ETV Bharat / city

ବ୍ରହ୍ମପୁରରେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ: କୋଭିଡ ପରିଚାଳନା ନେଇ ସମୀକ୍ଷା - corona-review-meeting

ବ୍ରହ୍ମପୁର ଏବଂ ଗଞ୍ଜାମ ପୋଲିସ ଜିଲ୍ଲାରେ ପୋଲିସ ବିଭାଗର କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଅଧିକ ପଢନ୍ତୁ...

corona-review-meeting held-by State Director General of Police
ବ୍ରହ୍ମପୁର ଏବଂ ଗଞ୍ଜାମ ପୋଲିସ ଜିଲ୍ଲାର କୋଭିଡ୍ ପରିଚାଳନା ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ
author img

By

Published : May 8, 2021, 9:38 PM IST

ବ୍ରହ୍ମପୁର: ବ୍ରହ୍ମପୁର ଏବଂ ଗଞ୍ଜାମ ପୋଲିସ ଜିଲ୍ଲାରେ ପୋଲିସ ବିଭାଗର କୋଭିଡ୍ ପରିଚାଳନା ସମ୍ପର୍କରେ ସମୀକ୍ଷା କରିଛନ୍ତି ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ ଅଭୟ । ଦୁଇ ପୋଲିସ ଜିଲ୍ଲାର ସ୍ଥିତି ସମୀକ୍ଷା କରିବା ସହିତ ବ୍ରହ୍ମପୁରସ୍ଥିତ ଦକ୍ଷିଣାଞ୍ଚଳ ପୋଲିସ ଡିଆଇଜିଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ପୋଲିସ ମହାନିର୍ଦ୍ଦେଶକ ।

ବ୍ରହ୍ମପୁର ଏବଂ ଗଞ୍ଜାମ ପୋଲିସ ଜିଲ୍ଲାର କୋଭିଡ୍ ପରିଚାଳନା ସମୀକ୍ଷା କଲେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ

ସ୍ଥିତି ସମୀକ୍ଷା ପରେ ଗଣମାଧ୍ୟମ ସହିତ ଆଲୋଚନା ସମୟରେ ପୋଲିସର କାର୍ଯ୍ୟକୁ ଉଚ୍ଚ ପ୍ରଂଶସା କରିବା ସହିତ ପୋଲିସକୁ ସହଯୋଗ କରି ସମସ୍ତ ନିୟମ ପାଳନ କରୁଥିବା ଗଞ୍ଜାମବାସୀଙ୍କୁ ଅଶେଷ ଧନ୍ୟବାଦ ଜଣାଇବା ସହ ପୂର୍ବଭଳି ଘରୁ ବାହାରକୁ ଆବଶ୍ୟକ ନଥିଲେ ନ ବାହାରିବାକୁ ଆହ୍ବାନ କରିଛନ୍ତି । ନିହାତି ଦରକାର ହେଲେ ମାସ୍କ ପରିଧାନ କରି ବାହାରକୁ ଯିବା ସହ ଗହଳି ନ କରି ଯଥାସମ୍ଭବ ଚେନ୍ ଭାଙ୍ଗିବାକୁ ଚେଷ୍ଟା କରିବାକୁ ପରାମର୍ଶ ଦେଇଛନ୍ତି ।

ଡିଆଇଜିଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ଆଲୋଚନାରେ ଆଇନଶୃଙ୍ଖଳା ଦାୟିତ୍ବରେ ଥିବା ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଯଶବନ୍ତ ଜେଠୱା, ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ, ବ୍ରହ୍ମପୁର ଏସ୍ .ପି ପିନାକ ମିଶ୍ର, ଗଞ୍ଜାମ ଏସ.ପି ବ୍ରିଜେଶ କୁମାର ରାୟଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.