ବ୍ରହ୍ମପୁର: ସହରରେ କୋରୋନା ସଂକ୍ରମଣ ବଢିବାରେ ଲାଗିଛି । ଗତ 8 ଦିନରେ 50 ସଂକ୍ରମିତ ମାମଲା ଚିହ୍ନଟ ହୋଇଛି । ସଂକ୍ରମଣ ରୋକିବା ପାଇଁ ଆସନ୍ତା ଶନିବାର ଠାରୁ ମଙ୍ଗଳବାର ପର୍ଯ୍ୟନ୍ତ ସହରକୁ ସଟଡାଉନ ରଖିବାକୁ ଗଞ୍ଜାମ ଜିଲ୍ଲାପାଳ ଘୋଷଣା କରିଛନ୍ତି । ଏହି ଭୂତାଣୁର ସଂସ୍ପର୍ଶରେ ଅନେକ ସରକାରୀ କର୍ମଚାରୀ ଓ ସାଧାରଣ ବ୍ୟକ୍ତିବିଶେଷ ଆକ୍ରାନ୍ତ ହେବା ପରେ ସହରର ପ୍ରମୁଖ ସହରକୁ ବାଉଁଶ ଦ୍ବାରା ବ୍ୟାରିକେଟ କରି ସିଲ କରାଯାଇଛି ।
ଏହି 4 ଦିନିଆ ସଟ ଡାଉନରେ କେବଳ ସ୍ବାସ୍ଥ୍ୟସେବା ଓ ସହରରେ ଦୁଗ୍ଧ ବଣ୍ଟନକୁ ଅନୁମିତ ଦିଆଯିବ । ଏହା ବ୍ୟତୀତ ଦୋକାନା ,ବଜାର ସବୁ କିଛି ବନ୍ଦ ରହିବ । ସହରର ସହରର ଗିରିଜା ଛକ ନିକଟସ୍ଥ ଲୋହିଆ ବ୍ରଦର୍ସ ମୁଖ୍ୟ ରାସ୍ତା ,ଅନ୍ନପୂର୍ଣ୍ଣା ମାର୍କେଟ ଜଙ୍ଗସନ୍ , ୱାନ୍ ୱେ ଟ୍ରାଫଇକ୍ ରାସ୍ତା, ଗିରି ମାର୍କେଟ ଜଙ୍ଗସନ, ସାନ ବଜାର ଛକ, ଖାସପା ସାହି ଛକ, କାଳୀ ମନ୍ଦିର ଜଙ୍ଗସନ, ହରିଡାଖଣ୍ଡି ଶିବ ମନ୍ଦିର ଛକ, କମ୍ମା ପଲ୍ଲୀ ଜଙ୍ଗସନ, ରାମନଗର ବାଇପାସ ଛକ, ଶ୍ରୀ ରାମନଗର ଛକ, ତାଲୁକା ହସ୍ପିଟାଲ ଜଙ୍କସନ ଭଳି 12ଟି ପ୍ରମୁଖ ଛକ ରାସ୍ତାକୁ ସିଲ କରାଯିବ । ଏହା ପରେ ସହରରେ ପାଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରାଯିବ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ