ETV Bharat / city

ବ୍ରହ୍ମପୁରର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ପାଳିତ - devasnana

ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ବ୍ରହ୍ମପୁରରେ ପାରମ୍ପାରିକ ରୀତିନୀତି ଅନୁସାରେ ଏହି ପୂର୍ଣ୍ଣିମା ପାଳିତ ହୋଇଛି । ତିନି ଠାକୁରଙ୍କୁ ୧୦୮ କଳସି ସୁବାସିତ ଜଳରେ ସ୍ନାନ କରାଯିବା ପରେ ହାତୀ ବେଶରେ ସଜ୍ଜିତ କରାଯାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Jun 17, 2019, 8:00 PM IST

ବ୍ରହ୍ମପୁର: ଆଜି(ସୋମବାର) ହେଉଛି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଏହି ଅବସରରେ ବ୍ରହ୍ମପୁରରେ ପାରମ୍ପାରିକ ରୀତିନୀତି ଅନୁସାରେ ଏହି ପୂର୍ଣ୍ଣିମା ପାଳିତ ହୋଇଛି । ତିନି ଠାକୁରଙ୍କୁ ୧୦୮ କଳସ ସୁବାସିତ ଜଳରେ ସ୍ନାନ କରାଯିବା ପରେ ହାତୀ ବେଶରେ ସଜ୍ଜିତ କରାଯାଇଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ମହାପ୍ରଭୁଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ଅନ୍ୟତମ ସ୍ନାନଯାତ୍ରା । ପବିତ୍ର ଦେବସ୍ନାନ ପୂର୍ଣ୍ଣମା ଅବସରରେ ଶ୍ରୀଜୀଉଙ୍କୁ ରତ୍ନବେଦୀରୁ ଅଣାଯାଇଥାଏ ସ୍ନାନମଣ୍ଡପ । ଧାଡି ପହଣ୍ଡିରେ ତିନି ଠାକୁରଙ୍କ ସମେତ ସୁଦର୍ଶନ ମହାରାଜକୁ ବିଜେ କରାଯିବା ପରେ ୧୦୮ ସୁବାଷିତ ଜଳରେ କରାଯାଇଥାଏ ମହାସ୍ନାନ ।

ବ୍ରହ୍ମପୁର ସହରର ପ୍ରମୁଖ ଜଗନ୍ନାଥ ମନ୍ଦିରରେ ସକାଳୁ ଆରମ୍ଭ ହୋଇଥିବା ଦେବସ୍ନାନ ପୂର୍ଣ୍ଣିମାରେ ଦିନ ତମାମ ବିଭିନ୍ନ ପୂଜାର୍ଚ୍ଚନା କରାଯାଇଥିଲା । ଏହି ଅବସରରେ ବଡ ଠାକୁର ବଳଭଦ୍ରଙ୍କୁ ତେତିଶ କଳସ, ଜଗନ୍ନାଥଙ୍କୁ ପଇଁତିରିଶ, ସୁଭଦ୍ରାଙ୍କୁ ବାଇଶି ଓ ସୁଦର୍ଶନଙ୍କୁ ଅଠର କଳସ ଜଳ ଦ୍ୱାରା ସ୍ନାନ କରାଯିବା ପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥିଲା । ଯାହାକୁ ଦର୍ଶନ କରିବା ପାଇଁ ଭକ୍ତ ମାନେ ଅପେକ୍ଷା କରିଥିଲେ ।

ଏହି ପରିପ୍ରେକ୍ଷୀରେ ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଜଗନ୍ନାଥ ମନ୍ଦିର ସମେତ କୋର୍ଟପେଟା ଜଗନ୍ନାଥ ମନ୍ଦିର, ବିଜିପୁର ଠାରୁ ଆରମ୍ଭ କରି ସାନବଜାର ଏବଂ ଆଖପାଖର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଦିନ ତମାମ ଲାଗିରହିଥିଲା ଭକ୍ତଙ୍କ ଭିଡ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ସ୍ଲଗ :-ବ୍ରହ୍ମପୁର ର ବିଭିନ୍ନ ମନ୍ଦିରରେ ପାଳିତ ହେଲା ଦେବସ୍ନାନ ପୂର୍ଣ୍ଣମା...  
ରିପୋର୍ଟର:ସମୀର ଆଚାର୍ଯ୍ୟ,
ଫମାର୍ଟ  :ସ୍ୱତନ୍ତ୍ର ପ୍ୟାକେଜ,
ସ୍ଥାନ       :ବ୍ରହ୍ମପୁର,
ତାରିଖ    : ୧୭-୦୬-୧୯. -( ଭିଜୁଆଲ ftp ରେ ଯାଇଛି .)
 (ଆଙ୍କର):-ପବିତ୍ର ଦେବସ୍ନାନ ପୂର୍ଣ୍ଣମା । ଏହି ଦିନ ଶ୍ରୀଜୀଉ ରତ୍ନବେଦୀ ରୁ ଅଣାଯାଇଥାଏ ସ୍ନାନମଣ୍ଡପ  । ତିନି ଠାକୁରଙ୍କୁ ୧୦୮ କଳସି ସଉଭାଷିତ ଜଳରେ ସ୍ନାନ କରାଯିବା ପରେ ହାତୀବେଶରେ ସଜ୍ଜିତ କରାଯାଇଥାଏ । ବ୍ରହ୍ମପୁର ସହରରେ ପାରମ୍ପାରିକ ରୀତିନୀତିରେ ବିଭିନ୍ନ ମନ୍ଦିରରେ ପାଳିତ ହୋଇଯାଇଛି ଦେବସ୍ନାନ ପୂର୍ଣ୍ରମା   । 
(ଭି.ଓ-୧)- ମହାପ୍ରଭୁଙ୍କ ଦ୍ୱାଦଶଯାତ୍ରା ମଧ୍ୟରୁ ଅନ୍ୟତମ ସ୍ନାନଯାତ୍ରା  । ପବିତ୍ର ଦେବସ୍ନାନ ପୂର୍ଣ୍ଣମା ଅବସରରେ ଶ୍ରୀଜୀଉଙ୍କୁ ରତ୍ନବେଦୀ ରୁ ଅଣାଯାଇଥାଏ ସ୍ନାନମଣ୍ଡପ  । ଧାଡି ପହଣ୍ଡିରେ ତିନି ଠାକୁରଙ୍କ ସମେତ ସୁଦର୍ଶନ ମହାରାଜ କୁ ବିଜେ କରାଯିବା ପରେ ୧୦୮ ସୁଭାଷିତ ଜଳରେ କରାଯାଇଥାଏ ମହାସ୍ନାନ  । ବ୍ରହ୍ମପୁର ସହରର ପ୍ରମୁଖ ଜଗନ୍ନାଥ ମନ୍ଦିରରେ ସକାଳୁ ଆରମ୍ଭ ହୋଇଥିବା ଦେବସ୍ନାନ ପୂର୍ଣ୍ଣିମା ଦିନ ତମାମ ବିଭିନ୍ନ ପୁଜାର୍ଚ୍ଚନା କରାଯାଇଥିଲା  ।ଏହି ଅବସରରେର   ବଡ ଠାକୁର ବଳଭଦ୍ରଙ୍କୁ ତେତିଶ କଳସ , ଜଗନ୍ନାଥଙ୍କୁ ପଇଁତିରିଶ , ସୁଭଦ୍ରାଙ୍କୁ ବାଇଶି ଓ ସୁଦର୍ଶନଙ୍କୁ ଅଠର କଳସ ଜଳ ଦ୍ୱାରା ସ୍ନାନ କରାଯିବା ପରେ ମହାପ୍ରଭୁଙ୍କୁ ଗଜାନନ ବେଶରେ ସଜ୍ଜିତ କରାଯାଇଥାଏ  ।  ଯାହାକୁ ଦର୍ଶନ କରିବା ପାଇଁ ଭକ୍ତ ମାନେ ଅପେକ୍ଷା କରି ରହିଥାନ୍ତି  । 
ବାଇଟ୍-ପଞ୍ଚାନନ ଚୌଧୁରୀ(କର୍ମକର୍ତ୍ତା-ଗୋଷାଣିନୂଆଗାଁ ଜଗନ୍ନାଥ ମନ୍ଦିର)
ବାଇଟ୍-କାର୍ତ୍ତିକ ପାଣିଗ୍ରାହୀ(ବ୍ରହ୍ମପୁର ବାସିନ୍ଦା)
(ଭି.ଓ-୨)-ଅନ୍ୟପଟେ ବ୍ରହ୍ମପୁର ସହରର ଗୋଷାଣିନୂଆଗାଁ ଜଗନ୍ନାଥ ମନ୍ଦିର ସମେତ କୋର୍ଟପେଟା ଜଗନ୍ନାଥ ମନ୍ଦିର, ବିଜିପୁର ଠାରୁ ଆରମ୍ଭ କରି ସାନବଜାର ଏବଂ ଆଖପାଖର ବିଭିନ୍ନ ଜଗନ୍ନାଥ ମନ୍ଦିରରେ ଦିନ ତମାମ ଲାଗିରହିଥିଲା ଭକ୍ତ ଙ୍କ ଭିଡ । ଜ୍ୟେଷ୍ଠମାସ ପୂର୍ଣ୍ଣିମାକୁ  ରଥଯାତ୍ରାର ଆଦ୍ୟପର୍ବ କୁହାଯାଇଥାଏ  । 

ବାଇଟ୍-ସୀମାଞ୍ଚଳ ପଣ୍ଡା(ପୁଜକ-କୋର୍ଟପେଟା ଜଗନ୍ନାଥ ମନ୍ଦିର)
ବାଇଟ୍-ରାମ କୁମାର ପାତ୍ର(ବ୍ରହ୍ମପୁର ବାସିନ୍ଦା )
(ଫା.ଭି.ଓ)- ସ୍ନାନମଣ୍ଡପରୁ ଶ୍ରୀଜୀଉ  ମାନଙ୍କୁ ଦର୍ଶନ କରିବା ପରେ ସଂନ୍ଧ୍ୟା ଆଳତୀ  କରାଯାଇ ଠାକୁରଙ୍କୁ ସ୍ନାନମଣ୍ଡପ ରୁ ଅଣସର ଘରକୁ ନିଆଯିବାର ପରମ୍ପରା ରହିଛି  । ଆଉ ଏହି ସମୟରେ ଶ୍ରୀଜୀଉଙ୍କୁ ଗୁପ୍ତନୀତି  ରେ ପୁଜାର୍ଚ୍ଚନା କରାଯିବା ସହ ପଟିଦିଅଁ ପୁଜା ପାଇଥାନ୍ତି  । ବ୍ରହ୍ମପୁର ରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ...
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.