ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଖଲିକୋଟ ଥାନା ଅନ୍ତର୍ଗତ ସିଧାପଲ୍ଲୀ ନିକଟରେ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସରେ କାର୍ଯ୍ୟରତ ମହିଳା କର୍ମଚାରୀ ଠାରୁ ଟଙ୍କା ଲୁଟ । କଳା ପଲସରରେ ଆସି ଦୁର୍ବୃତ୍ତ ମାନେ ମାଡ ମାରି 60 ହଜାର ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଛି ।
ସିଧାପଲ୍ଲୀ ଗ୍ରାମରୁ ଅର୍ଣ୍ଣପୂର୍ଣ୍ଣା ଫାଇନାନ୍ସର ମହିଳା କର୍ମଚାରୀ ନିବେଦିତା ଦାସ ନିଜର ସ୍କୁଟି ଯୋଗେ ଫେରୁଥିଲେ । ଏହି ସମୟରେ ତିନିଜଣ ଦୁର୍ବୃତ୍ତ ଏକ କଳା ପଲସରରେ ଆସି ଧକ୍କା ମାରିବା ଯୋଗୁଁ ମହିଳା କର୍ମଚାରୀ ଜଣଙ୍କ ତଳେ ପଡିଯାଇଥିଲେ ।
ଏହା ପରେ ଡିକିରେ ଥିବା ସଂଗ୍ରହ ଅର୍ଥକୁ ଦୁର୍ବୃତ୍ତ ମାନେ ନେଇ ଫେରାର ହୋଇଯାଇଛନ୍ତି । ଏହା ପରେ ମହିଳା ଜଣକ ଆହତ ହୋଇ ଖଲିକୋଟ ମେଡିକାଲରେ ଚିକିତ୍ସିତ ହେବା ପରେ ଖଲ୍ଲିକୋଟ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି | ବର୍ତ୍ତମାନ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରୁଛି |
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ