ETV Bharat / city

ରାଜ୍ୟରେ ପ୍ରଥମ, କୋରୋନା ନେଲା ସାମ୍ବାଦିକଙ୍କ ଜୀବନ

author img

By

Published : Jul 11, 2020, 7:16 PM IST

Updated : Jul 11, 2020, 8:45 PM IST

କୋରୋନା ନେଲା ସାମ୍ବାଦିକଙ୍କ ଜୀବନ
କୋରୋନା ନେଲା ସାମ୍ବାଦିକଙ୍କ ଜୀବନ

19:08 July 11

କୋରୋନା ନେଲା ସାମ୍ବାଦିକଙ୍କ ଜୀବନ

ବ୍ରହ୍ମପୁର: କୋରୋନା ନେଲା ରାଜ୍ୟର ପ୍ରଥମ ସାମ୍ବାଦିକଙ୍କ ଜୀବନ । କୋରୋନାରେ ଆକ୍ରାନ୍ତ ହୋଇ ଜୀବନ ଯୁଦ୍ଧରେ ହାରିଗଲେ କୋରୋନା ଯୋଦ୍ଧା । ଗଞ୍ଜାମ ଜିଲ୍ଲାର ହିଞ୍ଜିଳିକାଟୁ ଅଞ୍ଚଳରେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧି ପ୍ରିୟଦର୍ଶୀ ପଟ୍ଟନାୟକ (୪୭)ଙ୍କ ରାଜଧାନୀ ଭୁବନେଶ୍ବରରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି ।

ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଅଞ୍ଚଳରେ ସ୍ବର୍ଗତ ପ୍ରିୟଦର୍ଶୀ ପଟ୍ଟନାୟକ ଜଣେ ଆଗଧାଡିର ଗଣମାଧ୍ୟମ ପ୍ରତିନିଧି ଭାବେ କାର୍ଯ୍ୟ କରି ଆସୁଥିଲେ । କୋରୋନାରେ ଆକ୍ରାନ୍ତ ହେବା ପୂର୍ବରୁ ସେ କୋଭିଡ୍ -୧୯ ସଂପର୍କରେ ଅନେକ ଖବର ସଂଗ୍ରହ କରିବା କାର୍ଯ୍ୟ କରି ଆସୁଥିବା ବେଳେ କୋରୋନାରେ ଆକ୍ରାନ୍ତ ହୋଇଥିଲେ । ଏହା ପରେ ପ୍ରଥମେ ହି଼ଞ୍ଜିଳିକାଟୁ କୋଭିଡ କେୟାର ଚିକିତ୍ସିତ ହେଉଥିଲେ । ଏହା ପରେ ଭୁବନେଶ୍ବର କୋଭିଡ ହସପିଟାଲରେ ନିଆଯାଇଥିଲା । ଗତ ସାତ ଦିନ ଧରି ସେ ଭେଣ୍ଟିଲେଟରରେ ରହି ଚିକିତ୍ସିତ ହେଉଥିବା ବେଳେ ଆଜି (ଶନିବାର) ଶେଷରେ ମୃତ୍ୟବରଣ କରିଛନ୍ତି । କୋରୋନାରେ ଜଣେ କାର୍ଯ୍ୟରତ ଗଣମାଧ୍ୟମ ପ୍ରତିନିଧିଙ୍କ ବିୟୋଗ ପରେ ବିଭିନ୍ନ ମହଲରେ ଶୋକର ଛାୟା ଖେଳିଯାଇଛି । ସୂଚନାଥାଉକି ବର୍ତ୍ତମାନ ପର୍ଯ୍ୟନ୍ତ ସରକାର କିମ୍ବା ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ କୌଣସି ଘୋଷଣା କରାଯାଇନାହିଁ ।

ସୂଚନା ଥାଉକି ବର୍ତ୍ତମାନ ରାଜ୍ୟରେ କୋରୋନା ଦିନକୁ ଦିନ ବିସ୍ଫୋରକ ପରିସ୍ଥିତି ସୃଷ୍ଟି କରୁଛି । ରାଜ୍ୟରେ ହୁ ହୁ ହୋଇ କ୍ରମାଗତ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରାଜ୍ୟରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12552 ପହଞ୍ଚିଥିଲା ବେଳେ 61 ଜଣଙ୍କର ଜୀବନ ନେଇ ସାରିଲାଣି । ସାରା ରଜ୍ୟରେ ଗଞ୍ଜାମ ଜିଲ୍ଲାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ସର୍ବାଧିକ 3636 କୋରୋନାରେ ଆକ୍ରାନ୍ତ ହୋଇଥିବାବେଳେ 1705 ଜଣ ବର୍ତ୍ତମାନ ଚିକିତ୍ସାଧୀନ ରହିଛନ୍ତି ଏବଂ 1892 ଜଣ ସୁସ୍ଥ ହୋଇ ଫେରିଛନ୍ତି । ଜିଲ୍ଲାରେ 36 ଜଣଙ୍କ ମୃତ୍ୟୁ ଘଟିଛି  । 

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jul 11, 2020, 8:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.