ETV Bharat / city

ବ୍ରହ୍ମପୁର: ୧୬୨ କିଲୋ ଗଞ୍ଜେଇ ଜବତ, ୪ ଗିରଫ - ବ୍ରହ୍ମପୁର ୨ଟି ସ୍ଥାନରୁ ୧୬୨ କିଲୋ ଗଞ୍ଜେଇ ଜବତ ୪ ଗିରଫ

ଦୁଇଟି ସ୍ଥାନରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରାଯାଇଛି । ଏହିଘଟଣାରେ ୪ଜଣଙ୍କୁ ଗିରଫ କରିଛି ଅବକାରୀ ଗୁଇନ୍ଦା ବିଭାଗ । ଅଧିକ ପଢ଼ନ୍ତୁ

ବ୍ରହ୍ମପୁର: ୨ଟି ସ୍ଥାନରୁ ୧୬୨ କିଲୋ ଗଞ୍ଜେଇ ଜବତ, ୪ ଗିରଫ

author img

By

Published : Aug 2, 2022, 3:10 PM IST

ବ୍ରହ୍ମପୁର : ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ଗଞ୍ଜାମ ଜିଲ୍ଲାର ଦୁଇଟି ସ୍ଥାନରେ ଚଢଉ କରାଯାଇ ୧୬୨ କିଲୋଗ୍ରାମର ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ଚାରି ଜଣଙ୍କୁ ଗିରଫ କରାଯାଇଛି । ଗୁଇନ୍ଦା ବିଭାଗର କର୍ମଚାରୀମାନେ ସହରର ଫାଷ୍ଟଗେଟ୍ ନିକଟରେ ଏକ ବୋଲେରୋ ପିକଅପ ଭ୍ୟାନକୁ ଅଟକେଇ ଯାଂଚ କରିଥିଲେ । ଯାଂଚ ବେଳେ ୧୪୦ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଏହି ଘଟଣାରେ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ଗିରଫଦ୍ବୟ ହେଲେ ଗଜପତି ଜିଲ୍ଲାର ଆର୍. ଉଦୟଗିରି ଅଞ୍ଚଳର ବାବୁଲା ମାଝି ଓ ମୋହିତା ବୀରା ।

ବ୍ରହ୍ମପୁର: ୨ଟି ସ୍ଥାନରୁ ୧୬୨ କିଲୋ ଗଞ୍ଜେଇ ଜବତ, ୪ ଗିରଫ

ସେହିପରି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ନିକଟବର୍ତ୍ତୀ ଗୁରାପଲ୍ଲୀ ଟୋଲ ଗେଟ୍ ନିକଟରେ ଚଢାଉ କରାଯାଇ ୨୨ କିଲୋଗ୍ରାମର ଗଞ୍ଜେଇ ଜବତ କରାଯିବା ସହ ଦୁଇ ଜଣଙ୍କୁ ଗିରଫ କରାଯାଇଛି । ସେମାନେ ହେଲେ ପଶ୍ଚିମବଙ୍ଗର ପରମଜୀତ ଦାଶ ଓ ପବନ କୁମାର । ଏନେଇ ସୂଚନା ଦେଇଛନ୍ତି ଦକ୍ଷିଣାଞ୍ଚଳ ଅବକାରୀ ଗୁଇନ୍ଦା ବିଭାଗ ଡେପୁଟି କମିଶନର ଅଶୋକ କୁମାର ଶତପଥୀ ।

ଇଟିଭି ଭାରତ, ବ୍ରହ୍ମପୁର

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.