ETV Bharat / city

ସ୍ବାସ୍ଥ୍ୟକର୍ମୀଙ୍କ କାମ ହେବ ସହଜ, କୋରୋନା ଆକ୍ରାନ୍ତଙ୍କ ପାଇଁ ଆସିଲା ରୋବର୍ଟ - brahmapur engineering student invent a robot

କୋରୋନା ରୋଗୀଙ୍କ ସହାୟତା ପାଇଁ ବ୍ରହ୍ମପୁରର ଇଞ୍ଜିନିୟରିଂ ଛାତ୍ର ରୋବର୍ଟ ତିଆରି କରିଛନ୍ତି । ଯାହାକି, ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ସହ ସେମାନଙ୍କୁ ଔଷଧ ଯୋଗାଇବ । ଅଧିକ ପଢନ୍ତୁ...

robot
କୋରୋନା ରୋଗୀଙ୍କ ସହାୟତା କରିବ ରୋବର୍ଟ, ତିଆରି କଲେ ବ୍ରହ୍ମପୁରର ଇଞ୍ଜିନିୟରିଂ ଛାତ୍ର
author img

By

Published : Jun 9, 2020, 2:46 PM IST

Updated : Jun 9, 2020, 5:47 PM IST

ବ୍ରହ୍ମପୁର: କୋରୋନା ରୋଗୀଙ୍କ ସହାୟତା ପାଇଁ ଇଞ୍ଜିନିୟରିଂ ଛାତ୍ର ପ୍ରସ୍ତୁତ କଲେ ରୋବର୍ଟ । ବ୍ରହ୍ମପୁର ସହରର ରୋଲାଣ୍ଡ ଇନଷ୍ଟିଚ୍ୟୁଟ୍‌ର ବିଦ୍ୟାର୍ଥୀ ବଳରାମ ସାହୁ କରିଛନ୍ତି ଏଭଳି ଏକ ପ୍ରୟାସ । କୋରୋନା ଚିକିତ୍ସାରେ ସାମିଲ ହୋଇଥିବା ଡାକ୍ତର, ନର୍ସ , ପାରା ମେଡିକାଲ କର୍ମଚାରୀଙ୍କ କାମ କମାଇବା ସହ ସେମାନଙ୍କୁ ସୁରକ୍ଷା ଦେବା ପାଇଁ ଏପରି ଏକ ରୋବର୍ଟ ତିଆରି କରିଛନ୍ତି ସେ । ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିବା ସହ ଏଥିରେ ସେମାନଙ୍କୁ ଔଷଧ ଯୋଗାଇବାର ମଧ୍ୟ ବ୍ୟବସ୍ଥା ରହିଛି ।

ସ୍ବାସ୍ଥ୍ୟକର୍ମୀଙ୍କ କାମ ହେବ ସହଜ, କୋରୋନା ଆକ୍ରାନ୍ତଙ୍କ ପାଇଁ ଆସିଲା ରୋବର୍ଟ

କୋଭିଡ୍‌ ହସ୍ପିଟାଲରେ ଅନେକ କାମ ମନୁଷ୍ୟର ବିନା ସହାୟତାରେ କରିବା ପାଇଁ ତିଆରି ହୋଇଥିବା ଏହି ରୋବର୍ଟ ପାଖକୁ ହାତ ନେଲେ ସେ ସଙ୍ଗେସଙ୍ଗେ ସାନିଟାଇଜ କରୁଛି । ତା ପାଖକୁ ଗଲେ ସାମାଜିକ ଦୂରତା ଦୃଷ୍ଟିରୁ ମୁଣ୍ଡ ହଲାଇ ମନା କରୁଛି । ହ୍ୟାଣ୍ଡସେକ କରିବାକୁ ହାତ ନେଲେ ସେ ହାତ ପଛକୁ ନେଇଯାଉଛି । ସେହିପରି ରୋବର୍ଟରେ କ୍ୟାମେରା ଲଗାଇ ରୋଗୀମାନଙ୍କ ସହିତ ଡାକ୍ତରମାନେ ପରାମର୍ଶ କରିବାର ବ୍ୟବସ୍ଥା ମଧ୍ୟ ଅଛି । ତେବେ ଏହି ରୋବର୍ଟଟିକୁ ମୋବାଇଲ ମାଧ୍ୟମରେ ପରିଚାଳନା କରାଯାଉଥିବାବେଳେ ଏହାକୁ ତିଆରି କରିବା ଲାଗି ତାଙ୍କୁ ପ୍ରାୟ 3 ହଜାର ଟଙ୍କା ଓ 10 ଦିନ ସମୟ ଲାଗିଥିଲା ।

ତେବେ କେନ୍ଦ୍ରସରକାର ଆତ୍ମନିର୍ଭର ଭାରତ କଥା କହୁଥିବାବେଳେ ଏପରି ପ୍ରତିଭାଙ୍କୁ ସହଯୋଗର ହାତ ବଢାଇଲେ ଏମାନେ ଦିନେ ଦେଶକୁ ଅନେକ କିଛି ଦେଇପାରିବେ ବୋଲି ଆଶା କରାଯାଉଛି ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

Last Updated : Jun 9, 2020, 5:47 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.