ETV Bharat / city

ଜାତୀୟ କ୍ରୀଡା ଦିବସ ଅବସରରେ ସମ୍ମାନିତ ହେଲେ କ୍ରୀଡାବିତ୍‌ - ଜାତୀୟ କ୍ରୀଡା ଦିବସ

ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର କ୍ରୀଡାବିତ ମାନଙ୍କୁ ସମ୍ମାନିତ କରାଯାଇଛି । ଭିଡିଓ କନଫରେସିଂ ଜରିଆରେ ମୁଖ୍ୟମନ୍ତ୍ରୀ ଜଣାଇଲେ ଶୁଭେଚ୍ଛା । କ୍ରୀଡାବିତଙ୍କୁ ସରକାରଙ୍କ ପକ୍ଷରୁ ପ୍ରଦାନ କରାଗଲା ଆର୍ଥିକ ସହାୟତା । ଅଧିକ ପଢନ୍ତୁ...

cm greetings to all athletics for national sports day
ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର କ୍ରୀଡାବିତ ମାନଙ୍କୁ ସମ୍ମାନୀତ
author img

By

Published : Aug 30, 2020, 7:40 AM IST

ବ୍ରହ୍ମପୁର : ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟ ସରକାରଙ୍କ ପକ୍ଷରୁ ଲୋକସେବା ଭବନ ଠାରେ ବିଜୁ ପଚ୍ଚନାୟକ କ୍ରୀଡା ଓ ସାହାସିକତା ପୁରସ୍କାର ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ଜରିଆରେ ରାଜ୍ୟର କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିଥିଲେ । ଏହି ଅବସରରେ ଗଞ୍ଜାମ ଜିଲ୍ଲାର କ୍ରୀଡାବିତ ମାନଙ୍କୁ ଉତ୍ସାହିତ କରିବା ପାଇଁ ଜିଲ୍ଲାପାଳ ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରି କରିଥିଲେ । ଭୁବନେଶ୍ବର ଠାରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ ୟୁଥ୍ ଗେମ୍ସ-୨୦୨୦ ପୁରସ୍କୃତ ହୋଇଥିବା ଭାରୋତ୍ତୋଳନରେ ଜିଲ୍ଲାର କୁଲଦୀପ୍ ସାହୁ ସ୍ବର୍ଣ୍ଣ ପଦକ ହାସଲ କରିଥିବା ବେଳେ, ମୁନା ନାୟକ ରୌପ୍ୟ ଓ ବନୀତା ଘଡେଇ ବ୍ରୋଞ୍ଜ ପଦକ ପାଇଥଲେ ।

ଜାତୀୟ କ୍ରୀଡା ଦିବସ ଅବସରରେ ରାଜ୍ୟର କ୍ରୀଡାବିତ ମାନଙ୍କୁ ସମ୍ମାନୀତ

ସେହିପରି ଗୌହାଟି ଠାରେ ଅନୁଷ୍ଠିତ ଖେଲୋଇଣ୍ଡିଆ ୟୁଥ୍ ଗେମ୍ସ- ୨୦୨୦ ଭାରୋତ୍ତୋଳନରେ ମନୋଜ ସାହୁ ରୌପ୍ୟ ପଦକ ପାଇଥିଲେ । ଏହି କ୍ରୀଡାବିତଙ୍କୁ ସରକାରଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ସ୍ବର୍ଣ୍ଣ ପଦକ ନିମନ୍ତେ ୪୦ ହଜାର ଟଙ୍କା, ରୌପ୍ୟ ପାଇଁ ୨୭ ହଜାର ଓ ବ୍ରୋଞ୍ଜ ପଦକ ହାସଲ କରିଥିବା କ୍ରୀଡାବିତମାନଙ୍କୁ ୧୭ ହଜାର ଟଙ୍କାର ଅର୍ଥରାଶି ସେମାନଙ୍କ ଜମାଖାତାକୁ ପଠାଯାଇଥିଲା । ଏହି ଭିଡିଓ କନଫେରନ୍ସ କାର୍ଯ୍ୟକ୍ରମ ସମୟରେ ଗଞ୍ଜାମରେ ଜିଲ୍ଲାପାଳଙ୍କ ସମେତ ଅତିରିକ୍ତ ଜିଲ୍ଲାପାଳ, ଓଡିଶା ଭାରୋତ୍ତୋଳକ ସଂଘର ସମ୍ପାଦକ , ଯୁଗ୍ମ ସମ୍ପାଦକଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଜିଲ୍ଲା କ୍ରୀଡା ଅଧିକାରୀ ଏହି କାର୍ଯ୍ୟକ୍ରମର ପରିଚାଳନା କରିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.