ETV Bharat / city

ଗଞ୍ଜାମରେ ସମସ୍ତଙ୍କର ହେବ ସ୍ବାସ୍ଥ୍ୟପରିକ୍ଷା - ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ

କୋରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ । ଜିଲ୍ଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କର କରାଯିବ ସ୍ବାସ୍ଥ୍ୟ ପରୀକ୍ଷା । ଅଧିକ ପଢନ୍ତୁ....

collector press meet in ganjam due to corona awareness
ଗଞ୍ଜାମରେ ସମସ୍ତ ଜନସାଧାରଣଙ୍କ କରାଯିବ ସ୍ଥାସ୍ଥ୍ୟ ପରୀକ୍ଷା
author img

By

Published : Apr 8, 2020, 8:30 PM IST

ବ୍ରହ୍ମପୁର: କୋରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ଗଞ୍ଜାମ ଜିଲ୍ଲାପାଳଙ୍କ ଅଭିନବ ପ୍ରୟାସ । ଜିଲ୍ଲାରେ ପ୍ରତ୍ୟେକ ବ୍ୟକ୍ତିଙ୍କର କରାଯିବ ସ୍ବାସ୍ଥ୍ୟ ପରୀକ୍ଷା । ଏଥିପାଇଁ ପ୍ରତ୍ୟେକ ଗାଁରେ ଓ ସହରାଞ୍ଚଳର ସମସ୍ତ ସାହିରେ ନିର୍ଦ୍ଦିଷ୍ଟ ଟିମ୍ ଘର ଘର ବୁଲି ଖବର ସଂଗ୍ରହ କରିବେ । ଅଙ୍ଗନୱାଡି କର୍ମୀ, ଆଶାକର୍ମୀ, ଶିକ୍ଷକ ଓ ସ୍ବାସ୍ଥ୍ୟ ବିଭାଗର ସୁପରଭାଇଜରଙ୍କୁ ନେଇ ଏହି ଟିମ୍ ଗଠନ କରାଯିବ । ନିର୍ଦ୍ଦିଷ୍ଟ ଫର୍ମରେ ସେହି ପରିବାରର ସଦସ୍ୟଙ୍କ ନାମ, ଫୋନ୍ ନମ୍ବର ଏବଂ ଯଦି କିଛି ସ୍ବାସ୍ଥ୍ୟଗତ ସମସ୍ୟାରେ ପୀଡିତ ଅଛନ୍ତି ତାହା ଉଲ୍ଲେଖ ରହିବ । ପରିବାର ସଦସ୍ୟଙ୍କ ବିଭିନ୍ନ ସ୍ଥାନକୁ ଗନ୍ତବ୍ୟ ତଥ୍ୟ ସଂଗ୍ରହ କରାଯିବ । ଡାକ୍ତରୀ ଦଳ ଏହି ପୀଡିତ ମାନଙ୍କୁ ଅଧିକ ତର ପରୀକ୍ଷା କରିବେ । ତିନି ଦିନ ମଧ୍ୟରେ ଏହି ଯାଞ୍ଚ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆୟୋଜିତ ବୈଠକରେ କହିଛନ୍ତି ।

ଗଞ୍ଜାମରେ ସମସ୍ତ ଜନସାଧାରଣଙ୍କ କରାଯିବ ସ୍ଥାସ୍ଥ୍ୟ ପରୀକ୍ଷା

ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଛତ୍ରପୁର ଠାରେ ଆୟୋଜିତ ବୈଠକରେ ଲକ୍ ଡାଉନ୍ ପରେ ବାହାରୁ କେତେ ଲୋକ ଜିଲ୍ଲାକୁ ଫେରିବେ ତାର ନିର୍ଦ୍ଦିଷ୍ଟ ତାଲିକା ବିଡିଓ ପ୍ରଦାନ କରିବେ । ଚୋରା ମଦ କାରବାର ଉପରେ ନଜର ରଖିବା ପାଇଁ ତହସିଲଦାରଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଯେଉଁ ସବୁ ସ୍ଥାନରେ ରନ୍ଧା ଖାଦ୍ୟ ଦିଆଯାଉଛି ତାର ସମ୍ପୂର୍ଣ୍ଣ ତାଲିକା ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବା ପାଇଁ କୁହାଯାଇଛି । ଅଧିକାରୀ ମାନେ ଗସ୍ତ ସମୟରେ କିଛି ଖାଦ୍ୟ ପଦାର୍ଥ ଗାଡିରେ ମହଜୁଦ୍ ରଖିବେ ।

ଫଳରେ ହଠାତ୍ କୈଣସି ନିରାଶ୍ରୟ ବ୍ୟକ୍ତିଙ୍କୁ ତାହା ପ୍ରଦାନ କରିହେବ । ଯେଉଁ ମାନେ ସହାୟତା ଦେବାକୁ ଚାହୁଁଛନ୍ତି ସେମାନେ ଜିଲ୍ଲା କୋରୋନା ସେଲ୍ ରେ ତାହା ପ୍ରଦାନ କରିପାରିବେ ବୋଲି ଜିଲ୍ଲାପାଳ ସ୍ପଷ୍ଟ କରିଛନ୍ତି । ଛୋଟ ପିଲା, ବୟସ୍କ ବ୍ୟକ୍ତି ବାହାରକୁ ନ ବାହାରିବା ପାଇଁ କୁହାଯାଇଛି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ , ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ ଓ ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପ ଜିଲ୍ଲାପାଳ ଓ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ,ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.