ବ୍ରହ୍ମପୁର: ବିଜେଡି ବିରୋଧରେ ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଛିକଂଗ୍ରେସ ।ବ୍ରହ୍ମପୁର ଉପଜିଲ୍ଲାପାଳଙ୍କ ନିକଟରେ ଏ ନେଇ ଦଳ ଫେରାଦ ହୋଇଛି । ଏହାଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି ଦଳୀୟ ନେତା ।
ସୋମବାର କଂଗ୍ରେସର ଏକ ଚାରିଜଣିଆ ଟିମ ଉପଜିଲ୍ଲାପାଳଙ୍କ ନିକଟକୁ ଯାଇ ବିଜେଡି ବିରୋଧରେଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଛି । ଦଳର ଅଭିଯୋଗ, ବ୍ରହ୍ମପୁର ବିଧାନସଭା ନିର୍ବାଚନ ମଣ୍ଡଳୀର ବହୁ ସରକାରୀ ଅଫିସ, ବିଜୁଳି ଖୁଣ୍ଟଗୁଡିକରେ ବିଜେଡି ପ୍ରଚାର ପତ୍ର ଲାଗିଛି । ଯାହାକି ନିର୍ବାଚନ ଆଦର୍ଶଆଚରଣ ବିଧିର ଖୋଲାଖୋଲି ଉଲ୍ଲଙ୍ଘନ । ତେଣୁ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଜିଲ୍ଲା କଂଗ୍ରେସ ସଭାପତି ତ୍ରିନାଥ ବେହେରା ଦାବି କରିଛନ୍ତି ।
ବ୍ରହ୍ମପୁରରୁ ସମୀର କୁମାର ଆଚାର୍ଯ୍ୟ, ଇଟିଭି ଭାରତ