ETV Bharat / city

ସ୍କୁଲ ବନ୍ଦ ନେଇ ହାଇକୋର୍ଟଙ୍କ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଡ଼ିଏସ ତରଫରୁ ଦାବି ଦିବସ

author img

By

Published : May 6, 2021, 6:58 PM IST

ସ୍କୁଲ ବନ୍ଦ ନେଇ ହାଇକୋର୍ଟଙ୍କ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରି ସରକାରୀ ପ୍ରାଥମିକ ସ୍କୁଲ ମାନଙ୍କରେ ନାମଲେଖା ଆରମ୍ଭ କରିବା ଦାବିରେ ଅଲ ଇଣ୍ଡିଆ ଡି.ଏସ୍.ଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଦାବି ଦିବସ ପାଳନ କରାଯାଇଛି । ଅଧିକ ପଢନ୍ତୁ...

ସ୍କୁଲ ବନ୍ଦ ନେଇ ହାଇକୋର୍ଟଙ୍କ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ  ଡ଼ିଏସ ତରଫରୁ ଦାବି ଦିବସ
ସ୍କୁଲ ବନ୍ଦ ନେଇ ହାଇକୋର୍ଟଙ୍କ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରିବାକୁ ଡ଼ିଏସ ତରଫରୁ ଦାବି ଦିବସ

ବ୍ରହ୍ମପୁର: ସ୍କୁଲ ବନ୍ଦ ନେଇ ହାଇକୋର୍ଟଙ୍କ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରି ସରକାରୀ ପ୍ରାଥମିକ ସ୍କୁଲମାନଙ୍କରେ ନାମଲେଖା ଆରମ୍ଭ କରିବା ଦାବିରେ ଅଲ ଇଣ୍ଡିଆ ଡି.ଏସ୍.ଓ ଗଞ୍ଜାମ ଜିଲ୍ଲା କମିଟି ତରଫରୁ ଦାବି ଦିବସ ପାଳନ କରାଯାଇଛି ।

ଓଡିଶା ରାଜ୍ୟ ପରିଷଦ ପକ୍ଷରୁ ସାରା ଓଡିଶା ଦାବି ଦିବସ ଡାକରାରେ ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ଶହ ଶହ ଛାତ୍ରଛାତ୍ରୀ ଓ ଅଭିଭାବକ ବୃନ୍ଦ ଦାବି ସମ୍ବଳିତ ପ୍ଲାକାର୍ଡ ଧରି ଭିସି ଯୋଗେ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି ।

ସୂଚନାଥାଉ କି, ରାଜ୍ୟ ସରକାର ୨୦୧୮ ମସିହାରେ ରାଜ୍ୟର ୧୪,୩୭୯ଟି ବିଦ୍ୟାଳୟ ବନ୍ଦ କରିବା ପାଇଁ ନିଷ୍ପତ୍ତ ନେଇଥିଲେ । ଯାହାକୁ ୨୦୨୦-୨୦୨୧ ଶିକ୍ଷାବର୍ଷରେ କାର୍ଯ୍ୟକାରୀ କରିବା ଆରମ୍ଭ କରିଥିଲେ । ଉପସ୍ଥାନ କମ୍ ଥିବା କାରଣ ଦର୍ଶାଇ ସରକାର କମ୍ ସଂଖ୍ୟକ ଛାତ୍ରଛାତ୍ରୀ ଥିବା ସ୍କୁଲକୁ ନିକଟ ସ୍କୁଲରେ ମିଶ୍ରଣ କରି ଉକ୍ତ ସ୍କୁଲକୁ ବନ୍ଦ କରୁଥିଲେ ।

ରାଜ୍ୟର ବିପର୍ଯ୍ୟସ୍ତ ସ୍କୁଲ ଶିକ୍ଷା ବ୍ୟବସ୍ଥାକୁ ସରକାରୀ ସ୍କୁଲ ଗୁଡିକୁ ବନ୍ଦ କରି ଘରୋଇ ଶିକ୍ଷାକୁ ପ୍ରୋତ୍ସାହିତ କରୁଥିବା ମିଶ୍ରଣ ଏବଂ ବନ୍ଦ ନୀତି ଫଳରେ ବନ୍ଦ ହେଉଥିବା ସ୍କୁଲର ଛାତ୍ରଛାତ୍ରୀଙ୍କ ପାଠପଢାରେ ଡୋରି ବନ୍ଧା ହେବାର ସମ୍ଭାବନା ସୃଷ୍ଟି ହେଲା ।

ଅନ୍ୟପଟେ ହଜାର ହଜାର ସିଟି, ବିଏଡ ଆଶାୟୀ ପ୍ରାର୍ଥୀଙ୍କ ନିଯୁକ୍ତିର ସମ୍ଭାବନା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେଲା । ଏହି ନିଷ୍ପତ୍ତି ବିରୋଧରେ ଓଡିଶାର ଛାତ୍ରଛାତ୍ରୀ ଓ ଅଭିଭାବକ ସ୍ବତଃ ରାଜ୍ୟବ୍ୟାପୀ ଆନ୍ଦୋଳନ କରିଥିଲେ ।

ପ୍ରତ୍ୟେକ ଜିଲ୍ଲାରେ ଅଭିଭାବକମାନେ ବିଦ୍ୟାଳୟ ସୁରକ୍ଷା କମିଟି ଗଠନ କରି ଆନ୍ଦୋଳନ ଚଳାଇ ରଖୁଛନ୍ତି । ଏହି ନିଷ୍ପତ୍ତି ବିରୁଦ୍ଧରେ ଏ.ଆଇ.ଡି.ଏସ୍.ଓ ଛାତ୍ର ସଂଗଠନ ନେତୃତ୍ବରେ ବିଭିନ୍ନ ସ୍ତରରେ ମଧ୍ୟ ଛାତ୍ର ଓ ଗଣଆନ୍ଦୋଳନ ଚାଲିଥିବା ବେଳେ ରାଜ୍ୟବ୍ୟାପୀ ବିରୋଧ, ଆନ୍ଦୋଳନ ଚାପ ଏବଂ ବହୁ ଅଭିଯୋଗ ଫଳରେ ଏବେ ଓଡିଶା ଉଚ୍ଚ ନ୍ୟାୟାଳୟ ରାଜ୍ୟ ସରକାରଙ୍କ ଦ୍ବାରା ୨୦୨୦ ମାର୍ଚ୍ଚ ୧୧ତାରିଖରେ ଗଣଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ସ୍କୁଲ ବନ୍ଦ ବିଜ୍ଞପ୍ତିକୁ ରଦ୍ଦ କରିଛନ୍ତି ।

୨୦ ଜଣରୁ କମ୍ ଛାତ୍ରଛାତ୍ରୀ ଥିବା ସ୍କୁଲଗୁଡିକୁ ବନ୍ଦ କରିବା ବିଜ୍ଞପ୍ତି ରଦ୍ଦ କରିବା ସହିତ ଛୋଟ ଛୋଟ ପିଲା ମାନଙ୍କୁ ଦୂର ସ୍କୁଲକୁ ପଠାଇବା ବେଆଇନ୍ ବୋଲି କହିଛନ୍ତି । ଏଥି ସହିତ ଧ୍ବଂସ ପ୍ରାୟ ସରକାରୀ ଶିକ୍ଷାକୁ ସଜାଡିବା ପାଇଁ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଏହି ପରିସ୍ଥିତିରେ ରାଜ୍ୟ ସରକାର କାଳ ବିଳମ୍ବ ନକରି ସ୍କୁଲ ବନ୍ଦ ପ୍ରସଙ୍ଗରେ ହାଇକୋର୍ଟଙ୍କ ରାୟକୁ ତୁରନ୍ତ କାର୍ଯ୍ୟକାରୀ କରି ରାଜ୍ୟ ତଥା ଆମ ଗଞ୍ଜାମ ଜିଲ୍ଲାର ବନ୍ଦ କରାଯାଇଥିବା ସମସ୍ତ ସରକାରୀ ପ୍ରାଥମିକ ସ୍କୁଲଗୁଡିକୁ ତୁରନ୍ତ ଖୋଲି ନାମ ଲେଖା ଆରମ୍ଭ କରିବା ପାଇଁ ଏ ଆଇ ଡି ଏସ ଓ ଗଞ୍ଜାମ ଜିଲ୍ଲା ପକ୍ଷରୁ ଦୃଢ ଦାବି କରିବା ସହ ଏକ ଦାବିପତ୍ର ଅନଲାଇନ ଯୋଗେ ମାନ୍ୟବର ଶିକ୍ଷାମନ୍ତ୍ରୀ,ଶିକ୍ଷା ସଚିବ ଓ ଶିକ୍ଷା ନିର୍ଦ୍ଦେଶକଙ୍କୁ ପ୍ରଦାନ କରାଯାଇଛି ।

ଏହି କାର୍ଯ୍ୟକ୍ରମକୁ ଏଆଇଡ଼ିଏସ ଓ ରାଜ୍ୟ ଉପସଭାପତି ସୋମନାଥ ବେହେରା, ଜିଲ୍ଲା ସଭାପତି ଶିବାନୀ ଶଙ୍କର ମିଶ୍ର, ସମ୍ପାଦକ ନିମାଇଁ ଚରଣ ସାହୁଙ୍କ ସମେତ ଡ଼ି. ତିରୁପତି ଦୋରା, ନାରାୟଣ ସାହୁ, ପପୁନ ସାହୁ, କିସାନ କୁମାର ସାହୁ, ଶୁଭସ୍ମିତା ପାଣିଗ୍ରାହୀ, କାମରାଜ ସାହୁ ପ୍ରମୁଖ କର୍ମକର୍ତ୍ତା ପରିଚାଳନା କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.