ETV Bharat / city

ଡିଟୋନେଟର ବିସ୍ଫୋରଣରେ ଛାତ୍ର ଆହତ - student injured in detonator blast

ଗଞ୍ଜାମର ପାଣ୍ଡିଆପଥର ଗ୍ରାମରେ ଡିଟୋନେଟର ବିସ୍ଫୋରଣ ହେବାରୁ ଜଣେ ଛାତ୍ର ଆହତ ହୋଇଥିବାର ଖବର ମିଳିଛି।

ଡିଟୋନେଟର ବିସ୍ଫୋରଣରେ ଛାତ୍ର ଆହାତ
author img

By

Published : Oct 14, 2019, 12:38 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ଅଧିନସ୍ଥ ପାଣ୍ଡିଆପଥର ଗ୍ରାମରେ ଡିଟୋନେଟର ବିସ୍ଫୋରଣ ହେବାରେ ଜଣେ ଛାତ୍ର ଆହତ ହୋଇଥିବାର ଖବର ମିଳିଛି । ଚିକିତ୍ସା ପାଇଁ ଆହତଙ୍କୁ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ପରେ ବ୍ରହ୍ମପୁରକୁ ସ୍ଥାନାନ୍ତରିତ କରାଯାଇଛି ।

ସୋମବାର ସକାଳେ ପାଣ୍ଡିଆପଥର ଗ୍ରାମର 14 ବର୍ଷୀୟ ବାଳକ ଶେଖ୍‌ ସଫି ଶୌଚ ହେବାପାଇଁ ଯାଇଥିବା ସମୟରେ ଏକ ଡିଟୋନେଟର ସହ କିଛି ତାରକୁ ସଂଯୋଗ କରିବାରୁ ବିସ୍ଫୋରଣ ହୋଇଥିଲା । ଏହା ପୂର୍ବରୁ ଗଞ୍ଜାମର ଆସିକା ବ୍ଳକ ଅଧିନରେ ଥିବା ମାଗୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡିଟୋନେଟର ବିସ୍ଫୋରଣରେ ଅନଜଣେ ଛାତ୍ର ଆହତ ହୋଇଥିବାର ଖବର ଆସିଥିଲା ।

ଜିଲ୍ଲାରେ ଥିବା ବିଭିନ୍ନ କ୍ରସରରେ ହେଉଥିବା ବିସ୍ପୋରଣ ପାଇଁ ଡିଟୋନେଟର ବ୍ୟବହାର କରାଯାଉଛି । ଏହା ଅନେକ ସମୟରେ ବାହାରେ ପଡିରହୁଛି । ଏହା ଫଳରେ ବିସ୍ପୋରଣ ହେବା ଯୋଗୁଁ ବାରମ୍ବାର ଅଘଟଣା ଘଟୁଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:ଗଞ୍ଜାମ ଜିଲ୍ଲାର ଆସିକା ପାଣ୍ଡିଆପଥର ଗ୍ରାମରେ ଡିଟୋନେଟର ବିସ୍ଫୋରଣରେ ଜଣେ ଛାତ୍ର ଗୁରୁତର ଆହତ ହୋଇ ପ୍ରଥମେ ସ୍ଥାନୀୟ ଚିକିତ୍ସାଳୟ ପରେ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଇଛି। ଆଜି ସକାଳ ସମୟରେ ପାଣ୍ଡିଆପଥର ଗ୍ରାମରେ 14 ବର୍ଷ ର ବାଳକ ସେକ ସଫି ଶୈଚ କରିବା ପାଇଁ ଯାଇଥିବା ସମୟରେ ନିକଟରେ ପଡିଥିବା ଏକ ଡିଟୋନେଟର ସହିତ କିଛି ତାରକୁ ସଂଯୋଗ କରିବା ପରେ ତାହା ବିସ୍ଫୋରଣ ହୋଇଥିଲା। ଆହାତ ଛାତ୍ର ଙ୍କୁ ପ୍ରଥମେ ଆସିକା ମେଡିକାଲ ପରେ ବ୍ରହ୍ମପୁର ବ୍ରହ୍ମପୁର ଏମ୍. କେ. ସି. ଜି ମେଡିକାଲ କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି ।ପୂର୍ବରୁ ଗଞ୍ଜାମ ଜିଲ୍ଲାର ଆସିକା ବ୍ଳକର ମାଗୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଡିଟୋନେଟର ବିସ୍ଫୋରଣରେ ଜଣେ ଛାତ୍ର ଆହାତ ହୋଇଥିବାର ନଜର ରହିଛି। ମୁଖ୍ୟତଃ ଗଞ୍ଜାମ ଜିଲ୍ଲାରେ ଏହି ଡିଟୋନେଟର ଗୁଡିକ ବିଭିନ୍ନ କ୍ରସର ଗୁଡିକ ବିସ୍ପୋରଣ ପାଇଁ ବ୍ୟବହାର କରାଯାଉଥିବା ବେଳେ ବାହାରେ ପଡୁଥିବା ଡିଟୋନେଟର ଗୁଡିକ ବିସ୍ପୋରଣ ଯୋଗୁଁ ଏଭଳି ବାରମ୍ବାର ଘଟଣା ଘଟୁଥିବା ଦେଖାଯାଇଛି।Body:ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ... Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.