ETV Bharat / city

ଗୋପାଳପୁରରେ ଅସହାୟଙ୍କୁ ରନ୍ଧା ଖାଦ୍ୟ, ଓ ମାସ୍କ ବଣ୍ଟନ - କୋରୋନା ଦ୍ବିତୀୟ ଲହର

ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ଗୋପାଳପୁର ଓ ଏହାର ଆଖପାଖ ଅଞ୍ଚଳରେ ରହିଥିବା ଗରିବ ଶ୍ରେଣୀର ଲୋକଙ୍କୁ ଖାଦ୍ୟ ପୁଡିଆ ଏବଂ ମାସ୍କ ବାଣ୍ଟିଲେ ଯୁବ ସମାଜସେବୀ ଏମ୍‌ ଶିବ ପାତ୍ର ଓ ତାଙ୍କ ସହଯୋଗୀ । ଅଧିକ ପଢନ୍ତୁ...

ଗୋପାଳପୁରରେ ଅସହାୟଙ୍କୁ ରନ୍ଧା ଖାଦ୍ୟ, ଓ ମାସ୍କ ବଣ୍ଟନ

author img

By

Published : May 30, 2021, 7:48 AM IST

ବ୍ରହ୍ମପୁର:କୋରୋନା ଦ୍ବିତୀୟ ଲହରକୁ ରୋକିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରାଯାଉଛି । ଏହା ସତ୍ତ୍ବେ ମଧ୍ୟ କୋରୋନା ଭୂତାଣୁ ଦ୍ବାରା ବହୁ ଜନସାଧାରଣ ସଂକ୍ରମିତ ହେବା ସହ ବହୁ ଲୋକ ମୃତ୍ୟୁ ମୁଖରେ ପଡୁଛନ୍ତି । ଭୂତାଣୁ ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ଇତିମଧ୍ୟରେ ଲକ୍‌ଡ଼ାଉନ୍ ଓ ସଟଡ଼ାଉନ୍ ସରକାର ଲାଗୁ କରିଛନ୍ତି । ଯାହାକୁ ନେଇ ଶ୍ରମିକ, ଗରୀବ ଶ୍ରେଣୀ, ଖଟିଖିଆ ଦିନ ମଜୁରିଆ ଓ କ୍ଷୁଦ୍ର ବ୍ୟବସାୟୀମାନେ ନିଜର ଜୀବିକା ହରାଇ ବସିଛନ୍ତି । ଫଳରେ ଦିନକୁ ଦୁଇ ବେଳା ଖାଦ୍ୟ ସଂଗ୍ରହ କରିବା ସେମାନଙ୍କ ପାଇଁ କଷ୍ଟକର ହୋଇପଡିଛି । ଏହାକୁ ଦୃଷ୍ଟିରେ ରଖି ଗୋପାଳପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଓ ଏହାର ଆଖପାଖ ଅଞ୍ଚଳରେ ରହିଥିବା ଅସହାୟ ଓ ଗରିବଙ୍କୁ ମୁଠାଏ ଖାଦ୍ୟ ଦେବା ପାଇଁ ପ୍ରୟାସ ଆରମ୍ଭ କରିଛନ୍ତି ଯୁବ ସମାଜସେବୀ ଏମ୍‌ ଶିବ ପାତ୍ର ।

ରନ୍ଧା ଖାଦ୍ୟ ପ୍ରସ୍ତୁତ କରାଯାଇ ଗୋପାଳପୁର ଓ ଏହାର ଆଖପାଖ ଅଞ୍ଚଳରେ ରହିଥିବା ଗରିବ ଶ୍ରେଣୀର ଲୋକଙ୍କୁ ଖାଦ୍ୟ ପୁଡିଆ ଏବଂ ମାସ୍କ ଯୋଗାଇ ଦିଆଯାଉଛି । ଏଥିରେ ଗୋପାଳପୁର ଅଞ୍ଚଳର ଯୁବ ଗୋଷ୍ଠୀମାନେ ମଧ୍ୟ ସହଯୋଗ କରୁଛନ୍ତି ।

ସରକାରଙ୍କ କୋଭିଡ଼ ପଞ୍ଚସୂତ୍ରୀ ନିୟମ ମାନି ଖାଦ୍ୟ ପ୍ରସ୍ତୁତ ସମେତ ସ୍ବଚ୍ଛତାର ସହ ପୁଡିଆ ପ୍ରସ୍ତୁତ କରି ବିଭିନ୍ନ ସାହିରେ ବଣ୍ଟାଯାଉଛି । ଏବଂ ଏହା ଆଗାମୀ ଦୁଇ ତିନି ଦିନ ପର୍ଯ୍ୟନ୍ତ ଏପରି ରନ୍ଧା ଖାଦ୍ୟ ଓ ମାସ୍କ ବଣ୍ଟନ କରାଯିବ ବୋଲି ସୂଚନା ଦିଆଯାଇଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.