ETV Bharat / city

ଧାରଣାରେ ଦୀପିକା, ସମାଧାନର ବାଟ ଫିଟିବା ନେଇ ସଙ୍କେତ ଦେଲେ ଦିନେଶଙ୍କ ମା’

author img

By

Published : Oct 8, 2022, 9:10 AM IST

ଗୁରୁବାର ଦିନେଶଙ୍କ ପରିବାର ପାଲ ଚିରି ଦେଇଥିବା ଅଭିଯୋଗ ଆଣିଥିଲେ ଦୀପିକା । କୋର୍ଟର ରାୟ ଅନୁସାରେ ସମାଧାନ ହେବା ନେଇ କହିଲେ ଦିନେଶଙ୍କ ମାଆ । ଅଧିକ ପଢନ୍ତୁ

୬୬ ଦିନରେ ଦୀପିକାଙ୍କ ଧାରଣା,  କୋର୍ଟର ରାୟ ଅନୁସାରେ ସମାଧାନ ହେବା ନେଇ କହିଲେ ଦିନେଶଙ୍କ ମାଆ

ବ୍ରହ୍ମପୁର: ନ୍ୟାୟ ପାଇଁ ଶ୍ବଶୁର ଘର ସମ୍ମୁଖରେ ଧାରଣା ଜାରି ରଖିଛନ୍ତି ଦୀପିକା । ଗତ ଅଗଷ୍ଟ 2 ତାରିଖରୁ ବ୍ରହ୍ମପୁର ସହରର ଦେଶୀ ବେହେରା ସାହିରେ ଦିନେଶଙ୍କ ଘର ସାମ୍ନାରେ ପାଲ ଟାଣି ଧାରଣାରେ ବସିଛନ୍ତି ଧାରଣା ବସିଛନ୍ତି ଦୀପିକା । ଗୁରୁବାର ଦିନେଶଙ୍କ ପରିବାର ଲୋକେ ଏହି ପାଲ ଚିରି ଦେଇଥିବା ଅଭିଯୋଗ ହୋଇଥିଲା । ଗଣମାଧ୍ୟମ ସମ୍ମୁଖରେ ପ୍ରତିକ୍ରିୟା ରଖି ଦିନେଶଙ୍କ ମାଆ କହିଛନ୍ତି ଯେ, ''ଗତ ତିନି ବର୍ଷ ଧରି ଦୀପିକା ଆମ ପରିବାରକୁ ନାନା ହଇରାଣ ହରକତ କରୁଛି । ଆପଣ ମାନେ ବର୍ତ୍ତମାନ ଘଟଣା ସଂପର୍କରେ ଦେଖାଉଛନ୍ତି କିନ୍ତୁ ଆମ ପୁଅ ନାମରେ ଯେବେଠାରୁ ଦୁଷ୍କର୍ମ ମାମଲା ଦେଇଛି ଦୀପିକା, ସେହି ଦିନ ଠାରୁ ଆମେ ହଇରାଣ ହେଉଛୁ'' ।

''ଆମେ ଗତ କିଛି ଦିନ ଧରି ଘରେ ନଥିଲୁ । ଗତ ଶନିବାର ଘରେ ପହଞ୍ଚିଲୁ ହେଲେ ଘର ସମ୍ମୁଖରେ ଧାରଣାରେ ବସିଥିଲା । ଦୈନିକ ଗୋଟିଏ ଲେଖାଏଁ ଏତଲା ଦେଉଛି ଦୀପିକା । ଗତକାଲି ମୋର ଶାଶୁଙ୍କୁ ଘରକୁ ଛାଡିଲେନି ସେ ପଡୋଶୀ ଘରେ ରହିଲେ । ଏହାକୁ ନେଇ ସେମାନେ ମଧ୍ୟ ପଡୋଶୀକୁ ଧମକ ଦେଉଛନ୍ତି । ଏଣୁ ପଡୋଶୀ ମଧ୍ୟ ଆଉ ସହଯୋଗ କରିବେ ନାହିଁ ବୋଲି କହିଛନ୍ତି । ଏନେଇ ପୋଲିସ ଥାନାରେ ଅବଗତ କରିବାକୁ ଆସିଥିବା କହିଛନ୍ତି ଦିନେଶଙ୍କର ମାଆ ଓ ବାପା । ଇତି ମଧ୍ୟରେ ଦୀପିକାଙ୍କ ଧାରଣା ୬୬ ଦିନରେ ପହଞ୍ଚିଥିବା ବେଳେ ସମାଧାନ କିପରି ହେବ ବୋଲି ଗଣମାଧ୍ୟମର ପ୍ରଶ୍ନର ଉତ୍ତରରେ ଦିନେଶଙ୍କ ମାଆ କୋର୍ଟରେ ଯାହା ଆସିବ ସମାଧାନ ହେବ ବୋଲି କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପୁଣି ଚର୍ଚ୍ଚାରେ ଦୀପିକାଙ୍କ ଆନ୍ଦୋଳନ, ଶାଶୁ ପାଲ ଚିରି ଦେଇଥିବା ଅଭିଯୋଗ

''ଦିନେଶ ଏବେ କେଉଁଠି ବୋଲି ପ୍ରଶ୍ନ କରାଯିବାରୁ ସେ ଭୁବେନେଶ୍ୱରରେ ରହି ପାଠ ପଢୁଛି । ଏପରିକି ଦିନେଶଙ୍କ ଘରେ ତାଲା ପକାଯିବ ଘଟଣାକୁ ନେଇ ତାଙ୍କ ମାଆ କହିଛନ୍ତି ସେମାନେ ଏଠାରେ ନଥିଲେ ଘରକୁ ଶନିବାର ଫେରିଲା ପରେ ଦୀପିକା ନଥିଲା, ଆମେ ଘର ମଧ୍ୟକୁ ଗଲୁ । ସିସିଟିଭିରେ ସମସ୍ତ ଭିଡିଓ ରହିଛି । ଏଭଳି ସମୟରେ ପ୍ରଶାସନ ଆମକୁ ସହଯୋଗ କରୁ ବୋଲି ଅନୁରୋଧ କରିଛନ୍ତି ଦିନେଶଙ୍କ ମାଆ ଓ ବାପା'' ।

ବ୍ରହ୍ମପୁର ସହରର ବଡବଜାର ଥାନା ଅନ୍ତର୍ଗତ ଦେଶୀବେହେରା ସହିର କେ.ଦିନେଶ ବ୍ରହ୍ମପୁର ସହରର ଜଣେ ଯୁବତୀଙ୍କ ସହ ପ୍ରେମ ସମ୍ପର୍କରେ ଥିଲେ। ଉଭୟଙ୍କ ଏକ ପୁତ୍ର ସନ୍ତାନ ହୋଇଥିଲା । ହେଲେ ପୁତ୍ର ସନ୍ତାନ ଜନ୍ମଗ୍ରହଣ ପରେ ସଂପୃକ୍ତ ଯୁବତୀଙ୍କୁ କେ.ଦିନେଶ ଏବଂ ତାର ପରିବାର ଗ୍ରହଣ କରୁନଥିବା ଏବଂ ବିଭିନ୍ନ ପ୍ରଲୋଭନ ଦେଖାଇ ରାସ୍ତାରୁ ହଟିଯିବାକୁ କହୁଥିବା ଅଭିଯୋଗ ହୋଇଛି । ଶେଷରେ ନିଜ ପ୍ରେମିକ କେ.ଦିନେଶର ବାହାଘର ସ୍ଥିର ହୋଇଥିବା ଜାଣିବା ପରେ ଦିନେଶଙ୍କ ଘର ସାମ୍ନାରେ ଧାରଣାରେ ବସିଥିଲେ ଦୀପିକା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.