ବ୍ରହ୍ମପୁର: କୋରୋନା ଚିନ୍ତା । ଗଞ୍ଜାମରେ ତିନି ଦିନ ଛୁଟି ବାତିଲ । ଜିଲ୍ଲାର ସମସ୍ତ ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ୍ କଲେ ଜିଲ୍ଲା ପ୍ରଶାସନ । ଫଳରେ ଏହି ତିନି ଦିନ ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ ।
ରବିବାର, ଦୋଳପୂର୍ଣ୍ଣିମା ଓ ହୋଲି ପାଇଁ ଥିବା ଛୁଟିକୁ ବାତିଲ କରିଦିଆଯାଇଛି । ଏହାସହ ଏହାକୁ ଖିଲାପ କଲେ ପ୍ରଶାସନ ପକ୍ଷରୁ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ