ETV Bharat / city

ବାଙ୍କେଶ୍ଵରୀ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅଞ୍ଚଳରେ ରହିଥିବା ପ୍ରସିଦ୍ଧ ମାଆ ବାଙ୍କେଶ୍ଵରୀଙ୍କ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ । ଏଥିସହ ବିଭିନ୍ନ ପଞ୍ଚାୟତରେ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Dec 22, 2020, 10:28 AM IST

ବାଙ୍କେଶ୍ଵରୀ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ
ବାଙ୍କେଶ୍ଵରୀ ପର୍ଯ୍ୟଟନ ସ୍ଥଳୀ ପରିଦର୍ଶନ କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଦିଗପହଣ୍ଡି ବ୍ଳକ ଅଞ୍ଚଳରେ ରହିଥିବା ପ୍ରସିଦ୍ଧ ମାଆ ବାଙ୍କେଶ୍ଵରୀଙ୍କ ପର୍ଯ୍ୟଟନସ୍ଥଳୀ ପରିଦର୍ଶନ କଲେ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ । ଦିଗପହଣ୍ଡି ବ୍ଲକ ଗସ୍ତରେ ଆସି ବିଭିନ୍ନ ପଞ୍ଚାୟତ ପରିଭ୍ରମଣ କରିବା ସହ କେରାଣ୍ଡିମାଳ ପର୍ବତ ଶୀର୍ଷରେ ଅବସ୍ଥାପିତ ମାଆଙ୍କ ପର୍ଯ୍ୟଟନ ସ୍ଥଳୀର ବିଭିନ୍ନ ବ୍ୟବସ୍ଥାର ତଦାରଖ କରିଥିଲେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ । ଏଥିସହ ବିଭିନ୍ନ ପଞ୍ଚାୟତରେ ରହିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା କରିଥିଲେ ।

ସେହିପରି ପର୍ଯ୍ୟଟକ ମାନଙ୍କ ପାଇଁ ହେବାକୁ ଥିବା ଭିୟୁ - ପଏଣ୍ଟ ସ୍ଥଳ ପରିଦର୍ଶନ କରିବା ସହ ସ୍ଥାନୀୟ ବି. ତୁରୁବୁଡି ଗ୍ରାମ ନିକଟରେ ମହାତ୍ମାଗାନ୍ଧୀ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନାରେ କରାଯାଇଥିବା ଘାସ ଚାଷ କ୍ଷେତ ବୁଲି ଦେଖିଥିଲେ । ଏପରିକି ଉପସ୍ଥିତ ହିତାଧିକାରୀ ଚାଷୀ ମାନଙ୍କ ସହ ଆଲୋଚନା କରି ସେମାନଙ୍କ ସମସ୍ୟା ପଚାରି ବୁଝିଥିଲେ ।

ଏହାପରେ ସିଦ୍ଧେଶ୍ବର ଆଦର୍ଶ ବିଦ୍ୟାଳୟ ପାର୍ଶ୍ଵରେ ନିର୍ମାଣ ହେବାକୁ ଥିବା ଗୋଷ୍ଠୀ ଗୋ - ଶାଳା ପାଇଁ ଉଦ୍ଦିଷ୍ଟ ଜମି ପରିଦର୍ଶନ କରିଥିଲେ । ପ୍ରକଳ୍ପ ନିର୍ଦ୍ଦେଶକଙ୍କ ଏହି ଗସ୍ତ ସମୟରେ ବିଡିଓ ଶ୍ରୀ ଶବର ସମେତ କନିଷ୍ଠଯନ୍ତ୍ରୀ ଇଂ. ଏ .ମୋହନରାଓ ସୁବୁଦ୍ଧି, ପ୍ରେମ ରଞ୍ଜନ ମହାପାତ୍ର ପ୍ରମୁଖ ସହ ଅନ୍ୟାନ୍ୟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.