ETV Bharat / city

କୋରୋନା ମହାମାରୀ: ଖାଦ୍ୟ-ବାସଗୃହ ନେଇ ଅସହାୟ ଆଉଟୁପାଉଟୁ

author img

By

Published : Jul 3, 2021, 3:03 PM IST

କୋରୋନା ମହାମାରୀରେ ସବୁ ବର୍ଗର ଲୋକେ ଊଣା ଅଧିକେ ପ୍ରଭାବିତ ହୋଇଥିବା ବେଳେ ଅସହାୟ ଓ ଅଭାବୀଙ୍କ କଥା ନ କହିବା ଭଲ । ଏଭଳି କଠିନ ସମୟରେ କିଏ ରୋଜଗାର ହରାଇ ନିଜ ଜନ୍ମମାଟି ଅଭିମୁଖେ ତ ଆଉ କିଏ ଦୁଇ ଓଳି ଖାଇବା ଯୋଗାଡ ପାଇଁ କଷ୍ଟରେ ବିତାଉଛି ଜୀବନ । ରେଶମ ସହର ବ୍ରହ୍ମପୁରରେ କିପରି ନିୟମିତ ଭାବରେ ଅନେକ ଅସହାୟ ଓ ଅଭାବୀ ଦିନ କାଟୁଛନ୍ତି ନଜର ପକାନ୍ତୁ । ଅଧିକ ପଢନ୍ତୁ...

ଅସହାୟଙ୍କୁ ନାହିଁ ସାହା
ଅସହାୟଙ୍କୁ ନାହିଁ ସାହା

ବ୍ରହ୍ମପୁର: କୋରୋନା ମହାମାରୀରେ ସବୁ ବର୍ଗର ଲୋକେ ଊଣା ଅଧିକେ ପ୍ରଭାବିତ ହୋଇଥିବା ବେଳେ ଅସହାୟ ଓ ଅଭାବୀଙ୍କ କଥା ନ କହିବା ଭଲ । ଏଭଳି କଠିନ ସମୟରେ କିଏ ରୋଜଗାର ହରାଇ ନିଜ ଜନ୍ମମାଟି ଅଭିମୁଖେ ତ ଆଉ କିଏ ଦୁଇ ଓଳି ଖାଇବା ଯୋଗାଡ ପାଇଁ କଷ୍ଟରେ ବିତାଉଛି ଜୀବନ । ରେଶମ ସହର ବ୍ରହ୍ମପୁରରେ କିପରି ନିୟମିତ ଭାବରେ ଅନେକ ଅସହାୟ ଓ ଅଭାବୀ ଦିନ କାଟୁଛନ୍ତି ନଜର ପକାନ୍ତୁ । ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ନାରାୟଣ ସାହୁ । ଘର ଗଞ୍ଜାମ ଜିଲ୍ଲାର ରମ୍ଭା ଥାନା ଅନ୍ତର୍ଗତ ସାବୁଳିଆ ଗ୍ରାମରେ । ଗତ ୨୦ ବର୍ଷ ହେଲା ସେ ଜଣେ ସିକ୍ୟୁରିଟି ଗାର୍ଡ ଭାବରେ କାର୍ଯ୍ୟ କରି ଆସୁଛନ୍ତି । ହେଲେ କୋରୋନା ରୂପକ ମହାମାରୀ ଯୋଗୁଁ ଏହି ୫୮ ବର୍ଷୀୟ ନାରାୟଣ ଚିନ୍ତାରେ । ମାସିକ ପାଞ୍ଚ ହଜାର ଟଙ୍କା ମିଳୁଥିବାବେଳେ ସେ ନିୟମିତ ଭାବରେ ନିଜ ଗ୍ରାମକୁ ଯାତାୟତ କରିପାରୁନଥିବାରୁ ସେ ଚିନ୍ତାରେ । କେବେ ଫେରିବେ ସେହି ସ୍ଥିତି ତାହାକୁ ନେଇ ସେ ଚିନ୍ତାରେ । ଘରେ ରହିଥିବା ପତ୍ନୀ ମୁଲ ଲାଗିଲେ ପେଟ ପୋଷନ୍ତି । ହେଲେ ଏହି କୋଭିଡ ମହାମାରୀ ଦେଇଛି ନାରାୟଣଙ୍କ ପରିବାରକୁ ଦୁଃଖ ।

ଅସହାୟଙ୍କୁ ନାହିଁ ସାହା

ସେହିପରି ସୂର୍ଯ୍ୟ ନାୟକ ହେଉଛନ୍ତି ଜଣେ ରିକ୍ସା ଚାଳକ । କୋଭିଡ ଯୋଗୁଁ ରିକ୍ସାରେ ବସି ଯିବା ପାଇଁ ଯାତ୍ରୀ ମିଳୁନଥିବା ଯୋଗୁଁ ଚଳିବା ଏକ ପ୍ରକାର କଷ୍ଟକର ହୋଇପଡୁଛି । ଦୈନିକ ୬୦ ଟଙ୍କା ରିକ୍ସା ଭଡା ଦେବାକୁ ପଡୁଥିବା ବେଳେ ସେଥିରେ ବ୍ୟବସାୟ ହେଉନଥିବାରୁ ସେ ମଧ୍ୟ ଚିନ୍ତାରେ । କଟକରୁ ଆସି ବ୍ରହ୍ମପୁରରେ ରିକ୍ସା ଚଳାଉଥିବାରୁ ସୂର୍ଯ୍ୟ ମାସିକ ଆଦାୟ ଅର୍ଥରୁ ପରିବାର ପାଇଁ କେତେ ପଠାଇବେ ଏବଂ ନିଜ ପାଖରେ କେତେ ରଖିବେ ନେଇ ପ୍ରଶ୍ନ କରିଛନ୍ତି । ସେହିପରି ସମାଜରେ ଏଭଳି ଅନେକ ବ୍ୟକ୍ତିବିଶେଷ ଅଛନ୍ତି ଯେଉଁମାନଙ୍କୁ କେହି ଆହାଃ ପଦେ କହିବାକୁ ନାହାନ୍ତି । ଏହିପରି ଜଣେ ମହିଳା ହେଉଛି କାନ୍ତାମା । ସହରର ମୋଚି ସାହି ନିକଟରେ ରହୁଥିବା ଏହି ୫୦ ବର୍ଷୀୟ ମହିଳାଙ୍କ ସ୍ବାମୀ ଗତ କିଛି ବର୍ଷ ତଳେ ମୃତ୍ୟୁବରଣ କରିଥିଲେ ।

ପୂର୍ବରୁ କଦଳୀ ଠାରୁ ଆମ୍ଭ କରି ବିଭିନ୍ନ ସାମଗ୍ରୀ ବିକ୍ରି କରି ଜୀବନ ବିତାଉଥିବା କାନ୍ତାମା ଏବେ ସରକାରଙ୍କ ମିଳୁଥିବା ପାଞ୍ଚ କିଲୋ ଚାଉଳ ଏବଂ ଭତ୍ତା ଟଙ୍କା ନେଇ ବଞ୍ଚୁଥିବା କହିଛନ୍ତି । ଅନ୍ୟପଟେ ଗଞ୍ଜାମ ଜିଲ୍ଲାର ପୋଡାମାରୀ ଅଞ୍ଚଳରୁ ବ୍ରହ୍ମପୁରରେ ଆସି ଭିକ୍ଷାବୃତ୍ତି କରି ବଞ୍ଚୁଥିବା ଡମ୍ବ ସେଠୀଙ୍କ କହିବା କଥା ପୂର୍ବରୁ ବିଭିନ୍ନ ମନ୍ଦିର ସମ୍ମୁଖରେ ରହି ଜୀବନ ବିତାଉଥିଲେ । ହେଲେ ମନ୍ଦିର ବନ୍ଦ ରହିଥିବାରୁ ଏବେ ଦୁଇ ଓଳି ଦୁଇ ମୁଠା ଖାଇବାକୁ ମିଳିବା କଷ୍ଟକର ହୋଇ ପଡିଛି । କୋରୋନା ସମୟରେ କିଏ ଦେଲେ ଖାଇବା କଥା ନହେଲେ ଭୋକିଲା ରହିବା କଥା ବୋଲି ସେ କହିଛନ୍ତି । ଏଭଳି ସମୟରେ ଜୀବନ ବଞ୍ଚାଇବା ପାଇଁ ସଙ୍ଘର୍ଷ କରୁଥିବା ଅନେକ ଅସହାୟ ଓ ଅଭାବୀ ଲୋକ ପେଟ ଚାଖଣ୍ଡ ପାଇଁ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏଣୁ ସରକାର ଏହା ଉପରେ ଦୃଷ୍ଟି ଦେବାକୁ ଦାବି ହୋଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.