ETV Bharat / city

ଚାକିରୀ ସ୍ଥାୟିତ୍ବ ପାଇଁ ମହାବିଦ୍ୟାଳୟ ଡାଟାଏଣ୍ଟ୍ରି ଅପରେଟରଙ୍କ ଦାବି - ଗ୍ରାଣ୍ଟ-ଇନ୍-ଏଡ ପାଇଁ ଦାବି

ରାଜ୍ୟର ମହାବିଦ୍ୟାଳୟର ଡାଟାଏଣ୍ଟ୍ରି ଅପରେଟରଙ୍କ ଚାକିରୀ ସ୍ଥାୟିତ୍ବ ପାଇଁ ଦାବି କରି ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ଅଧିକ ପଢନ୍ତୁ...

ଚାକିରି ସ୍ଥାୟିତ୍ବ ପାଇଁ ମହାବିଦ୍ୟାଳୟ ଡାଟାଏଣ୍ଟ୍ରି ଅପରେଟରଙ୍କ ଦାବି

author img

By

Published : Sep 2, 2021, 7:25 PM IST

ବ୍ରହ୍ମପୁର: ରାଜ୍ୟର ବେସରକାରୀ ଓ ଅନୁଦାନପ୍ରାପ୍ତ ୪୮୮ ଓ ୬୨୨ ବର୍ଗର ମହାବିଦ୍ୟାଳୟର ଡାଟାଏଣ୍ଟ୍ରି ଅପରେଟରଙ୍କୁ ଗ୍ରାଣ୍ଟ-ଇନ୍-ଏଡ୍ ( ଜି.ଆଇ.ଏ)ରେ ଅର୍ନ୍ତଭୁକ୍ତ ହେବା ସହିତ ଚାକିରୀର ସ୍ଥାୟିତ୍ବ ପାଇଁ ଦାବି କରିଛନ୍ତି । ବହୁ ଦିନରୁ ଏଥିଲାଗି ଦାବି ହେଉଥିଲେ ମଧ୍ୟ ସରକାର ଏଥିପ୍ରତି କର୍ଣ୍ଣପାତ କରିନାହାନ୍ତି । ଫଳରେ ରାଜ୍ୟ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଚାକିରି ସ୍ଥାୟିତ୍ବ ପାଇଁ ମହାବିଦ୍ୟାଳୟ ଡାଟାଏଣ୍ଟ୍ରି ଅପରେଟରଙ୍କ ଦାବି

ଗତ ୨୦୦୯ ମସିହାରୁ ରାଜ୍ୟରେ କାର୍ଯ୍ୟରତ ରହିଥିବା ଏହି ବର୍ଗର କର୍ମଚାରୀଙ୍କୁ ଅଦ୍ୟାବଧି ଗ୍ରାଣ୍ଟ-ଇନ୍-ଏଡ୍ ( ଜି.ଆଇ.ଏ) ଅର୍ନ୍ତଭୁକ୍ତ କରାଯାଇପାରିନାହିଁ । ଯାହାକୁ ନେଇ ରାଜ୍ୟ ସଂଘ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଦାବିପତ୍ର ପ୍ରଦାନ କରାଯାଇଛି । ଏହାସହିତ କର୍ମଚାରୀଙ୍କ ସ୍ଥାୟିତ୍ବ ପାଇଁ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବାକୁ ଚେତାବନୀ ଦେଇଛି ସଂଘ ।

ଏ ନେଇ ସଂଘର ଦକ୍ଷିଣ ଓଡିଶା ସଭାପତି ଅକ୍ଷୟ କୁମାର ଦାଶଙ୍କ ନେତୃତ୍ବରେ ବିଭିନ୍ନ ମହାବିଦ୍ୟାଳୟର କାର୍ଯ୍ୟରତ ଥିବା ଡାଟାଏଣ୍ଟ୍ରି ଅପରେଟରମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମୁଖରେ ପହଞ୍ଚି ଦାବିକୁ ଉପସ୍ଥାପନ କରିଥିଲେ । ଏହାସହିତ ତୁରନ୍ତ ଏଥିପ୍ରତି ବିଚାର କରିବାକୁ ଜିଲ୍ଲା ପ୍ରଶାସନ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ସ୍ମାରକପତ୍ର ପ୍ରଦାନ କରିଥିବା ଜଣାପଡ଼ିଛି ।

ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.