ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ପକ୍ଷରୁ ୪୩ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଛି । ଗଞ୍ଜେଇ ଚୋରା କାରବାର ଘଟଣାରେ ଦୁଇ ଜଣ ବାଙ୍ଗଲାଦେଶୀ ସମେତ ଚାରି ଜଣଙ୍କୁ ଗିରଫ କରାଯାଇଛି । ଗଜପତି ଓ କନ୍ଧମାଳ ଜିଲ୍ଲାରୁ ନିୟମିତ ଭାବରେ ବ୍ରହ୍ମପୁର ଦେଇ ବିଭିନ୍ନ ରାଜ୍ୟକୁ ଗଞ୍ଜେଇ ଚାଲାଣ ହେଉଥିବା ବେଳେ ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଦ୍ବାରା ଚଢାଉ ହୋଇଥିଲା ।
ସୂଚନା ଅନୁଯାୟୀ, ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗ ଖବର ପାଇବା ପରେ ସହରର ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା । ତିନୋଟି ଭିନ୍ନ ଭିନ୍ନ ଘଟଣାରେ ଅବକାରୀ ଟିମ୍ ୪୩ କିଲୋଗ୍ରାମ ଗଞ୍ଜେଇ ଜବତ କରିଛି । ସେହିପରି ୪ଜଣଙ୍କୁ ଗିରଫ କରାଯାଇଛି । ଏମାନଙ୍କ ମଧ୍ୟରେ ଦୁଇ ଜଣ ବାଙ୍ଗଲାଦେଶୀ ଅଛନ୍ତି । ସେମାନେ ହେଲେ ବାଙ୍ଗଲାଦେଶ ଫରିଦାବାଦ ଜିଲ୍ଲା ଭାଙ୍ଗଫରିଦାପୁର ଅଞ୍ଚଳର ସିଦ୍ଧିକ ମାତୃବେର ଏବଂ ରିକାତଳି ମୋଲହା । ଏହାଛଡା ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳର ରାମଚନ୍ଦ୍ର ଗୌଡ଼ ଏବଂ ଅଡଭା ଥାନା ଅଞ୍ଚଳର ଅରୁଣ ଶବରକୁ ଗଞ୍ଜେଇ ଚୋରା କାରବାର ଘଟଣାରେ ଗିରଫ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟଚାଲାଣ କରାଯାଇଥିବା ସୂଚନାରୁ ପ୍ରକାଶ ।
ଇଟିଭି ଭାରତ, ବ୍ରହ୍ମପୁର