ETV Bharat / city

ପରମ୍ପରାର ଅନନ୍ୟ ସମାହାର 'ଦଣ୍ଡନାଚ', ଦୁଲୁକୁଛି ଗଞ୍ଜାମ - berahmpur

ଗଞ୍ଜାମ ଜିଲ୍ଲାର ପ୍ରମୁଖ ଉତ୍ସବ ଦଣ୍ଡନାଚ । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ମନସ୍କାମନା ପୂର୍ଣ୍ଣ ପାଇଁ ପାଣିଦଣ୍ଡ, ଧୂଳି ଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି ଭକ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Apr 1, 2019, 9:31 PM IST

ବ୍ରହ୍ମପୁର: ଦଣ୍ଡନାଚ ପାଇଁ ଉତ୍ସବମୁଖର ଗଞ୍ଜାମ ଜିଲ୍ଲା । ସକାଳୁ ରାତି ପର୍ଯ୍ୟନ୍ତ କଠିନ ନିଷ୍ଠା ଏବଂ ତ୍ୟାଗର ସହ ଉପବାସ କରନ୍ତି ଦଣ୍ଡୁଆ । ଷୋହଳ ସୁଆଙ୍ଗ ଦଣ୍ଡନାଚର ମୁଖ୍ୟ ଆକର୍ଷଣ । ଚୈତ୍ରମାସର 21 ଦିନ ଧରି ପାଳିତ ହୁଏ ଏହି ପର୍ବ । ସଂକ୍ରାନ୍ତି ପୂର୍ବରୁ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଥିବା କାଳୀ ମନ୍ଦିରରୁ ମାନସିକଧାରୀ ଦଣ୍ଡୁଆମାନେ ମାଆ କାଳୀ ଏବଂ ଶିବଙ୍କୁ ସାଥୀରେ ନେଇ ବାହାରିଥାନ୍ତି ଦଣ୍ଡନାଚ କରିବା ପାଇଁ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ଚଳିତବର୍ଷ ପାରମ୍ପରିକ ରୀତିନୀତିରେ ଆରମ୍ଭ ହୋଇଯାଇଛି ପ୍ରସିଦ୍ଧ ଦଣ୍ଡନୃତ୍ୟ । ଜିଲ୍ଲାରେ ମୁଖ୍ୟତଃ ଏହି ନୃତ୍ୟ ୨୧ ଦିନ, ୧୮ ଦିନ ଏବଂ ୧୩ ଦିନ ଧରି ଆୟୋଜିତ ହେବା ସହ ମେରୁ ପର୍ବରେ ଉଦଯାପିତ ହୋଇଥାଏ । ଶେଷରେ ମେରୁ ପର୍ବରେ ଉଦଯାପିତ ହୋଇଥାଏ ଦଣ୍ଡନାଚ । ମନସ୍କାମନା ପୂର୍ଣ୍ଣ ପାଇଁ ପାଣିଦଣ୍ଡ, ଧୂଳି ଦଣ୍ଡ, ବଜ୍ର ଦଣ୍ଡ, ଅଗ୍ନି ଦଣ୍ଡ, ନୃତ୍ୟ ଦଣ୍ଡ ଆଦି ବରଣ କରନ୍ତି ଭକ୍ତ ।

ମୁଖ୍ୟତଃ ଦଣ୍ଡନୃତ୍ୟରେ ପରମ୍ପରା ସାମିଲ ହେଉଥିବା ମାନସିକଧାରୀଙ୍କୁ ଋଷି ପୁତ୍ର ନାମରେ ଉଚ୍ଚାରଣ କରାଯାଇ ନିୟମିତ ଭାବରେ ପ୍ରତ୍ୟେକ ଧୂଳିଆ ଦଣ୍ଡ, ପାଣି ଦଣ୍ଡ, ଅଗ୍ନିଦଣ୍ଡ ଭୋଗିବା ସହ ଥରେ ଭୋଜନ କରିବା ଭଳି କଷ୍ଟକର ବ୍ରତ ପାଳନ କରିଥାନ୍ତି ।

ମୁଖ୍ୟତଃ ତିନି ଶହ ବର୍ଷର ପୁରାତନ ସଂସ୍କୃତିକୁ ନେଇ ଗଞ୍ଜାମରେ ଏହି ଦଣ୍ଡ ଯାତ୍ରା ଚାଲି ଆସିଥିବାବେଳେ ମାନସିକ ପୂରଣ ପାଇଁ ଏଥିରେ ସାମିଲ ହେଉଛନ୍ତି ଭକ୍ତମାନେ । ଭକ୍ତମାନେ ଶିବ, ପାର୍ବତୀ, କାଳୀ, କଳସ, ବେତ, ଛତ୍ର, ବାନା, ଘଣ୍ଟ, ଢୋଲ, ମହୁରୀ, ଶଙ୍ଖ, ତୁରୀ ଧରି ଗାଁକୁ ଗାଁ ବୁଲନ୍ତି । ଭଜ ହେ ଆସିଲା କଳା ପାହାଡ ଭାଙ୍ଗିଲା ଲୁହାର ବାଡ ଶ୍ରୀ ଶ୍ରୀ ମାଁ କାଳୀଙ୍କୁ ଭଜ ହେ.. ଏଭଳି ଧ୍ୱନିରେ ପ୍ରକମ୍ପିଥାଏ ସମଗ୍ର ଅଞ୍ଚଳ । ଭୟ ଓ ଭକ୍ତିର ପରମ୍ପରା ଦଣ୍ଡ ଯାତ୍ରା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

dfgbd

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.