ବ୍ରହ୍ମପୁର: ରାଜ୍ୟରେ କୋଭିଡ ମୁକାବିଲା ପାଇଁ ସରାକାର ଉଦ୍ୟମ ଜାରି ରଖିଛନ୍ତି । ଏହି ସମୟରେ ସହାୟତାର ହାତ ବଢାଇଛନ୍ତି ଗଞ୍ଜାମ ଜିଲ୍ଲାର ଚିକିଟି ମହାବିଦ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ । କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି ।
ଚିକିଟି ମହାବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ଏକାଠି କରିଥିବା ୮୦ ହଜାର ଟଙ୍କାକୁ କଲେଜ ଅଧ୍ୟକ୍ଷ ଡିମାଣ୍ଡ ଟ୍ରାଫ୍ଟ ଆକାରରେ ଉପଜିଲ୍ଲାପାଳଙ୍କୁ ରାଶି ପ୍ରଦାନ କରିଥିଲେ । ସେହିପରି ଚିକିଟି ତହସିଲ ପକ୍ଷରୁ ୩୫,୫00 ଟଙ୍କା ପ୍ରଦାନ କରାଯାଇଛି । ପୂର୍ବରୁ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ନିକଟକୁ କୋଭିଡ ପରିଚାଳନା ପାଇଁ ସହାୟତା ରାଶି ପ୍ରଦାନ କରିଥିବାର ନଜର ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ