ETV Bharat / city

ମହିଳା ବିଜେଡି କାର୍ଯ୍ୟକାରିଣୀ ତାଲିକାରେ ମୃତ ନେତ୍ରୀ, ବିଜେପି କହିଲା ହାସ୍ୟାସ୍ପଦ - ମହିଳା ବିଜୁ ଜନତା ଦଳ

ମହିଳା ବିଜେଡି କାର୍ଯ୍ୟକାରିଣୀ ତାଲିକାରେ ବ୍ରହ୍ମପୁରର ମୃତ ନେତ୍ରୀ ମିନାକ୍ଷୀ ମିଶ୍ର । ବିଜେପି କହିଲା ହାସ୍ୟାସ୍ପଦ । ଅଧିକ ପଢନ୍ତୁ

ମହିଳା ବିଜେଡି କାର୍ଯ୍ୟକାରିଣୀ ତାଲିକାରେ ମୃତ ନେତ୍ରୀ, ବିଜେପି କହିଲା ହାସ୍ୟାସ୍ପଦ

author img

By

Published : Sep 2, 2022, 8:04 AM IST

ବ୍ରହ୍ମପୁର: ଆସନ୍ତା ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ବିଜେଡି ନିଜ ମହିଳା ସଂଗଠନର ପୁର୍ନଗଠନ କରିଛି । ବୁଧବାର ବିଜେଡି ମହିଳା ସଂଗଠନର ନୂତନ କର୍ମକର୍ତ୍ତାଙ୍କ ନାମ ପ୍ରକାଶ ପାଇଛି । ବିଜେଡିର ଏହି ରାଜ୍ୟ କାର୍ଯ୍ୟକାରିଣୀ ତାଲିକାରେ ଆତ୍ମହତ୍ୟା କରିଥିବା ବ୍ରହ୍ମପୁରର ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ନାମ ସାମିଲ ରହିଛି । ମିନାକ୍ଷୀଙ୍କ ମୃତ୍ୟୁକୁ ଦୁଇ ବର୍ଷ ବିତିଯାଇଥିଲେ ମଧ୍ୟ ତାଙ୍କ ନାଁ ମହିଳା ବିଜେଡି ତାଲିକାରେ ରହିବାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ଏହାକୁ ବିଜେପି ପକ୍ଷରୁ ତୀବ୍ର ସମାଲୋଚନା କରାଯାଇଛି । ବିଜେପି ରାଜ୍ୟ ମହିଳା ମୋର୍ଚ୍ଚା ସାଧାରଣ ସମ୍ପାଦିକା ବବିତା ପାତ୍ର ଏକ ପ୍ରେସ୍ ବିବୃତ୍ତିରେ ମୃତ ନେତ୍ରୀଙ୍କ ନାମ ରହିବାକୁ ହାସ୍ୟାସ୍ପଦ କହିଛନ୍ତି । ଅନ୍ୟପଟେ ବିଜେଡିର ଜୋନ୍ ସଭାନେତ୍ରୀ ମମତା ବିଷୋୟୀ ପ୍ରିଣ୍ଟିଙ୍ଗ୍ ତ୍ରୁଟି ଯୋଗୁଁ ଏପରି ହୋଇଥିବା ପ୍ରତିକ୍ରିୟା ଦେଇଛନ୍ତି ।

ମହିଳା ବିଜେଡି କାର୍ଯ୍ୟକାରିଣୀ ତାଲିକାରେ ମୃତ ନେତ୍ରୀ, ବିଜେପି କହିଲା ହାସ୍ୟାସ୍ପଦ
ମହିଳା ବିଜେଡି କାର୍ଯ୍ୟକାରିଣୀ ତାଲିକାରେ ମୃତ ନେତ୍ରୀ, ବିଜେପି କହିଲା ହାସ୍ୟାସ୍ପଦ

ବୁଧବାର ବିଜେଡିର ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟାଙ୍କ ସମେତ ଜିଲ୍ଲା ସଭାନେତ୍ରୀ, ଜୋନ୍ ସଭାନେତ୍ରୀ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଥିଲା । ୨୦୨୦ ଫେବୃୟାରୀ ମାସ ୧୨ ତାରିଖରେ ପ୍ରାଣ ହରାଇଥିବା ବ୍ରହ୍ମପୁରର ମହିଳା ବିଜେଡି ନେତ୍ରୀ ମିନାକ୍ଷୀ ମିଶ୍ରଙ୍କ ନାମ ପୁଣିଥରେ ରାଜ୍ୟ କାର୍ଯ୍ୟକାରିଣୀ ତାଲିକାରେ ରହିଥିବା ଦେଖିବାକୁ ମିଳିଥିଲା । ଦଳର ରାଜ୍ୟ ସଭାପତି ତଥା ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଏହି ନାମଗୁଡିକ ଘୋଷଣା କରାଯାଇଥିବା ବେଳେ ମୃତ୍ୟୁର ଦୁଇ ବର୍ଷ ପରେ ମିନାକ୍ଷୀ ମିଶ୍ରଙ୍କ ନାମ ତାଲିକାରେ ରହିବା ବିଜେଡି ମନମୁଖୀ ଭାବେ ଏହି ତାଲିକା ପ୍ରସ୍ତୁତ କରୁଥିବାର ସ୍ପଷ୍ଟ କରୁଛି ।

ଏହାମଧ୍ୟ ପଢନ୍ତୁ: ୩୬୩ ଜଣିଆ ମହିଳା ବିଜେଡି ଟିମ, ସନ୍ତୁଷ୍ଟ କରିବା ପାଇଁ ଥଇଥାନ ହେଲେ ଅନେକ

ଉଲ୍ଲେଖଯୋଗ୍ୟ, ଦୁଇ ବର୍ଷ ପୂର୍ବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟା ମିନାକ୍ଷୀ ମିଶ୍ର ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟରେ ପେଟ୍ରୋଲ ଢାଳି ନିଜ ଦେହରେ ନିଆଁ ଲଗାଇ । ଏଥିରେ ତାଙ୍କ ଶରୀରର ପ୍ରାୟ ୯୫ ପ୍ରତିଶତ ପୋଡି ଯାଇଥିଲା । ପରେ ଚିକିତ୍ସାଧୀନ ଅବସ୍ଥାରେ ସେ ଆଖି ବୁଜିଥିଲେ । ତାଙ୍କର ମୃତ୍ୟୁକୁ ଦୁଇ ବର୍ଷରୁ ଅଧିକ ସମୟ ବିତିଯାଇଥିବା ବେଳେ ହଠାତ୍ କାର୍ଯ୍ୟକାରିଣୀ ସଦ୍ୟସ୍ୟା ଭାବେ ତାଙ୍କ ନାମ ରହିବାକୁ ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଗଞ୍ଜାମ ଜିଲ୍ଲା ବିଜେପି ପକ୍ଷରୁ ଏହାକୁ ହାସ୍ୟାସ୍ପଦ କିନ୍ତୁ ସାଂଘାତିକ ବୋଲି କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.