ETV Bharat / city

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ, 144 ଧାରା ଜାରି

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ ହୋଇଯାଇଛି । ମାଆଙ୍କ ମସ୍ତକରୁ ଆଜ୍ଞାମାଳ ମିଳିବା ପରେ ଶୁଭାରମ୍ଭ ହୋଇଯାଇଛି ମାଆଙ୍କ ଦ୍ୱିବାର୍ଷିକ ଯାତ୍ରା । ଭିଡ ହେବାକୁ ରହିଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି। ଅଧିକ ପଢନ୍ତୁ...

author img

By

Published : Apr 10, 2021, 7:27 AM IST

Updated : Apr 10, 2021, 8:41 AM IST

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ , 144 ଧାରା ଜାରି

ବ୍ରହ୍ମପୁର: ଶୁଭାରମ୍ଭ ହୋଇଯାଇଛି ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା । ପାରମ୍ପରିକ ରୀତୀନୀତି ଅନୁଯାୟୀ ମାଆଙ୍କ ବାପଘର କୁହାଯାଉଥିବା ଦେଶୀ ବେହେରାଙ୍କ ପକ୍ଷରୁ ମାଆଙ୍କୁ ନିମନ୍ତ୍ରଣ କରାଯିବା ପାଇଁ ଫୁଲଚାଙ୍ଗୁଡି ନେଇ ମଧ୍ୟରାତ୍ରରେ ଏକ ପଟୁଆରରେ ମୁଖ୍ୟ ମନ୍ଦିରରେ ପହଞ୍ଚି କରାଯାଇଛି ପୂଜାର୍ଚ୍ଚାନା ।

ମାଆଙ୍କ ମସ୍ତକରୁ ଆଜ୍ଞାମାଳ ମିଳିବା ପରେ ଶୁଭାରମ୍ଭ ହୋଇଯାଇଛି ମାଆଙ୍କ ଦ୍ୱିବାର୍ଷିକ ଯାତ୍ରା । ଯାହାକି ମାଆଙ୍କ ଆଜ୍ଞାମାଳକୁ ମୁଖ୍ୟପୀଠରୁ ଅଣାଯାଇ ଦେଶୀବେହେରା ସାହିରେ ନିର୍ମିତ ହୋଇଥିବା ଅସ୍ଥାୟୀ ମନ୍ଦିରରେ ବିଜେ କରାଯାଇଛି ।

ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା ଆରମ୍ଭ, 144 ଧାରା ଜାରି

ଗୋଟିଏ ପଟେ କୋଭିଡ୍ କଟକଣା ଏବଂ ଅନ୍ୟପଟେ ମାଆଙ୍କ ଯାତ୍ରାରେ ଅଧିକ ଭିଡ ହେବାକୁ ରହିଥିବା ସମ୍ଭାବନାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ 144 ଧାରା ଜାରି କରାଯାଇଛି। ଯାହା ଫଳରେ ଶନିବାର ସକାଳ 6 ଟା ପର ଠାରୁ ଭକ୍ତ ମାନେ ମାଆଙ୍କୁ ଦର୍ଶନ କରିବେ ।

ଶୁଭାରମ୍ଭ ହେଲା ବ୍ରହ୍ମପୁରର ପ୍ରସିଦ୍ଧ ମାଆ ବୁଢୀ ଠାକୁରାଣୀଙ୍କ ଯାତ୍ରା

ଯାତ୍ରାର ଶୁଭାରମ୍ଭ ପରେ ମାଆଙ୍କ ଗୋଟିଏ ଦିନ ଅସ୍ଥାୟୀ ମଣ୍ଡପରେ ବିଶ୍ରାମ ନେବା ପରେ ତୃତୀୟ ଦିବସରୁ ମାଆଙ୍କ ଆଜ୍ଞାମାଳକୁ ଫୁଲ ଚାଙ୍ଗୁଡିରୁ ଘଟକୁ ପରିବର୍ତ୍ତନ କରାଯିବାର ପରମ୍ପରା ରହିଛି ।

ସେପଟେ ଚଳିତବର୍ଷ ମାଆଙ୍କ ଯାତ୍ରାକୁ ପ୍ରଶାସନ ପକ୍ଷରୁ ସାତ ଦିନ ଅନୁମତି ପ୍ରଦାନ କରିଥିବା ବେଳେ ସଂପୂର୍ଣ୍ଣ କୋଭିଡ୍ କଟକଣାରେ ଆୟୋଜିତ ହେବ ଏହି ଯାତ୍ରା । ଅନ୍ୟପଟେ ପ୍ରଶାସନ ପକ୍ଷରୁ ଯାତ୍ରାକୁ ସୁପରିଚାଳନା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Apr 10, 2021, 8:41 AM IST

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.