ରହ୍ମପୁର ରେ ସକ୍ରିୟ ହୋଇପଡିଛନ୍ତି ଅପରାଧି  ।  ବ୍ରହ୍ମପୁର ବଡବଜାର ଥାନା ଅନ୍ତର୍ଗତ ମୁଖ୍ୟବଜାର ନିକଟରେ ରହିଥିବା ଏକ ମଦ ଦୋକାନ ନିକଟରେ  ଦୁବୁର୍ତ୍ତ ଖଣ୍ଡାରେ ଆକ୍ରମଣ କରିବା ଯୋଗୁଁ ଏଥିରେ  ଟୁଟୁ ହାତୀ ନାମକ ଜଣେ ଯୁବକ ଗୁରୁତର ଆହାତ ହୋଇଛନ୍ତି । ଟୁଟୁ ଙ୍କ ହାତକୁ ବହୁ ଯୋରରେ ଆଘାତ ଲାଗିଥିବା ବେଳେ ତାଙ୍କୁ ଘଟଣା ସ୍ଥଳରୁ ସ୍ଥାନୀୟ ଲୋକେ ଚିକିତ୍ସା ପାଇଁ ବ୍ରହ୍ମପୁର ଏମ୍.କେ.ସି.ଜି ରେ ଭର୍ତ୍ତୀ କରିଥିବା ବେଳେ  ପୁର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ କରାଯାଇଛି ନା ଏହାରି ପଛରେ ଆଉ କଣ କାରଣ ରହିଛି ତାହା ପୋଲିସର ତଦନ୍ତରେ ଜଣାପଡିବ  । ସାରା ଜିଲ୍ଲାରେ କ୍ଲିନ୍ କ୍ରାଇମ୍ ଅପରେଶନ କରିବା ପାଇଁ ପୋଲିସ ପକ୍ଷରୁ ଉଦ୍ୟମ ଜାରି ରହିଥିବା ବେଳେ ପୁଣି ଥରେ ଅପରାଧି ମାନେ ଅପରାଧ ଆରମ୍ଭ କରିଦେଇଥିବାରୁ ଏଥିପ୍ରତି ପୋଲିସ ପକ୍ଷରୁ ପୁଣି ଥରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବୀ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.