ETV Bharat / city

Sawan 2nd Monday: କାଉଡିଆଙ୍କ ବୋଲବମ୍‌ ଧ୍ବନିରେ ପ୍ରକମ୍ପିତ ପୀଠ - ଶ୍ରାବଣ ସୋମବାର

ଆଜି ହେଉଛି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ଚାରି ପାଳି ଧରି ଜଳାଭିଷେକ କରିବା ପାଇଁ ଥିବା କାଉଡିଆଙ୍କର ଆଜି ଦ୍ବିତୀୟ ଦିନ । ସବୁ ଶୈବପୀଠରେ କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଥିବା ବେଳେ ବୋଲବୋମ ହର ହର ବମ୍‌ରେ କମ୍ପୁଛି ଶୈବ ପୀଠ । ଅଧିକ ପଢନ୍ତୁ

sawan 2nd Monday: କାଉଡିଆଙ୍କ ବୋଲବମ୍‌ ଧ୍ବନିରେ ପ୍ରକମ୍ପିତ ପୀଠ

author img

By

Published : Jul 25, 2022, 8:28 AM IST

ହାଇଦ୍ରାବାଦ: ବୋଲ ବମ୍ ହର ହର ବମ୍ , ଭୋଳା ବାବା ପାର୍ କରେଗା, ଜଟିଆ ବାବା ପାର କରେଗା''। ଶିବ ନାମରେ ଚତୁର୍ଦିଗ ହୋଇଯାଇଛି ପ୍ରକମ୍ପିତ । ଆଜି ଶ୍ରାବଣ ମାସର ଦ୍ବିତୀୟ ସୋମବାର । ପ୍ରଭୁ ଶିବଙ୍କ ବାର । ମହାଦେବଙ୍କୁ ଏହି ଦିନରେ ଆରଧନା କରି ଜଳଲାଗି କରାଯାଇଥାଏ ।ଚାରି ପାଳି ଧରି ଜଳାଭିଷେକ କରିବା ପାଇଁ ଥିବା କାଉଡିଆଙ୍କର ଆଜି ଦ୍ବିତୀୟ ଦିନ ।

ଶିବ ଲିଙ୍ଗରେ ଜଳାଭିଷେକ କଲେ ମିଳେ କୋଟି ଜନ୍ମର କର୍ମଫଳ । ପୂର୍ଣ୍ଣ ହୁଏ ମନସ୍କାମନା । ଆଷାଢ ପୂର୍ଣ୍ଣିମା ଠାରୁ ଶ୍ରାବଣ ପୂର୍ଣ୍ଣିମା ଯାଏଁ ହେଉଛି ଶ୍ରାବଣମାସ । ଏହି ମାସରେ 4ଟି ସୋମବାର ପଡୁଥିବାବେଳେ କାଉଡିଆମାନେ ଜଳାଭିଷେକ କରିଥାନ୍ତି । କୁହାଯାଏ ଶ୍ରାବଣ ସୋମବାରରେ ଜଳପ୍ରିୟ ଶିବଙ୍କୁ ଜଳରେ ଅଭିଷିକ୍ତ କରିଲେ ସୁନ୍ଦର ବାସସ୍ଥାନ, ଇଚ୍ଛାନୁରୂପଧନ, ସନ୍ତାନ, ସନ୍ତତି, ସୁଗଠିତ ଶରୀର, ଆରୋଗ୍ୟ ଜୀବନ, ବସ୍ତ୍ର, ଆଭୂଷଣ, ଜ୍ଞାନ, ଆସାଧାରଣ ପ୍ରତିଷ୍ଠା, ଦୀର୍ଘାୟୁ, ଉତ୍ତମ ବଚନ, ଉତ୍ତମ ମିତ୍ର, ମାନ ସମ୍ମାନର, ସକଳ ପାପ ଓ ସକଳ ସଙ୍କଟମୋଚନ ହୋଇଥାଏ । ଏନେଇ ସମଗ୍ର ଭାରତବର୍ଷର ବିଭିନ୍ନ ଶୈବ ପୀଠମାନଙ୍କରେ କାଉଡିଆଙ୍କ ଭିଡ ଲାଗିବ ।

ବେଲପତ୍ର, ଅରୁଆ ଚାଉଳ, ଦୁଦୁରା ଫୁଲ, ନଡିଆ ଲାଗି କରି ଭୋଲାବାବାଙ୍କୁ ପୂଜାର୍ଚ୍ଚନା କରାଯାଉଛି । ତେବେ କେବଳ ପୁରୁଷମାନେ ନୁହଁନ୍ତି, ଏହି ଶ୍ରାବଣ ଯାତ୍ରାରେ ସକଳ ମନୋସ୍କାମନା ପୂରଣ ନେଇ ମହିଳାମାନେ କାଉଡିଆ ସାଜି ପାଣିଭାର ଧରି ଧାର୍ମିକ ପଦଯାତ୍ରାରେ ନିଜକୁ ସାମିଲ କରୁଛନ୍ତି । ତୁଣ୍ଡରେ ମହାଦେବଙ୍କ ନାମକୁ ଉଚ୍ଚାରଣ କରି ମାଇଲ ମାଇଲ ବାଟ ଚାଲି ଜଳଲାଗି କରିଥାନ୍ତି କାଉଡିଆ । ଝିପ୍ ଝିପ୍ ବର୍ଷାରେ କାଉଡିଆ ଭାଇ ଓ ଭଉଣୀ ମାନେ ପାଣି ବାହୁଙ୍ଗି ଧରି ଚାଲି ଚାଲି ଧାଇଁଥାନ୍ତି ଭୋଳା ଦ୍ବାରକୁ ।

କୁହାଯାଏ ଯେ, ଭଗବାନଙ୍କୁ ଫୁଲ, ଫଳ ଦେଇ ପୂଜାକଲେ ସେତିକି ସନ୍ତୁଷ୍ଟ ହୋଇନଥାନ୍ତି ଯେତିକି ଜଳାଭିଷେକ ଦ୍ବାରା ହୋଇଥାନ୍ତି । କାଉଡିଆ ଯାତ୍ରାର ଇତିହାସ ବହୁତ ପ୍ରାଚୀନ ହୋଇଥିବା ବେଳେ ଏହାର ପୌରାଣିକ ମହତ୍ତ୍ବ ରହିଛି । କେଉଁଠି ଭଗବାନ ପର୍ଶୁରାମଙ୍କୁ ପ୍ରଥମ କାଉଡିଆ ବୋଲି କୁହାଯାଉଥିବା ବେଳେ କେଉଁଠି ରାବଣ ପ୍ରଥମେ ଏହି ବ୍ରତ କରିବା କଥା କୁହାଯାଇଥାଏ । ପୌରାଣିକ କଥାବସ୍ତୁ, ବିଶ୍ଳେଷଣକୁ ମନେ ପକାଇବା ପାଇଁ ପ୍ରତିବର୍ଷ ଶ୍ରାବଣ ମାସରେ ନୀଳକଣ୍ଠଙ୍କ ଜଳଲାଗି ଉତ୍ସବ ପାଳନ କରାଯାଏ । ଏହି ଯାତ୍ରା ପାଇଁ ଦେଶର ବିଭିନ୍ନ ଶୈବକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ । ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ଭୋଲା ବାବା ପାର କରେଗା, ବୋଲ ବମ ହରହର ବମ୍‌ ଧ୍ବନିରେ ଗଗନପବନ ମୁଖରିତ ହୋଇଥାଏ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.