ବ୍ରହ୍ମପୁର: ବିଭିନ୍ନ ଦାବି ନେଇ ବ୍ରହ୍ମପୁର ସହରର ସାଉଥକୋ କାର୍ଯ୍ୟାଳୟ ସମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ଓଡ଼ିଶା ବିଜୁଳି କର୍ମଚାରୀ ସଙ୍ଘ । ପଞ୍ଚାନନ ଜେନାଙ୍କ ନେତୃତ୍ବରେ ଆୟୋଜିତ ବିକ୍ଷୋଭରେ ୨୦୨୦ର ବିଦ୍ୟୁତ ଆଇନ ବାତିଲ କରିବା , କେନ୍ଦ୍ର ସରକାର ବିଦ୍ୟୁତ ବିଭାଗକୁ ଘରୋଇ ମାଲିକାନା ହାତରେ ସମର୍ପଣ କରିବା ନିଷ୍ପତ୍ତିକୁ ପ୍ରତ୍ୟାହାର କରିବା , ଦୁଇ ଶହ ଆଉଟ ସୋର୍ସ କର୍ମଚାରୀଙ୍କୁ ଚୁକ୍ତି ମୁତାବକ ସ୍ଥାୟୀ ନିଯୁକ୍ତି ଦେବାକୁ ଦାବି କରିଛି ସଂଘ ।
ଦୀର୍ଘ ଦିନ ଧରି କର୍ମଚାରୀଙ୍କ ବିଭିନ୍ନ ସମସ୍ୟାଗୁଡିକ ବିଷୟରେ ସମ୍ପୃକ୍ତ ବିଭାଗର ଅଧିକାରୀଙ୍କୁ ଅବଗତ କରାଯାଉଥିଲେ ମଧ୍ୟ କୌଣସି ସୁଫଳ ନ ମିଳିବା ଯୋଗୁଁ ଶେଷରେ ବାଧ୍ୟ ହୋଇ ତିନି ଘଣ୍ଟିଆ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ