ETV Bharat / city

କଟକଣାରେ ଧରାଶାୟୀ ପର୍ଯ୍ୟଟନ ଶିଳ୍ପ - ପର୍ଯ୍ୟଟନ କ୍ଷେତ୍ରରେ କୋରୋନା ପ୍ରଭାବ

କୋରୋନା କଟକଣା ଭିତରେ ବିଶେଷ କ୍ଷତିଗ୍ରସ୍ତ ହୋଇଛି ପର୍ଯ୍ୟଟନ ଶିଳ୍ପ । ବିଭିନ୍ନ ଆକର୍ଷଣୀୟ ପର୍ଯ୍ୟଟନସ୍ଥଳୀରେ ବର୍ତ୍ତମାନ ତାଲା ଝୁଲିଥିବାବେଳେ ଏଥିରୁ ପରିବାର ଚଳାଉଥିବା ବ୍ୟକ୍ତି ଏବେ ରୋଜଗାର ଚିନ୍ତାରେ । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗଞ୍ଜାମ ଜିଲ୍ଲାରେ ମଧ୍ୟ ସମାନ ଅବସ୍ଥା । ଅଧିକ ପଢନ୍ତୁ...

କଟକଣାରେ ଧରାଶାୟୀ ପର୍ଯ୍ୟଟନ ଶିଳ୍ପ
କଟକଣାରେ ଧରାଶାୟୀ ପର୍ଯ୍ୟଟନ ଶିଳ୍ପ
author img

By

Published : May 27, 2021, 8:31 PM IST

Updated : May 27, 2021, 10:16 PM IST

ବ୍ରହ୍ମପୁର: ରାଜ୍ୟବ୍ୟାପୀ କୋରୋନା ସଂକ୍ରମଣର ଆତଙ୍କ ଲାଗି ରହିଛି । ପ୍ରଥମ ଲହର କ୍ଷତ ନ ଶୁଖୁଣୁ ରକ୍ତାକ୍ତ କରିଛି ଦ୍ବିତୀୟ ଲହର । ଉଜୁଡି ଗଲାଣି ଜୀବିକା, ଭୁଶୁଡି ଗଲାଣି ଅର୍ଥନୀତି । ଏ ସବୁ ଭିତରେ ପର୍ଯ୍ୟଟନ ଶିଳ୍ପ କଥା ନ କହିବା ଭଲ । କୋରୋନାର ପ୍ରଥମ ପ୍ରହାରରୁ ଅଣ୍ଟା ସଳଖୁଥିବା ପର୍ଯ୍ୟଟନ କ୍ଷେତ୍ର ପୁଣି ଥରେ ମାଟି କାମୁଡି ପଡିଛି । ବେଳଭୂମିରୁ ପାର୍କ, ମନ୍ଦିରରୁ ସଂଗ୍ରହାଳୟ ଆଜି ସବୁକିଛି ଖାଁ ଖାଁ । କୋରୋନା କଟକଣା କେବଳ ଏସବୁ ସ୍ଥାନ ନୁହେଁ ଏଥିରୁ ପେଟ ପୋଷୁଥିବା ଲୋକଙ୍କ ଜୀବିକାରେ ବି ତାଲା ଝୁଲାଇଛି । ରାଜ୍ୟର ପ୍ରମୁଖ ପର୍ଯ୍ୟଟନ ସ୍ଥଳ ଗଞ୍ଜାମ ଜିଲ୍ଲା ଏହାର ସ୍ପଷ୍ଟ ଅନୁମେୟ ।

କଟକଣାରେ ଧରାଶାୟୀ ପର୍ଯ୍ୟଟନ ଶିଳ୍ପ

ଐତିହାସିକ କୀର୍ତ୍ତିରାଜି ସହ ଗଞ୍ଜାମ ଜିଲ୍ଲାରେ ଭରି ରହିଛି ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ । ଗୋପାଳପୁର ବେଳାଭୂମି, ତାରାତାରିଣୀ ପୀଠ, ଚିରସ୍ରୋତା ତପ୍ତପାଣି ଓ ଋଷିକୁଲ୍ୟା ମୁହାଣ, ବୁଦ୍ଧଖୋଲ ଆଦି ଜିଲ୍ଲାର ମୁଖ୍ୟ ଆକର୍ଷଣ । ହେଲେ ପ୍ରତିଦିନ ହଜାର ହଜାର ପର୍ଯ୍ୟଟକଙ୍କ କୋହାଳରେ ଫାଟି ପଡୁଥିବା ଏହିସବୁ ସ୍ଥାନ ଆଜି ନିସ୍ତବ୍ଧ ପାଲଟି ଯାଇଛି କଟକଣା ଭିତରେ । ପ୍ରଥମ ଲହରଜନିତ ଦୀର୍ଘ ମାସର କଟକଣା ପରେ ପୁଣି ସ୍ବାଭାବିକ ହେଉଥିବା ପର୍ଯ୍ୟଟନ କ୍ଷେତ୍ରଗୁଡିକରେ ଆଉ ଥରେ ତାଲା ଝୁଲିଛି । ନା ଆସୁଛନ୍ତି ପର୍ଯ୍ୟଟକ ନା ଲାଗୁଛି ଗହଳି । ପ୍ରତି ମୂହୁର୍ତ୍ତରେ ବେଳାଭୂମିକୁ ସ୍ପର୍ଶ କରୁଥିବା ବଙ୍ଗୋପସାଗରର ନୀଳ ଜଳରାଶିକୁ ଉପଭୋଗ କରିବାକୁ ଲାଗୁଥିବା ଜନଗହଳି ଆଜି ସ୍ମୃତି ହୋଇ ରହିଯାଇଛି । ସେପଟେ ବ୍ରହ୍ମପୁର ସହରର ରାମଲିଙ୍ଗେଶ୍ବର ପାର୍କର ମଧ୍ୟ ସମାନ ଅବସ୍ଥା । ସହରର ସୌନ୍ଦର୍ଯ୍ୟ ବୃଦ୍ଧି ଉଦ୍ଦେଶ୍ୟରେ ନିର୍ମିତ ଏହି ଆକର୍ଷଣୀୟ ପାର୍କ ବି ବନ୍ଦ ପଡିଛି ।

ଫଳରେ କେବଳ ପର୍ଯ୍ୟଟନ ଶିଳ୍ପ ନୁହେଁ, ବରଂ ଏଥିରୁ ପରିବାର ଚଳାଉଥିବା ହୋଟେଲ ମାଲିକଙ୍କଠୁ ଆରମ୍ଭ କରି ପରିଚାଳକ, ୱେଟର ଓ ଅଟୋ ଟ୍ୟାକ୍ସି ଡ୍ରାଇଭର, ସିକ୍ୟୁରିଟି ଗାର୍ଡ ପର୍ଯ୍ୟନ୍ତ ସମସ୍ତଙ୍କ ରୋଜଗାରର ବାଟ ବନ୍ଦ ହୋଇଯାଇଛି । ଯାହାକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଜିଲ୍ଲା ପର୍ଯ୍ୟଟନ ଅଧିକାରୀ । ତେବେ କେବେ ପୁଣି ସ୍ଥିତି ସୁଧୁରିବ ଏବଂ ପୁଣି ଲୋକଙ୍କ ଗହଳିରେ ବିଭିନ୍ନ ପର୍ଯ୍ୟଟନସ୍ଥଳଗୁଡିକ ଫାଟି ପଡିବ ତାହାକୁ ଅପେକ୍ଷା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : May 27, 2021, 10:16 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.