ETV Bharat / city

କାଲି ଛୁଇଁବ 'ଫନି': ଗୋପାଳପୁରରୁ ବାତ୍ୟାର ଦୃଶ୍ୟ - gopalpur

'ଫନି'ର ପ୍ରଭାବ ଏବେ ଠାରୁ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଦେଖିବାକୁ ମିଳିଲାଣି । ଫନି ପୁରୀ ଉପକୂଳ ଆଡକୁ ଯେତିକି ପାଖେଇ ଆସୁଛି ପବନର ବେଗ ସେତିକି ବଢିବା ସହ ଭୀଷଣ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ସମୁଦ୍ର ଗୁରୁ ଗମ୍ଭୀର ରୂପ ଧାରଣ କରିବାରେ ଲାଗୁଛି । ଏହାକୁ ନେଇ ଗୋପାଳପୁର ବାସିନ୍ଦା ଭୟାତୁର ପରିବେଶରେ ରହିଛନ୍ତି । ଗୋପାଳପୁରରେ କିଛି ସ୍ଥାନୀୟ ଲୋକଙ୍କୁ ଭେଟି ପ୍ରତିକ୍ରିୟା ନେଇଛି 'ଇଟିଭି ଭାରତ' ସମ୍ବାଦଦାତା ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : May 3, 2019, 12:15 AM IST

ବ୍ରହ୍ମପୁର: ସାମୁଦ୍ରିକ ଝଡ଼ 'ଫନି' ବେଳକୁ ବେଳ ଉଗ୍ର ହେବାକୁ ଲାଗିଛି । 'ଫନି' ଉତ୍ତର ଉତ୍ତର-ପୂର୍ବ ମୁହାଁ ହୋଇ ଓଡ଼ିଶା ଉପକୂଳର ଗୋପାଳପୁର ଏବଂ ଚାନ୍ଦବାଲି ମଧ୍ୟ ଦେଇ ଶୁକ୍ରବାର ୮ରୁ ୧୦ଟା ସୁଦ୍ଧା ପୁରୀ ଉପକୂଳ ଛୁଇଁବ । କିନ୍ତୁ 'ଫନି'ର ପ୍ରଭାବ ଏବେ ଠାରୁ ରାଜ୍ୟର ଅଧାରୁ ଅଧିକ ଜିଲ୍ଲାରେ ଦେଖିବାକୁ ମିଳିଲାଣି । ଫନି ପୁରୀ ଉପକୂଳ ଆଡକୁ ଯେତିକି ପାଖେଇ ଆସୁଛି ପବନର ବେଗ ସେତିକି ବଢିବା ସହ ଭୀଷଣ ବର୍ଷା ମଧ୍ୟ ଆରମ୍ଭ ହୋଇଛି । ସମୁଦ୍ର ଗୁରୁ ଗମ୍ଭୀର ରୂପ ଧାରଣ କରିବାରେ ଲାଗୁଛି । ଏହାକୁ ନେଇ ଗୋପାଳପୁର ବାସିନ୍ଦା ଭୟାତୁର ପରିବେଶରେ ରହିଛନ୍ତି । ଗୋପାଳପୁରରେ କିଛି ସ୍ଥାନୀୟ ଲୋକଙ୍କୁ ଭେଟି ପ୍ରତିକ୍ରିୟା ନେଇଛି 'ଇଟିଭି ଭାରତ' ସମ୍ବାଦଦାତା ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ସମୁଦ୍ରର ରୂପ ଦେଖି ଭୟରେ ସ୍ଥାନୀୟ ଲୋକେ । ସମୁଦ୍ର ଅଶାନ୍ତ ହୋଇ ପଡ଼ିଥିବା ବେଳେ ଗର୍ଜନ ଲୋକଙ୍କୁ ଛାନିଆ କରୁଛି । ଏହାସହ ବର୍ଷ। ଓ ପବନ ଲୋକଙ୍କୁ ଡରାଉଛି । 'ଫନି ଫଳରେ 'ଦେଢ ମିଟର ଉଚ୍ଚରେ ସମୁଦ୍ର ଜୁଆର ମାଡି ଆସିଛି । ଫନିର ସମ୍ଭାବ୍ୟ ବିଭୀଷିକା ନେଇ ଆତଙ୍କିତ ହୋଇପଡିଛନ୍ତି ସମୁଦ୍ରକୁଳିଆ ଲୋକେ । ପୁରୀ, ବ୍ରହ୍ମଗିରି, ଅସ୍ତରଙ୍ଗ,ସାତପଡା ପ୍ରଭୃତି ଅଞ୍ଚଳରେ ଲୋକେ ଭୟଭିତ ହୋଇପଡିଛନ୍ତି । କେମିତି ଫନିକୁ ମୁକାବିଲା କରିବେ, ସେନେଇ ଚିନ୍ତାରେ ଅଛନ୍ତି ଲୋକେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

sdfg

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.