ବ୍ରହ୍ମପୁର: ଦୀର୍ଘଦିନର ବ୍ୟବଧାନ ପରେ ମୁହଁ ଖୋଲିଲେ ଡାକ୍ତର ସୁମିତ ସାହୁ । କୋର୍ଟଙ୍କ ନିର୍ଦ୍ଦେଶ ମୁତାବକ ଆସିକାରେ ରହୁଥିଲେ ଡାକ୍ତର ସୁମିତ ଓ ଡିମ୍ପଲ । ତେବେ ଅସୁସ୍ଥତା ଦର୍ଶାଇ କେଉଁଆଡ଼େ ଚାଲିଯାଇଥିଲେ ସୁମିତ । ଏହାକୁ ନେଇ ଡିମ୍ପଲ ଅଭିଯୋଗ କରି ଆସୁଛନ୍ତି । ସୁମିତ ଗୃହବନ୍ଦୀ କିମ୍ବା ଅପହରଣ ହୋଇଥିବା ଅଭିଯୋଗ କରିଥିଲେ ଡିମ୍ପଲ । ଏହାକୁ ନେଇ ଏକ ଅଡିଓ ବାର୍ତ୍ତା ଜାରି କରି ସ୍ପଷ୍ଟୀକରଣ ଦେଇଛନ୍ତି ଡକ୍ଟର ସୁମିତ ।
ଗତ ଡିସେମ୍ବର ୧୦ ତାରିଖରେ ଶାରୀରିକ ଅସୁସ୍ଥତା ଦର୍ଶାଇ ୫ଦିନ ଛୁଟିରେ ଯାଇଥିଲେ ସୁମିତ । ସେ କେଉଁଠିକୁ ଯାଇଛନ୍ତି ତାହାକୁ ନେଇ କୌଣସି ସୂଚନା ମିଳିପାରିନଥିଲା । ତେବେ ଆଜି ସେ ଏକ ଅଡିଓ ବାର୍ତ୍ତା ଜାରି କରି କହିଛନ୍ତି ଯେ, "ଶାରୀରିକ ଓ ମାନସିକ ଭାବରେ ମୁଁ ଅସୁସ୍ଥ । ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ମୁଁ ସମ୍ପୂର୍ଣ୍ଣ ବିଶ୍ରାମ ନେଇଛି । ମୋର ଅଧିକାରୀଙ୍କୁ ଅବଗତ କରାଇ ମୁଁ ନିୟମ ଅନୁଯାୟୀ ରହିଛି । ମୁଁ ଫେରାର ହୋଇଯାଇଛି ମୋତେ ଅପହରଣ କରାଯାଇଛି ଏଭଳି ଅଭିଯୋଗ ମିଥ୍ୟା କରାଯାଉଛି । ମୋ ଉପରେ ଏବଂ ମୋର ପରିବାର ଉପରେ ମିଥ୍ୟା ଆରୋପ କରାଯାଉଛି । ଏହାଦ୍ବାରା ମୋର ମାନସିକ ଚାପ ଆହୁରି ବୃଦ୍ଧି ପାଉଛି ।"
ଅସୁସ୍ଥତା ମଧ୍ୟରେ ସାଙ୍ଗ ଓ ସମ୍ପର୍କୀୟଙ୍କୁ କହି ସୁମିତ ଘର ଖୋଜୁଥିବା କଥା କହିଛନତି । ତପସ୍ବିନୀ ମିଥ୍ୟା ଅଭଯୋଗ କରି ସୁମିତଙ୍କ ନାମ ଓ ସମ୍ମାନକୁ ତଳେ ପକାଇବା ପାଇଁ ଉଦ୍ୟମ କରାଯାଉଥିବା ଅଭିଯୋଗ ହୋଇଛି ।
ଖାଲି ସେତିକି ନୁହେଁ ୭ଦିନର ରହଣୀ ମଧ୍ୟରେ ଦୁହିଁଙ୍କ ମଧ୍ୟରେ ସମ୍ପର୍କ ଆଗକୁ ବଢ଼ିନଥିବା କଥା କହିଛନ୍ତି ସୁମିତ । ଏହିଭଳି ବହୁ ଗୁରୁତ୍ବପୂର୍ଣ୍ଣ ବିଷୟକୁ ଉପସ୍ଥାପନ କରିଛନ୍ତି ଡାକ୍ତର ସୁମିତ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ