ETV Bharat / city

ସମ୍ପର୍କୀୟଙ୍କ ଘରୁ ଚୋରି କରି ଗିରଫ ହେଲେ ଦମ୍ପତି - ବ୍ରହ୍ମପୁରରେ ଏକ ଦମ୍ପତ୍ତି ଗିରଫ

ବନ୍ଧୁ ସମ୍ପର୍କୀୟଙ୍କ ଘରୁ ରୋଚି କରି ଶେଷରେ ପୋଲିସ ହାତରେ ଧରା ପଡ଼ିଛନ୍ତି ଏକ ଦମ୍ପତି । ବ୍ରହ୍ମପୁର ସହରର ସଦର ଥାନା ଅନ୍ତର୍ଗତ ଲୋଚପଡା ଋଷିକୁଲ୍ୟା ନଗର ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଅଧିକ ପଢ଼ନ୍ତୁ

ସମ୍ପର୍କୀୟଙ୍କ ଘରୁ ଚୋରି କରି ଗିରଫ ହେଲେ ଦମ୍ପତ୍ତି

author img

By

Published : Apr 12, 2022, 5:49 PM IST

ବ୍ରହ୍ମପୁର: ନିଜ ବନ୍ଧୁ ସମ୍ପର୍କୀୟଙ୍କ ଘରୁ ରୋଚି କରି ଶେଷରେ ପୋଲିସ ହାତରେ ଧରା ପଡ଼ିଛନ୍ତି ଏକ ଦମ୍ପତି । ବ୍ରହ୍ମପୁର ସହରର ସଦର ଥାନା ଅନ୍ତର୍ଗତ ଲୋଚପଡା ଋଷିକୁଲ୍ୟା ନଗର ଅଞ୍ଚଳରେ ଏଭଳି ଏକ ଘଟଣା ଦେଖିବାକୁ ମିଳିଛି । ଲୋଚାପଡ଼ା ଋଷିକୁଲ୍ୟା ନଗରର ଗଗନ ପାତ୍ର ଏବଂ ତାଙ୍କ ପତ୍ନୀ ବାବି ପାତ୍ର ରହି ଆସୁଛନ୍ତି ।

ସମ୍ପର୍କୀୟଙ୍କ ଘରୁ ଚୋରି କରି ଗିରଫ ହେଲେ ଦମ୍ପତ୍ତି
ସମ୍ପର୍କୀୟଙ୍କ ଘରୁ ଚୋରି କରି ଗିରଫ ହେଲେ ଦମ୍ପତ୍ତି

ଗତ ଅପ୍ରେଲ ୬ ତାରିଖ ଦିନ ତାଙ୍କ ଘରେ କେହି ନଥିବା ବେଳେ ତାଙ୍କ ଝିଆରି ନେହା ଓରଫ ସୁଚିତ୍ରା ପାତ୍ର ଏବଂ ତାଙ୍କ ସ୍ୱାମୀ ଏମ୍. ଶ୍ରୀନୁ ରେଡି ଘରର ତାଲା ଖୋଲି ୨୪ ହଜାର ଟଙ୍କା ସମେତ ରୂପାର ଦୁଇଟି ଅଳଙ୍କାର ଚୋରି କରି ନେଇଯାଇଥିଲେ । ଏହି ଘଟଣାକୁ ନେଇ ବାବି ପାତ୍ର ଥାନାରେ ଅଭିଯୋଗ କରିବା ପରେ ପୋଲିସ ସନ୍ଦେହରେ ପତିପତ୍ନୀଙ୍କୁ ଆଣି ପଚରାଉଚରା କରିଥିଲା । ପରେ ଏହି ଦମ୍ପତ୍ତି ନିଜ ଦୋଷ ସ୍ବିକାର କରିଥିଲେ । ଦମ୍ପତିଙ୍କୁ ଗିରଫ କରି ସେମାନଙ୍କଠାରୁ ନଗଦ ୧୫ ହଜାର ଟଙ୍କା ସମେତ ୮୦ ଗ୍ରାମ ଓଜନର ଗୋଟିଏ ରୂପା ଖଡ଼ୁକୁ ପୋଲିସ ଜବତ କରିଛି । ଉଭୟ ପତି ଓ ପତ୍ନୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.