ETV Bharat / city

Interesting Story: ପ୍ରେରଣାର ଅନ୍ୟ ନାଁ ସୀମାଞ୍ଚଳ, ଦେଢ ବର୍ଷ ଧରି ବିନା ଅର୍ଥରେ ତାଲିମ ପ୍ରଦାନ - ବ୍ରହ୍ମପୁରର ସିମାଞ୍ଚଳ ବାରିକ ଦେଉଛନ୍ତି ମାଗଣା ସେନା ତାଲିମ

ଖେଳ ପଡିଆରେ ଚାଲିଛି ରନିଂ । କେବଳ ରନିଂ ନୁହେଁ ସେନାରେ ଭର୍ତ୍ତି ହେବା ପାଇଁ ଆବଶ୍ୟକ ହେଉଥିବା ଅଭ୍ୟାସ କରୁଛନ୍ତି ଯୁବକ ଯୁବତୀ । ଆଉ ଏମାନଙ୍କୁ ତାଲିମ ଦେଉଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ ତାହା ପୁଣି ବିନା ଅର୍ଥରେ । ଅଧିକ ପଢନ୍ତୁ

ସେନାରୁ ଅବସର ପରେ ଯୁବବର୍ଗଙ୍କୁ ମାଗଣା ତାଲିମ ଦେଉଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ : ଛୁଟୁଛି ଶୁଭେଚ୍ଛାର ସୁଅ

author img

By

Published : Apr 17, 2022, 4:33 PM IST

ବ୍ରହ୍ମପୁର : ସେନାରେ ଯୋଗ ଦେବାକୁ ଇଚ୍ଛା ରଖିଥିବା ଯୁବକ ଯୁବତୀଙ୍କ ପାଇଁ ପାଲଟିଛନ୍ତି ପ୍ରେରଣାର ଉତ୍ସ । ବିନା ଅର୍ଥରେ ଦେଉଛନ୍ତି ତାଲିମ । ସେ ହେଉଛନ୍ତି ବ୍ରହ୍ମପୁର ସୀମାଞ୍ଚଳ ବାରିକ । ଦୀର୍ଘ ୨୧ ବର୍ଷ ଧରି ଭାରତୀୟ ସ୍ଥଳ ସେନାରେ ଜଣେ ହାବିଲଦାର ଭାବରେ କାର୍ଯ୍ୟ କରି ଦେଶମାତୃକାର ସେବା କରୁଥିଲେ । ଆଉ ଏବେ ଯୁବବର୍ଗଙ୍କୁ ମାଗଣା ତାଲିମ ଦେଇ ଆସିଛନ୍ତି ଚର୍ଚ୍ଚାକୁ ।

ସେନାରୁ ଅବସର ପରେ ଯୁବବର୍ଗଙ୍କୁ ମାଗଣା ତାଲିମ ଦେଉଛନ୍ତି ବ୍ରହ୍ମପୁରର ସୀମାଞ୍ଚଳ : ଛୁଟୁଛି ଶୁଭେଚ୍ଛାର ସୁଅ

ଭାରତୀୟ ସେନା ଠାରୁ ଆରମ୍ଭ କରି ଦେଶର ପାରା ମିଲିଟାରୀ ଏବଂ ପୋଲିସ ବିଭାଗ ଭଳି କାର୍ଯ୍ୟରେ ଯୋଗ ଦେବା ପାଇଁ ଶିକ୍ଷାଗତ ଯୋଗ୍ୟତା ସହିତ ଆବଶ୍ୟକ ପଡିଥାଏ ଶାରୀରିକ ପରୀକ୍ଷା । ଯେଉଁଥିପାଇଁ ଅନେକ ସମୟରେ ଅନେକ କୃତି ଯୁବକ ଯୁବତୀ ଶାରୀରିକ ପରୀକ୍ଷାରେ ସଫଳ ହୋଇପାରିନଥାନ୍ତି । ଯାହାକି ସେମାନଙ୍କ ପାଇଁ ଚିନ୍ତାର କାରଣ ପାଲଟିଯାଇଥାଏ ।

ହେଲେ ରେଶମ ସହରରେ ଏହି ଚିନ୍ତାକୁ ଦୂର କରିବା ପାଇଁ ଯୁବ ବର୍ଗଙ୍କୁ ନେଇ ନିୟମିତ ତାଲିମ ପ୍ରଦାନ କରୁଛି ବ୍ରହ୍ମପୁର ଫିଜିକାଲ ଏକାଡେମୀ । ଗତ ଦେଢ ବର୍ଷ ଧରି ବିନା ଅର୍ଥରେ ଯୁବ ବର୍ଗଙ୍କୁ ଏଥିପାଇଁ ତାଲିମ ଦେଇ ଆସୁଛନ୍ତି ହାବିଲଦାର ସୀମାଞ୍ଚଳ ବାରିକ । ଦୀର୍ଘ ୨୧ ବର୍ଷ ଧରି ଭାରତୀୟ ସ୍ଥଳ ସେନାରେ ଜଣେ ହାବିଲଦାର ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ ପରେ ସେ ଯୁବ ବର୍ଗଙ୍କୁ ଏ ନେଇ ଦେଉଛନ୍ତି ତାଲିମ ।

ଦୈନିକ ଦୁଇରୁ ତିନି ଥର ସହରର ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟ ଖେଳପଡିଆ ଠାରୁ ଆରମ୍ଭ କରି ଏମ୍.କେ.ସି.ଜି ମେଡିକାଲର ଖେଳ ପଡ଼ିଆରେ ଦିଆଯାଉଛି ତାଲିମ । ଯାହାକି ଗତ କିଛି ମାସ ମଧ୍ୟରେ ଏଠାରେ ତାଲିମ ନେଉଥିବା ୧୦୯ ଜଣ ବିଦ୍ୟାର୍ଥୀ ଏକ ସଙ୍ଗେ ଭାରତୀୟ ସ୍ଥଳ ସେନାରେ ନିଯୁକ୍ତି ପାଇଥିବା କହିଛନ୍ତି ତାଲିମ ଦେଇ ଆସୁଥିବା ସୀମାଞ୍ଚଳ ।

ସେନାରୁ ଅବସର ନେବା ପରେ ବ୍ରହ୍ମପୁର ସହରର ସୀମାଞ୍ଚଳ ଭାରତୀୟ ସେନା ବାହିନୀରେ କିଭଳି କଷ୍ଟକର ଶାରୀରିକ ପରୀକ୍ଷା ଦେବାକୁ ପଡିଥାଏ ତାହାକୁ ନେଇ ପ୍ରଥମେ ସହରର କେତେକ ଯୁବକଙ୍କୁ ତାଲିମ ପ୍ରଦାନ କରିବା ଆରମ୍ଭ କରିଥିଲେ । ଏହା ପରେ ନିଜର ୟୁଟ୍ୟୁବ୍ ଚ୍ୟାନେଲ ମାଧ୍ୟମରେ ପ୍ରଚାର ପ୍ରସାର କରିବା ପରେ ବର୍ତ୍ତମାନ ରାଜ୍ୟ ଦେଶ କାହିଁକି ବିଦେଶରୁ ମଧ୍ୟ ଯୁବକ ଯୁବତୀମାନେ ତାଲିମ ନେବା ପାଇଁ ଭିଡ ଜମିଲାଣି ।

ପୂର୍ବରୁ ଓଡିଶା ପୋଲିସ ବିଭାଗର ଏସଆଇ ପଦବୀ ପାଇଁ ଶାରୀରିକ ନିଯୁକ୍ତି ପରୀକ୍ଷାରେ ବିଫଳ ହୋଇଥିବା ଶିବାନୀ ସ୍ବାଇଁ ଏଠାକୁ ଆସି ପାଇଥିବା ତାଲିମରେ ଅନେକ ମାତ୍ରାରେ ଫିଟ୍ ହୋଇଯାଇଥିବା କହିଥିବାବେଳେ ଚିଲିକା ଅଞ୍ଚଳରୁ ଆସି ତାଲିମ ନେଉଥିବା ସତ୍ୟବାନ ଲେଙ୍କା ମଧ୍ୟ ଏଠାରେ ନିଜକୁ ଫିଟ୍ କରାଇଥିବା କହିଛି । ଦୈନିକ ଦୌଡ ଠାରୁ ଆରମ୍ଭ କରି ଉଚ୍ଚା ଡିଆଁ, ଲମ୍ୱା ଡିଆଁ ନିୟମିତ ଭାବେ ଅଭ୍ୟାସ କରାଯାଇଥାଏ ଏଠାରେ ।

ଅନ୍ୟପଟେ କେବଳ ଯେ ଭାରତୀୟ ସେନା, ପାରମିଲିଟାରୀ କି ପୋଲିସ ବିଭାଗ ପାଇଁ ତାଲିମ ନୁହେଁ । ବରଂ ବର୍ତ୍ତମାନ ଯୁଗରେ ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଥିବା ଶରୀରର ଅତ୍ୟଧିକ ଓଜନ ହ୍ରାସ କରିବା ପାଇଁ ବିନା ଡାଇଟ ଏହାକୁ ସଫଳ କରି ଦେଖାଛନ୍ତି ସୀମାଞ୍ଚଳ । ଯେଉଁଥି ପାଇଁ ରାଜ୍ୟ କାହିଁକି ଦେଶର ବିଭିନ୍ନ ମେଟ୍ରୋ ସିଟି ଠାରୁ ଆରମ୍ଭ କରି ବିଦେଶରୁ ତାଲିମ ନେବା ପାଇଁ ଛୁଟି ଆସୁଛନ୍ତି ବହୁ ବ୍ୟକ୍ତି ବିଶେଷ ।

ହାଇଦ୍ରାବାଦରୁ ଆସିଥିବା ଯୁବକ ଜଣଙ୍କ ପୂର୍ବରୁ ୧୬୧ କିଲୋ ରହିଥିବା ବେଳେ ଏଠାରେ ରହି ତାଲିମ ନେବା ପରେ ତାଙ୍କ ଶରୀରର ଓଜନ ୧୩୬ କିଲୋ ହୋଇଥିବାରୁ ସେ ବେଶ ଖୁସି ରହିଥିବା କହିଛନ୍ତି । ସେ ବିନା ଡାଇଟରେ କେବଳ ତାଲିମ ମାଧ୍ୟମରେ ଗତ ୪୫ ଦିନରେ ୨୫ ଓଜନ ହ୍ରାସ ହୋଇଥିବା କହିଛନ୍ତି । ଏପରିକି କିଛି ବ୍ୟକ୍ତି ବିଶେଷଙ୍କ ୪୦ ରୁ ୫୦ କେଜି ଓଜନ ମଧ୍ୟ ହ୍ରାସ ପାଇଥିବା ଉଦାହରଣ ରହିଛି । ସେହିପରି ସେନାରେ ସାମିଲ ହେବାକୁ ଆଗ୍ରହ ରଖିଥିବା ନେପାଳ ଅଞ୍ଚଳର ଜଣେ ଯୁବକ ତାଙ୍କ ସହପାଠୀଙ୍କ ସହିତ ରହି ନିୟମିତ ଭାବରେ ତାଲିମ ନେଉଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.