ETV Bharat / city

ଟୀକାକରଣ ପୂର୍ବରୁ ବ୍ରହ୍ମପୁରରେ ଆରମ୍ଭ ହେଲା ଡ୍ରାଏ ରନ - corona vaccine

କୋଭିଡ ୧୯ ଟୀକାକରଣ ପୂର୍ବରୁ ବ୍ରହ୍ମପୁର ନଗର ଚିକିତ୍ସାଳୟ ପରିସରରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତିରେ ଆୟୋଜିତ ହୋଇଛି ଡ୍ରାଏ ରନ କାର୍ଯ୍ୟକ୍ରମ। ଅଧିକ ପଢନ୍ତୁ...

ଟିକାକରଣ ପୂର୍ବରୁ ବ୍ରହ୍ମପୁର ଆରମ୍ଭ ହେଲା ଡ୍ରାଏ ରନ

author img

By

Published : Jan 3, 2021, 12:32 PM IST

ବ୍ରହ୍ମପୁର: କୋଭିଡ ୧୯ ଟୀକାକରଣ ପୂର୍ବରୁ ବ୍ରହ୍ମପୁରରେ ଆୟୋଜିତ ହୋଇଛି ଡ୍ରାଏ ରନ୍ କାର୍ଯ୍ୟକ୍ରମ । ସହରର ନଗର ଚିକିତ୍ସାଳୟ ପରିସରରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଉପସ୍ଥିତ ରହି ଅନୁଧ୍ୟାନ କରିଥିଲେ ।

ଟିକାକରଣ ପୂର୍ବରୁ ବ୍ରହ୍ମପୁର ଆରମ୍ଭ ହେଲା ଡ୍ରାଏ ରନ

ପ୍ରଥମ ପର୍ଯ୍ୟାୟରେ ଟୀକାକରଣ କରାଯିବାକୁ ରହିଥିବା ସରକାରଙ୍କ ତାଲିକାରେ ରହିଥିବା ଡାକ୍ତର ,ନର୍ସ ଏବଂ ଅନ୍ୟ କୋଭିଡ୍ ଯୋଦ୍ଧାଙ୍କୁ କିଭଳି ସେମାନଙ୍କ ପରିଚୟ ପତ୍ର ଯାଞ୍ଚ କରାଯିବା ପରେ କେଉଁ ସ୍ଥାନରେ ପ୍ରଥମେ ଅପେକ୍ଷା କରିବେ ? କେଉଁ ସ୍ଥାନରେ ଟୀକାକରଣ କରାଯିବ ? ଟୀକାକରଣ ପରେ କେଉଁ ସ୍ଥାନରେ ନିରୀକ୍ଷଣ କରିବେ ସେଭଳି ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଅନୁଧ୍ୟାନ କରିଥିଲେ ଜିଲ୍ଲାପାଳ।

ଦେଶର ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳରେ ଟୀକାକରଣର ଡ୍ରାଏ ରନ ଆରମ୍ଭ ହୋଇଛି । ସାଧାରଣ ଲୋକଙ୍କୁ ଟିକା ଦେବା କାର୍ଯ୍ୟ ଆରମ୍ଭ କରିବା ପୂର୍ବରୁ ଶନିବାର ଠାରୁ ଟୀକାକରଣକୁ ସୁବ୍ୟବସ୍ଥିତ କରିବା ଏଭଳି ଡ୍ରାଏ ରନ୍‌ର ଉଦ୍ଦେଶ୍ୟ । ସରକାରଙ୍କ ପକ୍ଷରୁ ଜିଲ୍ଲାରେ ଟିକା ପହଞ୍ଚିଲେ ସମସ୍ତ କାର୍ଯ୍ୟ ପାଇଁ ସ୍ବାସ୍ଥ୍ୟ ବିଭାଗ ପ୍ରସ୍ତୁତ ରହିଥିବା କହିଛନ୍ତି ଜିଲ୍ଲାପାଳ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.