ETV Bharat / city

Cyclone Jawad: ଡେଲିଭେରୀ ପଏଣ୍ଟକୁ ସ୍ଥାନାନ୍ତରିତ ହେଲେ ୧୮୪ ଜଣ ଗର୍ଭବତୀ ମହିଳା - Cyclone Jawad news

ସାମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନର ସତର୍କତା ମୂଳକ ପଦକ୍ଷେପ । ଜିଲ୍ଲାର ୧୮୪ ଜଣ ଗର୍ଭବତୀ ମହିଳାଙ୍କୁ ଡେଲିଭେରୀ ପଏଣ୍ଟ (Delivery Points)କୁ ସ୍ଥାନାନ୍ତରିତ କରିଛି ଜିଲ୍ଲା ପ୍ରଶାସନ । ଅଧିକ ପଢନ୍ତୁ

Cyclone Jawad  ganjam district administration shifted Pregnant Women to nearest Delivery Points
Cyclone Jawad: ଗଞ୍ଜାମରେ ୧୮୪ ଗର୍ଭବତୀ ମହିଳାଙ୍କୁ ଡେଲିଭେରୀ ପଏଣ୍ଟକୁ ସ୍ଥାନାନ୍ତର
author img

By

Published : Dec 3, 2021, 10:49 PM IST

ବ୍ରହ୍ମପୁର: ସାମ୍ଭାବ୍ୟ ବାତ୍ୟା ଜୱାଦକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ (ganjam district administration)ର ସତର୍କତା ମୂଳକ ପଦକ୍ଷେପ । ଜିଲ୍ଲାର ୧୮୪ ଜଣ ଗର୍ଭବତୀ ମହିଳାଙ୍କୁ ଡେଲିଭେରୀ ପଏଣ୍ଟକୁ ସ୍ଥାନାନ୍ତରିତ କରିଛି ଜିଲ୍ଲା ପ୍ରଶାସନ । ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଜିଲ୍ଲାର ଗର୍ଭବତୀ ମହିଳା(Pregnant Women)ଙ୍କ ପାଇଁ ଆଗୁଆ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାନକୁ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲ । ବାତ୍ୟା ସମୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନ ହେବାକୁ ଥିବାରୁ ଏହାକୁ ଦୃଷ୍ଟିରେ ରଖି ଜିଲ୍ଲାର ୨୨ ଟି ବ୍ଲକର ପ୍ରାୟ ୧୮୪ ଜଣ ଗର୍ଭବତୀ ମହିଳାଙ୍କୁ ଡେଲିଭେରୀ ପଏଣ୍ଟକୁ ସୁରକ୍ଷିତ ଭାବେ ସ୍ଥାନାନ୍ତରିତ କରାଯାଇଛି ।

Cyclone Jawad  ganjam district administration shifted Pregnant Women to nearest Delivery Points
ଗର୍ଭବତୀ ମହିଳାଙ୍କୁ ଡେଲିଭେରୀ ପଏଣ୍ଟକୁ ସ୍ଥାନାନ୍ତର

ଏହାମଧ୍ୟ ପଢନ୍ତୁ: Cyclone Jawad Effect: ୧୯ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା କଲେ ସରକାର

ଏଥିରେ ଆଶା ଓ ଅଙ୍ଗନାୱାଡିଙ୍କ ଠାରୁ ଆରମ୍ଭ କରି ମହିଳା ସ୍ବାସ୍ଥ୍ୟ କର୍ମୀ ଏବଂ ସ୍ବାସ୍ଥ୍ୟ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ରାତ୍ର ସୁଦ୍ଧା ପ୍ରତ୍ୟେକ ଗର୍ଭବତୀ ମହିଳାଙ୍କୁ ସେମାନଙ୍କ ନିକଟବର୍ତ୍ତୀ ସରକାରୀ ପ୍ରସବ କେନ୍ଦ୍ରକୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ରହିଥିଲା । ଏପରିକି ଜିଲ୍ଲାର ପାତ୍ରପୁର ବ୍ଲକର ବୁରାତାଳ ସବସେଣ୍ଟର ଭଳି ଦୁର୍ଗମ ଅଞ୍ଚଳରେ ଥିବା ଗର୍ଭବତୀ ମହିଳାଙ୍କ ସମେତ ବିଭିନ୍ନ ଅଞ୍ଚଳର ଆସନ୍ନ ପ୍ରସବ ମହିଳାଙ୍କୁ ରାତ୍ର ସୁଦ୍ଧା ସୁରକ୍ଷିତ ସ୍ଥାନରେ ରଖାଯିବାକୁ ପ୍ରଶାସନ ଜୋର ଲଗାଇଛି । ଡେଲିଭରୀ ପଏଣ୍ଟକୁ ଅଣାଯାଇଥିବା ଗର୍ଭବତୀ ମହିଳାଙ୍କ ମଧ୍ୟରୁ ୧୨ ଜଣ ସନ୍ତାନ ପ୍ରସବ ଦେଇଥିବା କୁହାଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.