ETV Bharat / city

କୋରୋନା ମୁକାବିଲା: ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲେ ଗଞ୍ଜାମ ଜିଲ୍ଲାପାଳ - ବ୍ରହ୍ମପୁରରେ କୋରୋନା ମୁକାବିଲା

ଗଞ୍ଜାମରେ କୋରୋନା ମୁକାବିଲାର ବାସ୍ତବ ସ୍ଥିତି ଜାଣିବା ପାଇଁ ସରପଞ୍ଚମାନଙ୍କ ସହିତ ସିଧା ଆଲୋଚନା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ 22 ଗୋଟି ବ୍ଲକର ସରପଞ୍ଚମାନଙ୍କୁ କୋରୋନା ମୁକାବିଲା ପାଇଁ ପ୍ରତ୍ୟକ୍ଷ ଭାବେ ସାମିଲ ହେବାକୁ ଜିଲ୍ଲାପାଳ କହିଛନ୍ତି ।

corona fight, ground zero investigation, berhampur latest news, corona in berhampur, coronavirus news, କୋରୋନା ମୁକାବିଲା, ଗ୍ରାଉଣ୍ଡ ଜିରୋରେ ସ୍ଥିତି ସମୀକ୍ଷା, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍‌, ବ୍ରହ୍ମପୁରରେ କୋରୋନା ମୁକାବିଲା, କୋରୋନା ଭାଇରସ ନ୍ୟୁଜ୍‌
କୋରୋନା ମୁକାବିଲା: ଗ୍ରାଉଣ୍ଡ ଜିରୋରେ ସ୍ଥିତି ପରଖିଲେ ଗଞ୍ଜାମ ଜିଲ୍ଲାପାଳ
author img

By

Published : Apr 12, 2020, 12:06 AM IST

ବ୍ରହ୍ମପୁର: ଗଞ୍ଜାମରେ କୋରୋନା ମୁକାବିଲାର ବାସ୍ତବ ସ୍ଥିତି ଜାଣିବା ପାଇଁ ସରପଞ୍ଚମାନଙ୍କ ସହିତ ସିଧା ଆଲୋଚନା କରିଛନ୍ତି ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ । ଭିଡିଓ କନଫରେନ୍ସିଂ ମାଧ୍ୟମରେ 22 ଗୋଟି ବ୍ଲକର ସରପଞ୍ଚମାନଙ୍କୁ କୋରୋନା ମୁକାବିଲା ପାଇଁ ପ୍ରତ୍ୟକ୍ଷ ଭାବେ ସାମିଲ ହେବାକୁ ଜିଲ୍ଲାପାଳ କହିଛନ୍ତି । ଗ୍ରାମ ପଞ୍ଚାୟତରେ ପରିଷ୍କାର ପରିଚ୍ଛନ୍ନତା ସହ ଜିଲ୍ଲାର ଯେଉଁ ଲୋକମାନେ ବାହାର ରାଜ୍ୟରେ ଅଟକିଛନ୍ତି ସେମାନଙ୍କୁ ଲକଡାଉନ ପରେ ଆସିବାକୁ କୁହାଯିବ ।

ବାହାରୁ କୌଣସି ଲୋକ ଗାଁକୁ ଆସିଲେ ସରପଞ୍ଚମାନେ ତୁରନ୍ତ ପ୍ରଶାସନକୁ ଜଣାଇବେ । ଲକଡାଉନ ସମୟରେ ଚାଷ କାର୍ଯ୍ୟ, ଦୁଗ୍ଧ ଉତ୍ପାଦନ, ମତ୍ସ୍ୟଚାଷ ଓ କୁକୁଡା ପାଳନ ପୂର୍ବ ପରି ଚାଲିବ । ପଞ୍ଚାୟତରେ ଥିବା ସାମୟିକ ସ୍ବାସ୍ଥ୍ୟକେନ୍ଦ୍ରଗୁଡିକୁ ସମ୍ପୂର୍ଣ୍ଣ ସଜାଗ କରି ରଖାଯିବ । ଘର ଘର ବୁଲି ଯେଉଁ ସ୍ବାସ୍ଥ୍ୟ ଯାଞ୍ଚ କାର୍ଯ୍ୟ ଚାଲିଛି ସେଥିରେ ସହଯୋଗ ପାଇଁ ସରପଞ୍ଚମାନେ ଲୋକଙ୍କୁ ବୁଝାଇବେ ।

ଯାଞ୍ଚ ସମୟରେ ଯେଉଁମାନଙ୍କର ସାମାନ୍ୟତମ ଲକ୍ଷଣ ଦୃଷ୍ଟିଗୋଚର ହେବ ତାଙ୍କୁ ଡାକ୍ତରୀ ଦଳ ତୁରନ୍ତ ଭଲ ଭାବରେ ତାଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରିବେ । ମୁହଁକୁ ଆବୃତ୍ତ କରି ରଖିବା ପାଇଁ ଜନସଚେତନତା ସୃଷ୍ଟି କରାଯିବ । ଯେଉଁମାନେ ପୋଖରୀରେ ଗାଧୋଉଛନ୍ତି ସେମାନଙ୍କୁ ନିବୃତ୍ତ କରିବା ପାଇଁ ସରପଞ୍ଚମାନେ ବିହିତ ଚେଷ୍ଟା କରିବେ । ବିନା କାରଣରେ ବାହାରେ ବୁଲିବାକୁ ବାରଣ କରାଯିବ । ପ୍ରତ୍ୟେକ ପଞ୍ଚାୟତରେ ଅସହାୟମାନଙ୍କୁ ରନ୍ଧା ଖାଦ୍ୟ ଦିଆଯିବ ।

ଖାଦ୍ୟର ସ୍ବଚ୍ଛତା ଗୁଣବତ୍ତା ଉପରେ ଅଧିକ ଧ୍ୟାନ ଦିଆଯିବ । ଭତ୍ତା ଓ ଖାଦ୍ୟ ସୁରକ୍ଷା ଚାଉଳ ବଣ୍ଟନ ସୂଚାରୁ ରୂପେ କରାଯିବ । କୌଣସି ଅସୁବିଧା ହେଲେ ସରପଞ୍ଚମାନେ ସିଧା ଜିଲ୍ଲାପାଳଙ୍କ ସହିତ ଯୋଗାଯୋଗ କରିବାକୁ କୁହାଯାଇଛି । ଟ୍ରାଫିକ ନିୟମ ନ ମାନି ମୋଟରସାଇକେଲ ଚଲାଇଲେ ବିନା ହେଲମେଟ ପାଇଁ 500ଟଙ୍କା, ଡ୍ରାଇଭିଂ ଲାଇସେନ୍ସ ନଥିଲେ 500 ଟଙ୍କା ଓ ପଲ୍ୟୁସନ ସାର୍ଟିଫିକେଟ ନଥିଲେ 500 ଟଙ୍କା ଆଦାୟ କରାଯିବ ।

ଦୋକାନୀମାନେ ମଧ୍ୟ ମାସ୍କ ପିନ୍ଧି ନଥିବା ଗରାଖଙ୍କୁ ସଉଦା ଦେବେ ନାହିଁ । କଳାବଜାରୀ ଓ ଅଧିକ ଦାମରେ ଜିନିଷ ବିକ୍ରି କରୁଥିଲେ କାର୍ଯ୍ୟାନୁଷ୍ଠାନ ହେବ । ବାହାର ଫେରନ୍ତା ଯେ କୌଣସି ବ୍ୟକ୍ତିଙ୍କୁ କ୍ବାରେଣ୍ଟାଇନରେ ରଖାଯିବ । ଚୋରା ମଦ ଉପରେ ତୀକ୍ଷ୍ଣ ନଜର ରଖାଯିବ ଓ ବିକୁଥିବା ବ୍ୟକ୍ତିଙ୍କୁ ମଧ୍ୟ 14 ଦିନିଆ କ୍ବାରେଣ୍ଟାଇନରେ ରଖାଯିବ । ଲକଡାଉନକୁ ସମସ୍ତେ ଯେପରି ଆଗ୍ରହର ସହିତ ମାନିବେ ସେଥିପାଇଁ ସରପଞ୍ଚମାନେ ଲୋକଙ୍କୁ ବୁଝାଇବେ ।

ଆଲୋଚନାରେ ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ଇଂ ସିଦ୍ଧାର୍ଥ ଶଙ୍କର ସ୍ବାଇଁ, ଅତିରିକ୍ତ ଜିଲ୍ଲାପାଳ କବିନ୍ଦ୍ର କୁମାର ସାହୁ, ସୁଦାମ ଚରଣ ମଣ୍ଡଳ, ଅମୀୟ କୁମାର ସାହୁ, ବ୍ରହ୍ମପୁର ଉପଜିଲ୍ଲାପାଳ ସିନ୍ଦେ ଦତ୍ତାତ୍ରେୟ ଭାଉ ସାହେବ, ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି ଓ ଅନ୍ୟାନ୍ୟ ଅଧିକାରୀମାନେ ଅଂଶ ଗ୍ରହଣ କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.