ବ୍ରହ୍ମପୁର: ଦେହରେ ରହିଥିଲା ପୋଲିସର ପୋଷାକ । ଛାତିରେ ଲାଗିଥିଲା ନିଜ ନାମର ପୋଲିସ ବ୍ୟାଚ । ସହରର ପ୍ରମୁଖ ଜନଗହଳିପୂର୍ଣ୍ଣ ଅଞ୍ଚଳରେ କରି ଆସୁଥିଲେ ପୋଲିସ ଡ୍ୟୁଟି । ହେଲେ ସେ ନଥିଲେ ଜଣେ ଅସଲି ପୋଲିସ କର୍ମଚାରୀ । ଗତ କିଛିଦିନ ଧରି ବ୍ରହ୍ମପୁର ସହରରେ ପୋଲିସ ଆଖିରେ ଧୂଳି ଦେଇ ପୋଲିସ କନଷ୍ଟେବଳ ଡ୍ୟୁଟି କରି ଚାନ୍ଦା ଆଦାୟ କରିବା ମହଙ୍ଗା ପଡିଛି ଗଞ୍ଜାମ ଜିଲ୍ଲାର ପୁରଷୋତ୍ତମପୁର ଥାନା ଅଞ୍ଚଳର ଜଣେ ଯୁବକଙ୍କୁ ।
![ନକଲି ପୋଲିସ କନେଷ୍ଟେବଳକୁ ଗିରଫ କଲା ଅସଲି ପୋଲିସ](https://etvbharatimages.akamaized.net/etvbharat/prod-images/od-bam-duplicate-police-constable-arrest-7205524_07012021184436_0701f_1610025276_467.jpg)
ଶେଷରେ ଗୁରୁବାର ବ୍ରହ୍ମପୁର ସହରର ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ଛକ ନିକଟସ୍ଥ ବାବାଜୀ ତୋଟା ସାହି ଛକ ନିକଟରେ ଏଭଳି ଜଣେ ନକଲି ପୋଲିସ କନଷ୍ଟେବଲଙ୍କ କାର୍ଯ୍ୟ ଓ ଗତିବିଧିକୁ ଲକ୍ଷ୍ୟ କରି ସ୍ଥାନୀୟ ଲୋକଙ୍କୁ ଅଭିଯୋଗ ପରେ ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଛି । ନକଲି ପୋଲିସ ଭାବରେ ଗିରଫ ଯୁବକ ଜଣଙ୍କ ହେଉଛନ୍ତି ଜିଲ୍ଲାର ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ କୁମାରୀ ଗାଁ ର ବନମାଳୀ ନାୟକଙ୍କ ପୁତ୍ର ଅରୁଣ ନାୟକ । ମୁଖ୍ୟତଃ ତାଙ୍କ ହାବଭାବ ଦେଖି ତିନି ଜଣ ବ୍ୟବସାୟୀଙ୍କ ସନ୍ଦେହ ହେବା ପରେ ନକଲି ପୋଲିସକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ