ETV Bharat / city

ପିତାମ୍ବରଙ୍କ ବିରୋଧରେ ପୁଣି ଅଭିଯୋଗ - case file

ସ୍ଥାନୀୟ ଧରାକୋଟ ଥାନା ଅନ୍ତର୍ଗତ ବାଦଗଡ଼ ଗ୍ରାମର କୃଷ୍ଣଚନ୍ଦ୍ର ସେଠୀ ବିଜେପି ବିଧାୟକ ପ୍ରାର୍ଥୀ ପିତାମ୍ବରଙ୍କ ନାମରେ ଧମକ ଦେବା ଓ ଅଶାଳୀନ ଭାବରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ କରିଛନ୍ତି । ଏନେଇ କୃଷ୍ଣଚନ୍ଦ୍ର ଥାନାର ଦ୍ବାରସ୍ଥ ମଧ୍ୟ ହୋଇଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର
author img

By

Published : Apr 16, 2019, 2:22 PM IST

ବ୍ରହ୍ମପୁର: ବିଜେପି ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟଙ୍କ ପାଇଁ ବଢୁଛି ଅଡ଼ୁଆ । ପିଛା ଛାଡ଼ୁନି ବିବାଦ । ପୂର୍ବରୁ ପୋଲିସକୁ ଧମକ ଦେଇ ବିବାଦରେ ଛନ୍ଦି ହୋଇ ପଡ଼ିଥିବା ବେଳେ ଏବେ ପୁଣି ଆଉ ଏକ ଧମକ ଅଭିଯୋଗ ଆସିଛି ତାଙ୍କ ନାମରେ । ସ୍ଥାନୀୟ ଧରାକୋଟ ଥାନା ଅନ୍ତର୍ଗତ ବାଦଗଡ଼ ଗ୍ରାମର କୃଷ୍ଣଚନ୍ଦ୍ର ସେଠୀ ପିତାମ୍ବରଙ୍କ ନାମରେ ଧମକ ଦେବା ଅଶାଳୀନ ଭାବରେ ଗାଳିଗୁଲଜ କରିଥିବା ନେଇ ଅଭିଯୋଗ କରିଛନ୍ତି ।

case file against bjp
ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ମିଳିଥିବା ସୂଚନା ମୁତାବକ ଗତକାଲି ଧରାକୋଟ ଥାନା ଅଞ୍ଚଳରେ ବିଜେଡ଼ିର ପ୍ରଚାର କାର୍ଯ୍ୟ ଚାଲିଥିଲା । ସେଠାରେ କିଛି ନବୀନଙ୍କ ପ୍ରଶଂସକ ବିଜେଡ଼ି ଟୋପି ପିନ୍ଧି ସେଠାରେ ଛିଡ଼ି ହୋଇଥିଲେ । ସେମାନଙ୍କ ମଧ୍ୟରେ ସ୍ଥାନୀୟ ବାଦଗଡ଼ ଗ୍ରାମର କୃଷ୍ଣଚନ୍ଦ୍ର ସେଠୀ, କୁନା ସାହୁ, ଦୁଲୁ ସାହୁ, ରୋହିତ ସାହୁ ପ୍ରମୁଖ ଛିଡ଼ା ହୋଇଥିଲେ । ବିଜେଡ଼ିର ପ୍ରଚାର ପରେ ସେହି ରାସ୍ତା ଦେଇ ବିଜେପିର ବିଧାୟକ ପ୍ରାର୍ଥୀ ପିତାମ୍ବର ଆଚାର୍ଯ୍ୟ ଯାଇଥିଲେ ।

ସେଠାରେ ଛିଡ଼ାହୋଇଥିବା କୃଷ୍ଣ ଓ ତାଙ୍କର କିଛି ବନ୍ଧୁଙ୍କୁ ପିତାମ୍ବର ପାଖକୁ ଡାକି କାହିଁକି ନବୀନ ଟୋପି ପିନ୍ଧିଛୁ ବୋଲି ପ୍ରଶ୍ନ କରିଥିଲେ । ପରେ ନବୀନଙ୍କୁ ଭଲ ପାଆନ୍ତି, ସେଥିପାଇଁ ତାଙ୍କ ଟୋପି ପିନ୍ଧିଛୁ ବୋଲି କୃଷ୍ଣ କହିଥିଲେ । ପରେ 10 ରୁ 15 ଜଣ ବିଜେପି ସମର୍ଥକ ଆସି ତାଙ୍କୁ ଧମକ ଦେଇଥିଲେ । ଏପରିକି ପିତାମ୍ବର ମଧ୍ୟ ତାଙ୍କୁ ଗାଳିଗୁଲଜ କରିଥିବା କୃଷ୍ଣ ନିଜ ଅଭିଯୋଗ ପତ୍ରରେ ଦର୍ଶାଇଛନ୍ତି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Intro:Body:

fgdgf

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.