ETV Bharat / city

ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ ମିଳିଲା କୋଭିଡ ନିରାପଦ ପ୍ରମାଣପତ୍ର - Covid safe certificate

ଗଞ୍ଜାମ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାକୁ କୋଭିଡ ନିରାପଦ ପ୍ରମାଣପତ୍ର ପ୍ରଦାନ । ଏହି ପ୍ରମାଣପତ୍ର ପ୍ରଦାନ କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଅଧିକ ପଢନ୍ତୁ...

କୋଭିଡ ନିରାପଦ ପ୍ରମାଣପତ୍ର ପ୍ରଦାନ
କୋଭିଡ ନିରାପଦ ପ୍ରମାଣପତ୍ର ପ୍ରଦାନ
author img

By

Published : Sep 26, 2020, 9:39 AM IST

ବ୍ରହ୍ମପୁର: ଗଞ୍ଜାମରେ ଧିରେ ଧିରେ କମୁଛି କୋଭିଡ୍‌ ଆକ୍ରାନ୍ତଙ୍କ ସଂଖ୍ୟା । ସଂକ୍ରମଣ ରୋକିବାରେ ସଫଳ ହେଉଛି ପ୍ରଶାସନ । ଆକ୍ରାନ୍ତ କମୁଥିବାରୁ ଗୋଟିଏ ପରେ ଗୋଟିଏ ଅଞ୍ଚଳକୁ ଗ୍ରୀନ ଜୋନ ଘୋଷଣା କରାଯାଉଛି । ଆଉ ଏଭଳି ସମୟରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟକୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୋଭିଡ-19 ନିରାପଦ ପ୍ରମାଣପତ୍ର ପ୍ରଦାନ କରାଯାଇଛି ।

କୋଭିଡ ନିରାପଦ ପ୍ରମାଣପତ୍ର ପ୍ରଦାନ

ଜିଲ୍ଲାରେ କୋଭିଡ୍‌ ସଚେତନତା ସପ୍ତାହ ପାଳନ ଜାରି ରହିଥିବାବେଳେ ସଦର ମହକୁମା ଛତ୍ରପୁର ଠାରେ ଥିବା ଜିଲ୍ଲା ଗ୍ରାମ୍ୟ ଇନ୍ନୟନ ସଂସ୍ଥାକୁ ଏହି ପ୍ରମାଣ ପତ୍ର ଦିଆଯାଇଛି । ଏହି କାର୍ଯ୍ୟାଳୟର ଜଣେ ବି କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇନଥିବାରୁ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଏହାକୁ କୋରୋନା ନିରାପଦ କାର୍ଯ୍ୟାଳୟ ଭାବେ ଘୋଷଣା କରିବା ସହ କୋଭିଡ୍‌ ସେଫ୍‌ ପ୍ରମାଣପତ୍ର ପ୍ରଦାନ କରିଛନ୍ତି ।

ଜିଲ୍ଲାର ଏହି ପ୍ରମୁଖ କାର୍ଯ୍ୟାଳୟରେ ବହୁ ମାତ୍ରାରେ କର୍ମଚାରୀ କାର୍ଯ୍ୟ କରୁଥିବାବେଳେ ଯେଉଁମାନଙ୍କୁ କିଛି ବି ଲକ୍ଷଣ ଦେଖାଦେଇଥିଲା ତୁରନ୍ତ କାର୍ଯ୍ୟାଳୟର କୋଭିଡ ମନିଟରଙ୍କୁ ସେମାନେ ଜଣାଉଥିଲେ । ସେହିପରି ସାମାଜିକ ଦୂରତ୍ବ ସହିତ ସମସ୍ତ କୋଭିଡ୍ ଗାଇଡ ଲାଇନ୍ ଏଠାରେ ପାଳନ କରାଯାଉଥିବା ଯୋଗୁଁ ଜିଲ୍ଲପାଳ ଏହି ପ୍ରମାଣପତ୍ର ପ୍ରଦାନ କରିଥିବା କହିଛନ୍ତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ସିନ୍ଧେ ଦତ୍ତାତ୍ରୟ ଭାଉ ସାହେବ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.