ETV Bharat / city

ବ୍ରହ୍ମପୁରରେ ଅବକାରୀ ବିଭାଗର ଚଢାଉ, ୧୩୪ ଲିଟର ନକଲି ବିଦେଶୀ ମଦ ଜବତ - ନକଲି ବିଦେଶୀ ମଦ ଜବତ

ଅବକାରୀ ବିଭାଗକୁ ବଡ ସଫଳତା । ବ୍ରହ୍ମପୁର ସହର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ଗାଁରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ । ଅଧିକ ପଢନ୍ତୁ

ବ୍ରହ୍ମପୁରରେ ଅବକାରୀ ବିଭାଗର ଚଢାଉ, ୧୩୪ ଲିଟର ନକଲି ବିଦେଶୀ ମଦ ଜବତ

author img

By

Published : May 1, 2022, 6:26 PM IST

ବ୍ରହ୍ମପୁର: ଅବକାରୀ ବିଭାଗକୁ ବଡ ସଫଳତା । ବ୍ରହ୍ମପୁର ସହର ଉପକଣ୍ଠ ଗୋପାଳପୁର ଥାନା ଅନ୍ତର୍ଗତ ଡୁରା ଗାଁରୁ ବିପୁଳ ପରିମାଣର ନକଲି ବିଦେଶୀ ମଦ ଜବତ କଲା ଅବକାରୀ ଗୁଇନ୍ଦା ବିଭାଗ । ତେବେ ବ୍ରହ୍ମପୁର ସହର ସମେତ ଉପକଣ୍ଠ ଅଞ୍ଚଳର ବିଭିନ୍ନ ସ୍ଥାନରେ ବଢି ଚାଲିଥିବା ଗୋଟିଏ ପରେ ଗୋଟିଏ ନକଲି ବିଦେଶୀ ମଦ କାରବାରକୁ ଧରିବାରେ ସକ୍ଷମ ହୋଇଛି ଅବକାରୀ ବିଭାଗ ।

ବ୍ରହ୍ମପୁରରେ ଅବକାରୀ ବିଭାଗର ଚଢାଉ, ୧୩୪ ଲିଟର ନକଲି ବିଦେଶୀ ମଦ ଜବତ

ସେହିପରି ଆଜି ବିପୁଳ ପରିମାଣର ନକଲି ବିଦେଶୀ ମଦକୁ ଜବତ କରିଛି, ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ । ଅବକାରୀ ବିଭାଗ ପକ୍ଷରୁ ଏହି ଚଢାଉ ସମୟରେ ୧୩୪ ଲିଟର ବିଭିନ୍ନ ନାମୀଦାମୀ କମ୍ପାନୀର ବୋତଲରେ ପ୍ୟାକିଙ୍ଗ କରାଯାଇଥିବା ନକଲି ବିଦେଶୀ ମଦ ସମେତ ୪୦ ଲିଟର ମଦ ପ୍ରସ୍ତୁତ କରାଯିବା ପାଇଁ ରହିଥିବା ସ୍ପିରିଟ ମଧ୍ୟ ଜବତ ହୋଇଛି । ଏହି ଘଟଣାରେ ଖାଲି ବୋତଲ , ବିଭିନ୍ନ ବିଦେଶୀ ମଦ କମ୍ପାନୀର ଠିପି, ନକଲି ଲେବୁଲ କରିବାରେ ୨ଜଣ ଗିରଫ ହୋଇଥିବା ବେଳେ ୨ଟି ମୋଟର ସାଇକେଲ ମଧ୍ୟ ଜବତ କରାଯାଇଛି ।

ଅନ୍ୟପଟେ ଅବକାରୀ ବିଭାଗ ପକ୍ଷରୁ ଏହାକୁ ନେଇ ଅଧିକ ଖୋଳତାଡ କରୁଛି । ଏନେଇ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗର ଡେପୁଟି କମିଶନର ରାଜେନ୍ଦ୍ର କୁମାର ଭର୍ତ୍ତ୍ରାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ବ୍ରହ୍ମପୁର ସମ୍ବାଦଦାତା ସମୀର ଆଚାର୍ଯ୍ୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.