ETV Bharat / city

ସାର ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ବିକ୍ଷୋଭ - ଓଡିଶା କୃଷକ ସଭାର ବିକ୍ଷୋଭ

ଓଡିଶା କୃଷକ ସଭାର ବିକ୍ଷୋଭ । ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରଦାନ କରାଯାଇଛି ସ୍ମାରକପତ୍ର । ଅଧିକ ପଢନ୍ତୁ..

ସାର ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ବିକ୍ଷୋଭ
ସାର ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ବିକ୍ଷୋଭ
author img

By

Published : Apr 19, 2021, 10:31 PM IST

ବ୍ରହ୍ମପୁର: ସାରର ଅତ୍ୟଧିକ ଦର ବୃଦ୍ଧି ପ୍ରତ୍ୟାହାର ଦାବିରେ ଓଡିଶା କୃଷକ ସଭାର ବିକ୍ଷୋଭ । ସୋମବାର ବ୍ରହ୍ମପୁରର ଆଙ୍କୁଲି ଠାରେ ସଙ୍ଗଠନର ସଦସ୍ୟ ବିକ୍ଷୋଭ କରିବା ସହିତ ଉପଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ସାର ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ବିକ୍ଷୋଭ

ଗତବର୍ଷ ତୁଳନାରେ ଚଳିତବର୍ଷ ବିଭିନ୍ନ ସାର ୫୦ କିଲୋଗ୍ରାମ ପ୍ରତି ପାଞ୍ଚ ଶହରୁ ସାତ ଶହ ଟଙ୍କା ବୃଦ୍ଧି କରାଯାଇଛି । ଇଫକୋ ସାରର ଖୁଚୁରା ମୁଲ୍ୟର ବୃଦ୍ଧି ସମ୍ପର୍କରେ ସୂଚନା ଜାରି କରିଛି । ଦୁଇ ମାସ ପୂର୍ବେ ସରକାର ଘୋଷଣା କରିଥିଲେ ଯେ, କୃଷକଙ୍କ କଲ୍ୟାଣ ପାଇଁ କୃଷିର ଉତ୍ପାଦନ ଖର୍ଚ୍ଚ କମାଯିବ । ଏଥିଲାଗି ସାର ଦାମ ବିଶେଷ କରି ବୃଦ୍ଧି କରାଯିବ ନାହିଁ । ମାତ୍ର ଏହି ସମୟ ଭିତରେ ସାର କ୍ଷେତ୍ରରେ ମୂଲ୍ୟ ଧାର୍ଯ୍ୟ କରିବା ପାଇଁ କମ୍ପାନୀ ମାନଙ୍କ ଉପରେ ଥିବା ସରକାରୀ କଟକଣା ନିୟମାବଳୀକୁ ହଟାଇ ଦିଆଯାଇଛି ।

ସାର ମୂଲ୍ୟ ନିର୍ଦ୍ଧାରଣ କ୍ଷେତ୍ରରେ ସରକାରଙ୍କ ଆଉ କୌଣସି ନିୟନ୍ତ୍ରଣ ନାହିଁ । ଏଥିପାଇଁ ମୂଲ୍ୟ ବୃଦ୍ଧି ଘଟିଥିବାରୁ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି କରାଯାଇଥିବା ବେଳେ ସରକାର ଏଥିପ୍ରତି ଦୃଷ୍ଟି ନଦେଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.