ETV Bharat / city

Cyclone Asani: ବାତ୍ୟା ମୁକାବିଲା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ପ୍ରସ୍ତୁତ - ବାତ୍ୟା ନେଇ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ

ଭାରତୀୟ ପାଣିପାଗ ବିଭାଗୀୟ ସୂଚନା ମୁତାବକ ତଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ପୂର୍ବ ପ୍ରସ୍ତୁତି ବୈଠକ ହୋଇଛି । ବୈଠକରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ଭାବ୍ୟ ବାତ୍ୟାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ

ସମ୍ଭାବ୍ୟ ବାତ୍ୟା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ

author img

By

Published : May 8, 2022, 10:48 AM IST

ବ୍ରହ୍ମପୁର: ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଭାରତୀୟ ପାଣିପାଗ ବିଭାଗୀୟ ସୂଚନା ମୁତାବକ ତଥା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ବିଭାଗର ପୂର୍ବ ପ୍ରସ୍ତୁତି ବୈଠକ ହୋଇଛି । ଆୟୋଜିତ ବୈଠକରେ ପ୍ରାପ୍ତ ହୋଇଥିବା ସୂଚନା ମୁତାବକ ବାତ୍ୟା ସ୍ଥଳଭାଗ ଛୁଇଁବା ସମ୍ଭାବନା ନାହିଁ । ଏହା ବଙ୍ଗୋପସାଗର ସମୁଦ୍ର ମଧ୍ୟ ଦେଇ ଗତି କରିବ । ଏହାର ପ୍ରଭାବରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ପବନର ଗତି ସାମାନ୍ୟ ରହିବ । ଏଣୁ ଏହା ଜିଲ୍ଲା ପାଇଁ ଆଶ୍ବସ୍ତିକର ଖବର ହୋଇଥିବା ବେଳେ ଜିଲ୍ଲା ପ୍ରଶାସନ ତରଫରୁ ଏଥି ପୂର୍ବରୁ ଏକ ଜରୁରୀକାଳୀନ ଭିଡିଓ କନଫରେନ୍ସ ବୈଠକ ମାଧ୍ୟମରେ ଜିଲ୍ଲାର ସମସ୍ତ ଅଧିକାରୀ ଏବଂ ଲାଇନ୍ ଡିପାର୍ଟମେଣ୍ଟ ଅଧିକାରୀ ମାନଙ୍କୁ ସତର୍କ କରାଇ ଦିଆଯାଇଛି ।

ସମ୍ଭାବ୍ୟ ବାତ୍ୟା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ
ସମ୍ଭାବ୍ୟ ବାତ୍ୟା ନେଇ ଗଞ୍ଜାମ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ

ପୂର୍ବ ପ୍ରସ୍ତୁତି କରି ସମସ୍ତେ ସଜାଗ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ପ୍ରଦାନ କରିଥିଲେ । ସେହି ପ୍ରକାରରେ ଜିଲ୍ଲାର ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର ଗଣ ନିଜ ନିଜ ସ୍ତରରେ ବୈଠକ କରି ସମସ୍ତ ପ୍ରକାରର ପ୍ରସ୍ତୁତି ଶେଷ କରିଛନ୍ତି । ନିର୍ଦ୍ଦେଶ ମୁତାବକ ପ୍ରଚାର ପ୍ରସାର କରି ମତ୍ସ୍ୟଜୀବୀ ମାନଙ୍କୁ ସମୁଦ୍ର ମଧ୍ୟକୁ ଯିବା ପାଇଁ ବାରଣ କରାଯାଇଛି । ତଳିଆ ଅଞ୍ଚଳର ଲୋକ ମାନଙ୍କୁ ଉଚ୍ଚା ପକ୍କା ଘର କିମ୍ବା ବାତ୍ୟା ଆଶ୍ରୟ ସ୍ଥଳୀରେ ରଖାଯିବାର ବ୍ୟବସ୍ଥା ହୋଇଛି । ଆବଶ୍ୟକ ସ୍ଥଳେ ସେମାନଙ୍କୁ ରନ୍ଧାଖାଦ୍ୟ ଓ ପାନୀୟ ଜଳ ଯୋଗାଇ ଦେବାର ବ୍ୟବସ୍ଥା ମଧ୍ୟ କରାଯାଇଛି । ମାଟି ଓ ଚାଳ ଘରେ ରହୁଥିବା ପରିବାର ବର୍ଗଙ୍କୁ ଚିହ୍ନଟ କରାଯାଇଛି । ସେମାନଙ୍କୁ ସ୍ଥାନାନ୍ତର କରାଯିବ । ପ୍ରବଳ ବର୍ଷା ଯୋଗୁଁ ଖାଲୁଆ ଅଞ୍ଚଳ ଜଳମଗ୍ନ ହୋଇ ରହିବ, ତେଣୁ ଏହାର ପ୍ରତିକାର ନିମନ୍ତେ ସମସ୍ତ ଆଶୁ ବ୍ୟବସ୍ଥା କରାଯାଇଛି ।

ଏ ନେଇ ଜନସାଧାରଣ ଆତଙ୍କିତ ନହୋଇ ବହୁ ପରିମାଣରେ ସାମଗ୍ରୀ କିଣି ଆଣି ମହଜୁଦ କରି ରଖିବାର ଆବଶ୍ୟକତା ନାହିଁ । ଖାଦ୍ୟ ସାମଗ୍ରୀ କଳାବଜାରୀ ନହେବା ପାଇଁ ଦୃଷ୍ଟି ଦେବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଛି । ବିଦ୍ୟୁତ୍ ସରବରାହ ବ୍ୟାହତ ହେବ ନାହିଁ । ଯଦି ହୁଏ ତୁରନ୍ତ ମରାମତି କରି ବିଦ୍ୟୁତ ଯୋଗାଣ କରିବା ଦିଗରେ ପଦକ୍ଷେପ ନେବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଅପ୍ରୀତିକର ପରିସ୍ଥିତିରେ ଯଦି ଗଛ ଭାଙ୍ଗିଯାଏ ତେବେ ତୁରନ୍ତ ସଫା କରି ରାସ୍ତାରେ ଯାତାୟତ ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଗଛକଟା ଯନ୍ତ୍ର, JCB ଏବଂ ଅନ୍ୟାନ୍ୟ ଯନ୍ତ୍ର ପ୍ରସ୍ତୁତ କରି ରଖାଯାଇଛି ।

ସମସ୍ତ ସରକାରୀ କର୍ମଚାରୀଙ୍କୁ ନିଜ ନିଜ ସଦର ମହକୁମାରେ ରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଘୋଡାହାଡ ଜଳ ସେଚନ ଉପଖଣ୍ଡ, ବାଘଲଟି ଜଳ ସେଚନ ଉପଖଣ୍ଡ ଏବଂ ବାହୁଦା ଜଳ ସେଚନ ଉପଖଣ୍ଡରେ ସମସ୍ତେ ସଜାଗ ରହି ୨୪ ଘଣ୍ଟିଆ କାର୍ଯ୍ୟ ଭାର ଦିଆଯାଇଛି । ନଦୀକୂଳସ୍ଥ ଗ୍ରାମ ଗୁଡିକର ଜନସାଧାରଣ ମାନଙ୍କୁ ବର୍ତ୍ତମାନ ଠାରୁ ସତର୍କ କରି ଦିଆଯାଇଛି । ନଦୀବନ୍ଧ ଯୋଜନାର ଜଳଧାରଣ କ୍ଷମତା ଠାରୁ ଅଧିକ ହେଲେ ବନ୍ୟା ଜଳକୁ ନଦୀ ମାଧ୍ୟମରେ ନିଷ୍କାସନ ହେବ । ଏଣୁ ନଦୀ ନିକଟବର୍ତ୍ତି ଅଞ୍ଚଳର ଜନସାଧାରଣ ମାନଙ୍କ ଗୃହ ପାଳିତ ପଶୁ ମାନଙ୍କୁ ନଦୀ ଅଞ୍ଚଳରେ ଛାଡିବେ ନାହିଁ କିମ୍ବା ମାଛ ଧରିବା ପାଇଁ ନଦୀଗର୍ଭକୁ ପ୍ରବେଶ କରିବେ ନାହିଁ ବୋଲି ସତର୍କ କରାଇ ଦିଆଯାଇଛି ।

ଜିଲ୍ଲାରେ ମହଜୁଦ ଥିବା ସମସ୍ତ ବାତ୍ୟା ଆଶ୍ରୟସ୍ଥଳ ଏବଂ ଅସ୍ଥାୟୀ ଆଶ୍ରୟ ସ୍ଥଳ ଚିହ୍ନଟ କରାଯାଇ ମିଳିତ ଟିମ୍ ଯାଞ୍ଚ୍ କରି ସଜାଗ ରଖାଯାଇଛି । ସମସ୍ତ ସ୍ଥାନରେ ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲାଯାଇ ଅଧିକାରୀ ମାନଙ୍କର ଫୋନ୍ ନମ୍ବର ଯୋଗାଇ ଦିଆଯାଇଅଛି । ଜିଲ୍ଲାରେ ବାତ୍ୟା ପରିସ୍ଥିତି ଦେଖାଯିବ ନାହିଁ । ତଥାପି ସମସ୍ତ ପ୍ରକାର ପ୍ରସ୍ତୁତ ରହିଥିବା ଜିଲ୍ଲାପାଳ ଅବଗତ କରାଇଛନ୍ତି । ଗଞ୍ଜାମ ଜିଲ୍ଲା ସ୍ତରୀୟ ଏହି ପ୍ରସ୍ତୁତି ବୈଠକରେ ଅତିରିକ୍ତ ଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ବ୍ରହ୍ମପୁର ମହାନଗର ନିଗମ କମିଶନର ଡକ୍ଟର ସିଦ୍ଧେଶ୍ବର ବଳିରାମ ବୋନ୍ଦାର, ଡୁଡାର ପ୍ରକଳ୍ପ ନିର୍ଦ୍ଦେଶକ ସଚ୍ଚିଦାନନ୍ଦ ନାୟକ, ବ୍ରହ୍ମପୁର ଉପଜିଲ୍ଲାପାଳ ଓ୍ବି. କିର୍ତ୍ତି ଓ୍ବାସନ୍, ଭଞ୍ଜନଗର ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ, ଛତ୍ରପୁର ଉପ-ଜିଲ୍ଲାପାଳ ନୀଳ ମାଧବ ଭୋଇ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଜିଲ୍ଲା ସ୍ତରୀୟ ଅଧିକାରୀ ଏବଂ ବିଦ୍ୟୁତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.