ETV Bharat / city

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଛାତ୍ରୀ ନିର୍ଯ୍ୟାତନା, ଓଡ଼ିଆ ପରେ ଏବେ ଇତିହାସ ଅଧ୍ୟାପକଙ୍କ ନାଁରେ ଅଭିଯୋଗ

author img

By

Published : Jul 20, 2022, 3:21 PM IST

ଥମୁନି ବ୍ରହ୍ମପୁର ବିଶ୍ବବିଦ୍ୟାଳୟର ଛାତ୍ରୀ ନିର୍ଯ୍ୟାତନା ମାମଲା । ଖୋଲୁଛି ଗୋଟିଏ ପରେ ଗୋଟିଏ ନିର୍ଯ୍ୟାତନା ଫର୍ଦ୍ଦ । ଛାତ୍ରୀ ନିର୍ଯ୍ୟାତନା ନେଇ ସାହିତ୍ୟ ଅଧ୍ୟାପକଙ୍କ ପରେ ଏବେ ଇତିହାସ ଅଧ୍ୟାପକଙ୍କୁ ନେଇ ଚର୍ଚ୍ଚା । ଅଧିକ ପଢନ୍ତୁ

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ଇତିହାସ ଅଧ୍ୟାପକଙ୍କ ନାଁରେ ଛାତ୍ରୀ ନିର୍ଯ୍ୟାତନା ଅଭିଯୋଗ

ବ୍ରହ୍ମପୁର: : ଥମୁନି ବ୍ରହ୍ମପୁର ବିଶ୍ବବିଦ୍ୟାଶୟର ଛାତ୍ରୀ ନିର୍ଯ୍ୟାତନା ମାମଲା । ଗୋଟିଏ ପରେ ଗୋଟିଏ ବିଭାଗରେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଘଟଣାର ଅଭିଯୋଗ ଫର୍ଦ୍ଦ ଖୋଲିବାରେ ଲାଗିଛି । ପ୍ରଥମେ ବିଶ୍ୱବିଦ୍ୟାଳୟର ଓଡିଆ ବିଭାଗର ଜଣେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଦିଆଯିବା ନେଇ ସଂପୃକ୍ତ ଛାତ୍ରୀ ଜଣଙ୍କ ମୁହିଁ ଖୋଲିଥିଲେ । ଏପରିକି ଛାତ୍ରୀ ଜଣକ ଅଭିଯୋଗ କରିବା ପରେ ମଧ୍ୟ ଏଯାଏଁ କାର୍ଯ୍ୟାନୁଷ୍ଠାନ ହୋଇନାହିଁ । ଏବେ ଇତିହାସ ବିଭାଗରେ ଛାତ୍ରୀଙ୍କୁ ନିର୍ଯ୍ୟାତନା ଘଟଣା ସାମ୍ନାକୁ ଆସିଛି । ଇତିହାସ ସ୍ନାତକତ୍ତୋର ବିଭାଗ ପକ୍ଷରୁ ଛାତ୍ରୀ ମାନଙ୍କୁ କିପରି ସନ୍ଧ୍ୟା ସମୟରେ ଡକାଇ ନିର୍ଯ୍ୟାତନା ଦିଆଯାଉଛି ସେନେଇ ଛାତ୍ରୀ ଜଣକ କୁଳପତିଙ୍କୁ ଲିଖିତ ଭାବେ ଜଣାଇଛି । ସଂପୃକ୍ତ ଅଧ୍ୟାପକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ କୁଳପତି ପିଜି କାଉନସିଲ ଅଧ୍ୟକ୍ଷଙ୍କୁ ଏନେଇ ଚିଠି ଲେଖିଛନ୍ତି ।

ଛାତ୍ରୀଙ୍କ ଅଭିଯୋଗ ପତ୍ର ଜୁଲାଇ ୪ ତାରିଖରେ ବିଶ୍ୱବିଦ୍ୟାଳୟରେ ପହଞ୍ଚିଛି । ଅଭିଯୋଗରେ ଛାତ୍ରୀ ଜଣକ ଲେଖିଛନ୍ତି ''ଜଣେ ଗୁରୁ ଭଗବାନଙ୍କ ସହ ସମାନ ବୋଲି କୁହାଯାଉଛି ହେଲେ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ପ୍ରଫେସର ଜଣଙ୍କ ଅତ୍ୟନ୍ତ ଚାଲକରେ ଭୁଲ ପରେ ଭୁଲ କରି ଚାଲିଛନ୍ତି । ସଂନ୍ଧ୍ୟା ୭ ଟା ୮ ଯାଏଁ ଛାତ୍ରୀ ମାନେ କଣ ପାଇଁ ବିଭାଗର ଲାଇବ୍ରେରୀରେ ରୁହନ୍ତି ? ନରହିଲେ କୁହାଯାଏ ମାର୍କ କମିଯିବ । ପେପର ବ୍ୟାକ୍ ଲଗାଇବାର ଧମକ ବହୁତ ଥର ଦିଆଯାଇଥାଏ । ପିଲାମାନଙ୍କର ବ୍ୟକ୍ତିଗତ ଜୀବନରେ ଗୁରୁ ହସ୍ତକ୍ଷେପ କରିବା ଜରୁରୀ କି? ଏପରିକି ଇଁରାଜୀରେ Ancient History ପଢିପାରୁନଥିବା ଛାତ୍ରୀ କିପରି ପ୍ରଥମ ସେମିଷ୍ଟାରରେ ପ୍ରଥମ ସ୍ଥାନ ଅଧିକାର କଲେ" ବୋଲି ଏହି ଅଭିଯୋଗପତ୍ରରେ ଉଲ୍ଲେଖ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ବିଶ୍ବବିଦ୍ୟାଳୟ ଛାତ୍ରୀଙ୍କୁ ନିର୍ଯ୍ୟାତନା ଘଟଣା:ପ୍ରତିକ୍ରିୟା ରଖିଲେ ପିଜି କାଉନସିଲ ଅଧ୍ୟକ୍ଷ

ଏହାସହ "ବିଭାଗୀୟ ଲାଇବ୍ରେରୀରେ କେବଳ ଛାତ୍ରୀ ମାନଙ୍କୁ ରହିବା ପାଇଁ ସଂପୃକ୍ତ ଅଧ୍ୟାପକ କୁହନ୍ତି ଏବଂ ଛାତ୍ରୀ ମାନଙ୍କ ସହ ବହୁ ଖରାପ ବ୍ୟବହାର କରିଥିଲେ ମଧ୍ୟ ସେମାନେ କେବଳ କ୍ୟାରିୟର ପାଇଁ ଚୁପ୍ ରୁହନ୍ତି" ବୋଲି ଉକ୍ତ ଅଭିଯୋଗ ପତ୍ରରେ ଦର୍ଶାଯାଇଛି । ଏଣୁ ଏହାର ତଦନ୍ତ କରି ଏଭଳି ଅନ୍ୟାୟ , ଅବିଚାର ଓ ଶୋଷଣ ନୀତିକୁ ବନ୍ଦ କରି ତାଙ୍କୁ ଏମିତି ଶିକ୍ଷା ମିଳୁ, ଯେମିତି ଆଉ କେଉଁ ଗୁରୁ ମାର୍କକୁ ନେଇ ଏମିତି କରିବାକୁ ସାହାସ ନକରନ୍ତି । ଏଭଳି ଇତିହାସ ବିଭାଗର ଛାତ୍ରୀ ଓ ଛାତ୍ର ଲେଖାଯାଇଥିବା ପତ୍ର ଭାଇରାଲ ପରେ ଘଟଣାର ତଦନ୍ତ କେଉଁ ଆଡକୁ ଯାଉଛି ତାହାକୁ ନେଇ ଉଠିଛି ପ୍ରଶ୍ନବାଚୀ । କେବେ ହେବ ଏହାର କାର୍ଯ୍ୟାନୁଷ୍ଠାନ ତାହାକୁ ସମସ୍ତଙ୍କ ଅପେକ୍ଷା ।

ଇଟିିଭି ଭାରତ, ବ୍ରହ୍ମପୁର

TAGGED:

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.