ବ୍ରହ୍ମପୁର: ବ୍ରହ୍ମପୁର ବ୍ରହ୍ମାନଗରରେ 6 ଦିନ ହେବ ଶ୍ବଶୁର ଘର ସାମନାରେ ଧାରଣରେ ବସିଥିବା ବସିଥିବା ତପସ୍ବିନୀ ଦାସ (Tapaswini Das)ଙ୍କ ମାମଲା ଆଜି କୋର୍ଟରେ ଶୁଣାଣି ହୋଇଥିଲା । ସ୍ବାମୀଙ୍କ ପାଖକୁ ଫେରିଯିବା ଓ ଶ୍ବଶୁର ଘରେ ରହିବା ପାଇଁ ଦାବି କରି କୋର୍ଟରେ ଦାଏର କରିଥିବା ମାମଲାର ଆଜି ଶୁଣାଣି କରିଛନ୍ତି ବ୍ରହ୍ମପୁର ଏସଡିଜେଏମ୍ କୋର୍ଟ (SDJM Court Brahmapur) ।
ତେବେ ଆଜି କୌଣସି ଚୂଡାନ୍ତ ରାୟ କୋର୍ଟ ଦେଇନଥିବା ବେଳେ, ଆସନ୍ତା 29 ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି । କିନ୍ତୁ ଆବେଦନକାରୀ ତପସ୍ବିନୀଙ୍କୁ 29 ତାରିଖ ପର୍ଯ୍ୟନ୍ତ ବ୍ରହ୍ମପୁର ବଡମେଡିକାଲ ପରିସରରେ ଥିବା ସଖୀ କେନ୍ଦ୍ରରେ ରହିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ହେଲେ ଧାରଣାରତ ତପସ୍ବିନୀ ସଖୀ କେନ୍ଦ୍ର ଯିବାକୁ ଅନିଚ୍ଛା ପ୍ରକାଶ କରି ପୁଣି ଥରେ ଶ୍ବଶୁର ଘର ସମ୍ମୁଖରେ ଧାରଣରେ ବସିଛନ୍ତି ।
ଏହାସହ କାନ୍ଦି କାନ୍ଦି ପୁଣି ଥରେ ନ୍ୟାୟ ଭିକ୍ଷା କରିଛନ୍ତି ତପସ୍ବିନୀ । କହିଛନ୍ତି ତାଙ୍କ ସହ ଅନ୍ୟାୟ ହେଉଛି । ନ୍ୟାୟ ଦେବାକୁ ଦାବି କରିଛନ୍ତି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ