ETV Bharat / city

ଘରୋଇ ଧାନମଣ୍ଡି ବ୍ୟବସ୍ଥା ଉଚ୍ଛେଦ କରିବା ଦାବିରେ ପ୍ରତିବାଦ - demonstration against private rice mandi

ଘରୋଇ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ କରିବା ଦାବିରେ ପ୍ରତିବାଦ  । ଅଖିଳ ଭାରତ କିଷାନ ସଂଘ ସମନ୍ବୟ ସମିତି ଆହ୍ବାନରେ କରାଗଲା ବିକ୍ଷୋଭ । ଅଧିକ ପଢନ୍ତୁ....

demonstration against private rice mandi
ଘରୋଇ ଧାନ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ କରିବା ଦାବିରେ ପ୍ରତିବାଦ
author img

By

Published : Oct 14, 2020, 8:56 PM IST

ବ୍ରହ୍ମପୁର: ଘରୋଇ ଧାନମଣ୍ଡି ବ୍ୟବସ୍ଥା ଉଚ୍ଛେଦ କରି ଧାନର କୁଇଣ୍ଟାଲ ପିଛା ତିନି ହଜାର ଟଙ୍କା ପ୍ରଦାନ କରିବା ଦାବିରେ ପ୍ରତିବାଦ କରାଯାଇଛି । ଅଖିଳ ଭାରତ କିଷାନ ସଂଘ ସମନ୍ବୟ ସମିତି ଆହ୍ବାନରେ ବ୍ରହ୍ମପୁର କମାପଲ୍ଲୀ ଛକରେ ପ୍ରତିବାଦ କରାଯାଇଥିଲା । ଏଥିରେ ସରକାରୀ ନିୟନ୍ତ୍ରିତ ମଣ୍ଡି ବ୍ୟବସ୍ଥାକୁ ସୁଦୃଢ କରାଯିବା ସହିତ ସ୍ବାମୀନାଥମ ଜାତୀୟ କୃଷକ କମିଶନ ୨୦୦୬ ସୁପାରିଶ ଅନୁଯାଇ ସମସ୍ତ କୃଷି ଜାତଦ୍ରବ୍ୟର ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ କରାଯିବାକୁ ଦାବି କରାଯାଇଛି ।

ଘରୋଇ ଧାନ ମଣ୍ଡି ବ୍ୟବସ୍ଥା ଉଚ୍ଛେଦ କରିବା ଦାବିରେ ପ୍ରତିବାଦ

ଏନେଇ ଦେଶବ୍ୟାପୀ ବିକ୍ଷୋଭ କରାଯିବାକୁ ସ୍ଥିର ହୋଇଥିବା ବେଳେ ଆୟୋଜିତ ବିକ୍ଷୋଭରେ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କୃଷି ଆଇନକୁ ନେଇ ପ୍ରତିବାଦ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଓଡିଶା କୃଷକ ସଭା ଗଞ୍ଜାମ ଜିଲ୍ଳା ସଭାପତି , ସମ୍ପାଦକଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.