ETV Bharat / city

ଏମକେସିଜିରେ ରକ୍ତ ସଙ୍କଟ, ଆଗେଇ ଆସିଲେ ସ୍ବେଚ୍ଛାସେବୀ - mkcg medical

ସାରା ବିଶ୍ବର ଚିନ୍ତା ବଢାଇଛି ମହାମାରୀ କୋରୋନା । ଯାହାର ମୁକାବିଲା ଲାଗି ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍‌ । ଏପରିକି ରାଜ୍ୟରେ ଏହାକୁ ଅପ୍ରେଲ 30 ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହାରି ଭିତରେ ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ସଙ୍କଟ । ଅଧିକ ପଢନ୍ତୁ...

blood bank situation of mkcg medical
ଏମକେସିଜିରେ ରକ୍ତ ସଙ୍କଟ, ଆଗେଇ ଆସିଲେ ସ୍ବେଚ୍ଛାସେବୀ
author img

By

Published : Apr 10, 2020, 9:03 PM IST

ବ୍ରହ୍ମପୁର: ସାରା ବିଶ୍ବର ଚିନ୍ତା ବଢାଇଛି ମହାମାରୀ କୋରୋନା । ଯାହାର ମୁକାବିଲା ଲାଗି ସାରା ଦେଶରେ ଲାଗୁ ହୋଇଛି ଲକ୍‌ଡାଉନ୍‌ । ଏପରିକି ରାଜ୍ୟରେ ଏହାକୁ ଅପ୍ରେଲ 30 ତାରିଖ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ଏହାରି ଭିତରେ ରାଜ୍ୟର ସମସ୍ତ ରକ୍ତ ଭଣ୍ଡାରରେ ଦେଖାଦେଇଛି ରକ୍ତ ସଙ୍କଟ । ତେବେ କିପରି ରହିଛି ବ୍ରହ୍ମପୁର ଏମକେସିଜିର ରକ୍ତଭଣ୍ଡାରର ସ୍ଥିତି ଦେଖନ୍ତୁ ରିପୋର୍ଟ...

ଏମକେସିଜିରେ ରକ୍ତ ସଙ୍କଟ, ଆଗେଇ ଆସିଲେ ସ୍ବେଚ୍ଛାସେବୀ

ଲକ୍‌ଡାଉନ୍‌ ଲାଗି ବ୍ରହ୍ମପୁରର ଏମକେସିଜିରେ ଦେଖାଦେଇଛି ରକ୍ତ ସଙ୍କଟ । ଗୋଟିଏ ପଟେ ଲକ୍‌ଡାଉନ୍‌ ଓ ଅନ୍ୟପଟେ ଜିଲ୍ଲାରେ ଦୈନିକ 19 ଘଣ୍ଟିଆ ସଟ୍‌ଡାଉନ୍‌, ରକ୍ତଦାନ ଉପରେ ଦାଉ ସାଜିଛି । ଲୋକେ ପଦାକୁ ଗୋଡ କାଢି ପାରୁନଥିବାବେଳେ ରକ୍ତଦାନ ଶିବିର ହୋଇପାରୁନାହିଁ । ଫଳରେ ରକ୍ତଭଣ୍ଡାର ଖାଲି ହୋଇଯାଉଛି । ଯାହାକୁ ଦେଖି ଆଗେଇ ଆସିଛି ସହରର ସବୁଜ ବାହିନୀ । ବିଭିନ୍ନ ବର୍ଗର ଲୋକଙ୍କୁ ନେଇ ସାମାଜିକ ଦୂରତ୍ବ ରକ୍ଷା କରି ରକ୍ତଭଣ୍ଡାର ପରିସରରେ କରାଉଛି ସ୍ବେଚ୍ଛାକୃତ ରକ୍ତଦାନ ।

ଗୋଟିଏ ଦିନ ଅନ୍ତରରେ ଏଭଳି ଶିବିର ଆୟୋଜନ କରି ରକ୍ତ ଭଣ୍ଡାରକୁ ରକ୍ତ ଯୋଗାଯାଉଥିବାବେଳେ ଏହା ପ୍ରଯ୍ୟାପ୍ତ ହେଉନାହିଁ । ଯାହା ଭଣ୍ଡାରରେ ଥିବା ରକ୍ତକୁ ଦେଖିଲେ ଜଣାପଡୁଛି । 10 ତାରିଖ ଦିନ 11.30ସୁଦ୍ଧା ରକ୍ତ ଭଣ୍ଡାରରେ A+ve 4 ୟୁନିଟ୍‌ ଥିବାବେଳେ A-veର ରକ୍ତ ସରିଯାଇଛି । ସେହିପରି B+veର 18 ୟୁନିଟ୍‌,B-veର ଏକ ୟୁନିଟ୍, AB+ve ର ଦୁଇ ୟୁନିଟ୍‌, O+ve ମାତ୍ର 19 ୟୁନିଟ୍ ରକ୍ତ ରହିଥିବାବେଳେ ଭଣ୍ଡାରରେ O-ve ଓ AB-ve ର ରକ୍ତ ନାହିଁ ।

ସେପଟେ ଏହି ସ୍ଥିତିର ମୁକାବିଲା ପାଇଁ ଯୁବପୀଢି ସ୍ବତ୍ତ ପ୍ରବୃତ୍ତ ଭାବେ ରକ୍ତ ଦେବାକୁ ଆଗେଇ ଆସିବାକୁ ଆୱାନ କରିଛନ୍ତି ପୂର୍ବତନ ବିଧାୟକ ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.