ବ୍ରହ୍ମପୁର: ମତ୍ସ୍ୟଜୀବୀଙ୍କ ଦାବୀ ଯଥାର୍ଥ ରାଜ୍ୟ ସରକାର ଏହାକୁ ଗ୍ରହଣ କରନ୍ତୁ । ଗଞ୍ଜାମ ଜିଲ୍ଲାର ଗୋପାଳପୁର ଠାରେ ମତ୍ସଜୀବୀ ସମସ୍ୟାକୁ ନେଇ ଆଲୋଚନା କରିବା ପରେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ନରସିଂହ ମିଶ୍ର । ଗୋପାଳପୁରର ମତ୍ସଜୀବୀଙ୍କ ସମସ୍ୟା ପ୍ରତି ବିଧାନସଭା ବାହାରେ ଏବଂ ଭିତ୍ତରେ ସରକାରଙ୍କ ସହ ଆଲୋଚନା କରାଯିବ । ଆଉ ଶେଷରେ ସରକାର ନବୁଝିଲେ ଆନ୍ଦୋଳନ କରାଯିବ ବୋଲି କହିଛନ୍ତି ।
ଗଞ୍ଜାମ ଜିଲ୍ଲା କଂଗ୍ରେସର ସଭାପତି ତଥା ସାନଖେମୁଣ୍ଡି ବିଧାୟକ ରମେଶଚନ୍ଦ୍ର ଜେନାଙ୍କ ନେତୃତ୍ବରେ ଆସିଥିବା କଂଗ୍ରେସ ଦଳର ଏହି ଟିମ ଗସ୍ତ କରିଥିଲା । ଗଞ୍ଜାମର ଗୋପାଳପୁର ବେଳାଭୂମି ଉପରେ ଦୈନନ୍ଦିନ ନିର୍ଭର କରୁଥିବା ମତ୍ସ୍ୟଜୀବୀଙ୍କ ବେଳାଭୂମିରେ ପାରମ୍ପାରିକ ମାଛଡଙ୍ଗା ସାହାଯ୍ୟରେ ସମୁଦ୍ରକୁ ମାଛ ମାରିବାକୁ ଯାଇ ପରିବାର ପ୍ରତିପୋଷଣ କରିଥାନ୍ତି । କିନ୍ତୁ ବର୍ତ୍ତମାନ ସେହି ଡଙ୍ଗା ରଖାଯାଇଥିବା ସ୍ଥାନରେ ବ୍ଲୁ ଫ୍ଲାଗ ବିଚ୍ ନିର୍ମାଣ ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ଯାହା ଦ୍ଵାରା ଆଗାମୀ ଭବିଷ୍ୟତରେ ବହୁତ କ୍ଷତିରେ ପଡିବେ ଏହି ନିରୀହ ମତ୍ସ୍ୟଜୀବୀ । ଆଉ ଏହି ସମସ୍ୟାର ସ୍ଥାୟୀ ସମାଧାନ ହେତୁ ଗୋପାଳପୁରରେ ମତ୍ସ୍ୟଜୀବୀ ମାନଙ୍କ ସହିତ ଆଲୋଚନା କରିବା ପାଇଁ କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ରଙ୍କ ସହିତ ଗୋପାଳପୁରଠାରେ ମତ୍ସ୍ୟଜୀବୀଙ୍କ ସହ ଆଲୋଚନା କରିଥିଲେ । ଆଲୋଚନା ସମୟରେ ମତ୍ସଜୀବୀ ମହିଳା ଓ ପୁରୁଷ ମାନେ ହଜାର ହଜର ବର୍ଷରୁ ଆମେ ଏମିତି ସମୁଦ୍ର କୂଳରେ ରହିଥିବା ବେଳ ସମୁଦ୍ର ଗର୍ଭରେ ମାଛ ମାରି ସଂସାର ପରିପୋଷଣ କରି ଆସୁଥିବା ବେଳେ ସରକାରଙ୍କ ହଜାର ହଜାର ମତ୍ସ୍ୟଜୀବୀଙ୍କ ଜୀବନ ଜୀବିକାକୁ ପଛରେ ପକାଇଦେଇଥିବା ନେଇ କ୍ଷୋଭ ପ୍ରକାଶ ପାଇଛି।
ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜୟପୁର ବିଧାୟକ ତାରା ପ୍ରସାଦ ବାହିନୀପତି ଓ ଓଡିଶା କୃଷକ ସେଲ ପ୍ରଭାରୀ ରଶ୍ମି ରଞ୍ଜନ ପଟ୍ଟନାୟକ, ଧର୍ମରୀଜୁ ରେଡି ପ୍ରମୁଖଙ୍କ ସମେତ ଦଳର ବରିଷ୍ଠ ରହି ମତ୍ସ୍ୟଜୀବୀମାନଙ୍କ ସହ ଆଲୋଚନା କରିଥିଲେ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ