ETV Bharat / city

ପ୍ରଶାସନ ଓ ଚାଇଲ୍ଡଲାଇନର ମିଳିତ ଉଦ୍ୟମ, ଅଟକିଲା ବାଲ୍ୟ ବିବାହ

author img

By

Published : May 15, 2021, 7:18 AM IST

ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ପାଟପୁର ଥାନା ଅଞ୍ଚଳରେ ୧୬ ବର୍ଷୀୟ ନାବାଳିକାର ଆସନ୍ତା ମେ ୨୧ରେ ବିବାହ ହେବାକୁ ଥିବା ବେଳେ ଏହି ବାଲ୍ୟ ବିବାହକୁ ବନ୍ଦ କଲା ଜିଲ୍ଲା ପ୍ରଶାସନ ଓ ଚାଇଲ୍ଡଲାଇନ ।

ପ୍ରଶାସନ ଓ ଚାଇଲ୍ଡଲାଇନର ମିଳିତ ଉଦ୍ୟମରେ ବନ୍ଦ କରାଗଲା ବାଲ୍ୟ ବିବାହ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଚାଇଲ୍ଡଲାଇନ ମିଳିତ ଉଦ୍ୟମରେ ବନ୍ଦ କରାଗଲା ବାଲ୍ୟ ବିବାହ । ସାନଖେମୁଣ୍ଡି ବ୍ଲକର ପାଟପୁର ଥାନା ଅଞ୍ଚଳରେ ୧୬ ବର୍ଷୀୟ ନାବାଳିକା ସହ ପଦ୍ମତୋଳା ଗ୍ରାମର ଏକ ଯୁବକ ସହ ବିବାହ ଆସନ୍ତା ମେ ୨୧ରେ ହେବାକୁ ଥିଲା । ଏନେଇ ବ୍ରହ୍ମପୁର ଚାଇଲ୍ଡଲାଇନ କେନ୍ଦ୍ରକୁ ସୂଚିତ ହୋଇଥିଲା । ଏହାକୁ ଆଧାର କରି କେନ୍ଦ୍ରର ନିର୍ଦେଶକ ସୁଧୀର ସାବତ କେନ୍ଦ୍ରକୁ ପରବର୍ତ୍ତୀ ପଦକ୍ଷେପ ନିମନ୍ତେ ନିର୍ଦେଶ ଦେଇଥିଲେ ।

ସୂଚନା ମିଳିବା ପରେ ସାନଖେମୁଣ୍ଡି ବାଲ୍ୟବିବାହ ନିଷେଧ ଅଧିକାରିଣୀ ଅର୍ଚ୍ଚନା କହଁର, ସ୍ଥାନୀୟ ପରିଦର୍ଶିକ ଜ୍ୟୋତ୍ସାରାଣୀ ପାତ୍ର, ଚାଇଲ୍ଡଲାଇନ ବ୍ରହ୍ମପୁର କେନ୍ଦ୍ରର ସାଇ ପ୍ରସାଦ ସାମଲ ଓ କୁମାରୀ ପ୍ରିୟଙ୍କା ବେହେରା, ସ୍ଥାନୀୟ ଅଙ୍ଗନୱାଡି, ଆଶା କର୍ମୀ ଓ ସରପଞ୍ଚ ଦୁଇ ପରିବାରକୁ ନେଇ ଗ୍ରାମରେ ଏକ ବୈଠକ କରିଥିଲେ ।

ତେବେ ପ୍ରଥମେ ପରିବାର ବାଲ୍ୟ ବିବାହ ରୋକିବା ପାଇଁ ଅନିଚ୍ଛା ପ୍ରକାଶ କରିଥିଲେ, କିନ୍ତୁ ଦଳ ଯେତେବେଳେ ପରିବାରଙ୍କୁ ବାଲ୍ୟ ବିବାହ ନିଷେଧ ଅଧିନିୟମ ଓ ଏହାର ପରିଣାମ ବିଷୟରେ ଅବଗତ କରାଇଥିଲେ, ଦୁଇ ପରିବାର ବାଲ୍ୟ ବିବାହକୁ ସ୍ଥଗିତ କରିବା ପାଇଁ ନିଷ୍ପତ୍ତି ନେଇଥିଲେ । ସମସ୍ତଙ୍କ ଉପସ୍ଥିତିରେ ଏକ ସ୍ଵୀକାରୋକ୍ତି କନ୍ୟା ପରିବାର ପ୍ରଦାନ କରିଥିଲେ । ଯାହାକି ଜିଲ୍ଲାରେ ପୁଣି ଏକ ବାଲ୍ୟ ବିବାହ ରୋକିବାରେ ସଫଳତା ମିଳିଥିଲା ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.