ETV Bharat / city

ବାଲି ଚୋରାଚାଲାଣ ବନ୍ଦ କରିବା ଦାବିରେ ଆଇଏନଟିୟୁସି ପକ୍ଷରୁ ପ୍ରତିବାଦ - ବାଲି ଚୋରାଚାଲାଣ

ଗଞ୍ଜାମ ଜିଲ୍ଲାରେ ନଦୀ ତଟର ସୁରକ୍ଷା ଓ ବାଲି ଚୋରା ଚାଲାଣ ବନ୍ଦ କରିବା ଦାବି ନେଇ ଗୁରୁବାର ଆଇଏନଟିୟୁସି ପକ୍ଷରୁ ବ୍ରହ୍ମପୁରରେ ପ୍ରତିବାଦ କରାଯାଇଛି । ଅଧିକ ପଢନ୍ତୁ...

ବାଲି ଚୋରା ଚାଲାଣ ବନ୍ଦ କରିବା ଦାବିରେ ଆଇଏନଟିୟୁସି ପକ୍ଷରୁ ପ୍ରତିବାଦ

author img

By

Published : Aug 27, 2020, 5:22 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ନଦୀ ତଟର ସୁରକ୍ଷା ଓ ବାଲି ଚୋରା ଚାଲାଣ ବନ୍ଦ କରିବା ଦାବି ନେଇ ଗୁରୁବାର ଆଇଏନଟିୟୁସି ପକ୍ଷରୁ ବ୍ରହ୍ମପୁରରେ ପ୍ରତିବାଦ କରାଯାଇଛି ।

ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏ ନେଇ ଭାରତୀୟ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ ପକ୍ଷରୁ ଯେଭଳି ଜିଲ୍ଲାରେ ନିୟମିତ ଭାବରେ ପ୍ରତ୍ୟେକ ଦିନ ଶହ ଶହ ଟ୍ରକ, ଟ୍ରାକ୍ଟର ଯୋଗେ ବାହାରକୁ ବାଲି ଚାଲାଣ ହେଉଛି । ଏପରିକି ରାଜ୍ୟ ବାହାରକୁ ଏବଂ ଅନ୍ୟ ଦେଶକୁ ମଧ୍ୟ ସମୁଦ୍ର ପଥରେ ବାଲି ନିଆଯିବା ଘଟଣାକୁ ସରକାର ଗୁରୁତ୍ୱର ସହ ଦୃଷ୍ଟି ଦେବା ସହ ରାତିଅଧିଆ ଚୋରାଚାଲାଣ ଘଟଣାର ତଦନ୍ତ ପାଇଁ ଦାବି କରାଯାଇଛି ।

ବାଲି ଚୋରାଚାଲାଣ ବନ୍ଦ କରିବା ଦାବିରେ ଆଇଏନଟିୟୁସି ପକ୍ଷରୁ ପ୍ରତିବାଦ

ଏନେଇ ଏକ ଦାବିପତ୍ର ଦକ୍ଷିଣାଞ୍ଚଳ ରାଜସ୍ୱ କମିଶନରଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ପ୍ରଦାନ କରାଯିବା ସହ ବାଲି ବାବଦରେ ସରକାର ଯେତିକି ରାଜସ୍ୱ ପାଉନାହାଁନ୍ତି, ତା ଠାରୁ ବେଶୀ ଅର୍ଥ ରାସ୍ତା ମରାମତି ଓ ନିର୍ମାଣ ବାବଦରେ ବ୍ୟୟ ହେଉଥିବା କୁହାଯାଇଛି । ଜିଲ୍ଲାରେ ୧୧୭ଟି ସୈରାତ୍ ରହିଥିବାବେଳେ ସେଥିରୁ ୭୮ଟି ବାଲି ସୈରତ୍ ନିଲାମ୍ ହୋଇଛି । ସେପଟେ ବାଲି ଖନନ ଯୋଗୁଁ ନଦୀ ପଠା ଗଭୀର ହୋଇ କୂଳ କ୍ଷତିଗ୍ରସ୍ତ ହୋଇଛି । ଯାହାକି ବର୍ଷା ଦିନ ମାନଙ୍କରେ ବହୁ ଜମି ବାଲିଚର ହେବା ସହ ବହୁ ନଦୀ କୂଳିଆ ଗ୍ରାମରେ ପାଣି ପଶୁଛି ଓ ନଦୀକୂଳ ଖାଇବା ଯୋଗୁଁ ବହୁ ଚାଷୀଙ୍କ ଜମି ନଦୀଗର୍ଭରେ ମିଶିଯିବା ଫଳରେ ଅନେକ ହଇରାଣ ହରକତ ହେଉଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.